ETV Bharat / bharat

ସେନାରେ ସାମିଲ ହେଲା ଏକାଧିକ ଅତ୍ୟାଧୁନିକ ସ୍ବଦେଶୀ ଅସ୍ତ୍ରଶସ୍ତ୍ର, ହସ୍ତାନ୍ତର କଲେ ପ୍ରତିରକ୍ଷା ମନ୍ତ୍ରୀ - ଭାରତୀୟ ସେନାକୁ ଆଧୁନିକ ଅସ୍ତ୍ରଶସ୍ତ୍ର

ଭାରତୀୟ ସେନାରେ ସାମିଲ ହେଲା ଏକାଧିକ ଅତ୍ୟାଧୁନିକ ସ୍ବଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ଓ ସରଞ୍ଜାମ । ହସ୍ତାନ୍ତର କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ସମେତ ଉପସ୍ଥିତ ଥିଲେ ବହୁ ବରିଷ୍ଠ ସେନାଧିକାରୀ । ଅଧିକ ପଢନ୍ତୁ

ଭାରତୀୟ ସେନାରେ ସାମିଲ ହେଲା ଏକାଧିକ ଅତ୍ୟାଧୁନିକ ସ୍ବଦେଶୀ ଅସ୍ତ୍ରଶସ୍ତ୍ର, ହସ୍ତାନ୍ତର କଲେ ପ୍ରତିରକ୍ଷା ମନ୍ତ୍ରୀ

author img

By

Published : Aug 16, 2022, 6:27 PM IST

ନୂଆଦିଲ୍ଲୀ: ଭାରତୀୟ ସେନାକୁ ହସ୍ତାନ୍ତରିତ ହେଲା ଏକାଧିକ ଅତ୍ୟାଧନୁିକ ତଥା ସ୍ବେଦଶୀ ନିର୍ମିତ ଯୁଦ୍ଧାସ୍ତ୍ର ଓ ସାମରିକ ରରଞ୍ଜାମ । ଏହି ସରଞ୍ଜାମ ମଧ୍ୟରେ ଆଣ୍ଟି ପର୍ସନାଲ ମାଇନ ନିପୁନ (anti-personnel mine Nipun) ଓ ଫ୍ୟୁଟୁରିଷ୍ଟିକ ଇନଫ୍ୟାଣ୍ଟ୍ରୀ ସିଷ୍ଟମ (F-INSAS) ରହିଛି । ଆଜି (ମଙ୍ଗଳବାର) ନୂଆଦିଲ୍ଲୀ ସ୍ଥିତ ପ୍ରତିରକ୍ଷା ମନ୍ତ୍ରାଣାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନାକୁ ଏହି ଯୁଦ୍ଧାସ୍ତ୍ର ହସ୍ତାନ୍ତର କରିଛନ୍ତି (F-INSAS handed over to Indian Army) । ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ସମେତ ଅନ୍ୟ କିଛି ବରିଷ୍ଠ ସେନାଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ସେନାରେ ସାମିଲ ହେଲା ଏକାଧିକ ଅତ୍ୟାଧୁନିକ ସ୍ବଦେଶୀ ଅସ୍ତ୍ରଶସ୍ତ୍ର, ହସ୍ତାନ୍ତର କଲେ ପ୍ରତିରକ୍ଷା ମନ୍ତ୍ରୀ

ଏହି କାର୍ଯ୍ୟକ୍ରମ ବେଳେ ସେନାର ଜଣେ F-INSAS ଯବାନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅତ୍ୟାଧୁନିକ AK-203 ରାଇଫଲର ଫିଚର ଓ ମାରକ କ୍ଷମତା ସମ୍ପର୍କରେ ଅବଗତ କରିଥିଲେ । ଏହି ଅତ୍ୟାଧୁନିକ AK-203 ଆସଲ୍ଟ ରାଇଫଲ, ଋଷ-ଭାରତ ଯୁଗ୍ମ ଭେଞ୍ଚର ଢାଞ୍ଚାରେ ଉତ୍ତର ପ୍ରଦେଶର ଆମେଥିରେ ପ୍ରତିଷ୍ଠା ହେବାକୁ ଥିବା ଅତ୍ୟାଧୁନିକ ରାଇଫଲ କାରଖାନାରେ ଉତ୍ପାଦିତ ହେବାକୁ ଯାଉଛି । ବିଶ୍ବର ଅତ୍ୟାଧୁନିକ ମାରଣାସ୍ତ୍ର ତାଲିକାରେ ଥିବା ଏହି ଶକ୍ତିଶାଳୀ ରାଇଫଲ ଋଷ ଜ୍ଞାନକୌଶଳରେ ଭାରତରେ ଉତ୍ପାଦନ ହେବ । ଉତ୍ପାଦନ ଆରମ୍ଭ ହେବାର 18 ମାସ ମଧ୍ୟରେ ଏହାକୁ ଭାରତୀୟ ସେନାକୁ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି ।

  • Defence Minister Rajnath Singh today handed over indigenously-developed equipment & systems to the Indian Army.

    "These systems will enhance the operational preparedness of the Army and help them to deal with future challenges," tweeted Defence Minister Rajnath Singh pic.twitter.com/BFAOvya80U

    — ANI (@ANI) August 16, 2022 " class="align-text-top noRightClick twitterSection" data=" ">

କର୍ଯ୍ୟକ୍ରମ ଅବସରରେ ସ୍ଥଳସେନାର ଇନିଞ୍ଜିୟରିଂ ୟୁନିଟ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ହରପାଲ ସିଂ କହିଛନ୍ତି, ‘‘ଭାରତୀୟ ସେନାର ଆଧୁନିକୀକରଣ ପ୍ରକ୍ରିୟାରେ ସ୍ବେଦଶୀ ଜ୍ଞାନକୌଶଳ (Made in India defence systems) ତଥା ମେକ-ଇନ-ଇଣ୍ଡିଆ ମିଶନକୁ ପ୍ରୋତ୍ସାହିତ କରୁଛନ୍ତି ସରକାର । ସୁରକ୍ଷାବଳରେ ଅତ୍ୟାଧୁନିକ ତଥା ସ୍ବାଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ସାମିଲ କରିବା ନେଇ ଭାରତ ସରକାରଙ୍କ ଦ୍ବାରା ଏକାଧିକ ଇନିସିଏଟିଭି ଗ୍ରହଣ କରାଯାଇଛି । ଇନଫ୍ୟାଣ୍ଟ୍ରୀ ସିଷ୍ଟମ, ଆଣ୍ଟି ପର୍ସନାଲ ମାଇନ ନିପୁନ, କମ୍ବାକ୍ଟ ଭେଇକିଲ ଆଦି ଏହି ମିଶନରେ ଭାରତୀୟ ସେନାରେ ସାମିଲ ହେବାରେ ଲାଗିଛି । ଭାରତ ପ୍ରଥମେ ବିଦେଶରୁ ଯୁଦ୍ଧାସ୍ତ୍ର ଆମଦାନୀ କରୁଥିବା ବେଳେ ଏବେ ଏହି କ୍ଷେତ୍ରରେ ଆତ୍ମନିର୍ଭର ହେବାରେ ଲାଗିଛି ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.