ETV Bharat / bharat

ବୁଧବାର କୁଏତ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ - କୁଏତ ଗସ୍ତରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

ତୈଳ ଉତ୍ପାଦନକାରୀ ଦେଶ ସହ ଭାରତର ସମ୍ପର୍କକୁ ଆହୁରି ମଜବୁତ୍ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ବୁଧବାର କୁଏତ ଗସ୍ତ କରିବେ । ଅଧିକ

ମନ୍ତ୍ରୀ ଜୟଶଙ୍କର
ମନ୍ତ୍ରୀ ଜୟଶଙ୍କର
author img

By

Published : Jun 8, 2021, 9:05 AM IST

ନୂଆଦିଲ୍ଲୀ: ତୈଳ ଉତ୍ପାଦନକାରୀ ଦେଶ ସହ ଭାରତର ସମ୍ପର୍କକୁ ଆହୁରି ମଜବୁତ୍ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ବୁଧବାର କୁଏତ ଗସ୍ତ କରିବେ । ଶକ୍ତି, ବାଣିଜ୍ୟ, ପୁଞ୍ଜି ବିନିଯୋଗ, ମାନବ ଶକ୍ତି ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ସମ୍ପର୍କକୁ ମଜବୁତ କରିବା ପାଇଁ ଦୁଇ ଦେଶର ମିଳିତ ମନ୍ତ୍ରୀ କମିଶନ ଗଠନ କରିବାକୁ ନିଷ୍ପତ୍ତି ନେବାର ତିନି ମାସ ପରେ ଜୟଶଙ୍କର ଗସ୍ତ କରିବେ।

ମାର୍ଚ୍ଚରେ କୁଏତର ବୈଦେଶିକ ମନ୍ତ୍ରୀ ଶେଖ ଅହମ୍ମଦ ନାସିର ଅଲ ମହମ୍ମଦ ଅଲ ସାହାବ ଭାରତ ଗସ୍ତ କରିଥିଲେ । ଏହି ସମୟରେ ଉଭୟ ପକ୍ଷ ମିଳିତ ଆୟୋଗ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ । ଦ୍ବିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ଏସ୍.ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି କୁଏତର ସୁଲତାନ ଶେଖ ନୱାଫ ଅଲ ଅହମ୍ମଦ ଅଲ ସାହାବଙ୍କୁ ପଠାଇବାର ସମ୍ଭାବନା ରହିଛି ।

ଭାରତ ଗସ୍ତ ସମୟରେ ଅଲ ସାହାବ କହିଛନ୍ତି ଯେ ନୂଆଦିଲ୍ଲୀ ଏବଂ କୁଏତ ମଧ୍ୟରେ ସମ୍ପର୍କ ବିସ୍ତାର ପାଇଁ ବହୁତ ସମ୍ଭାବନା ଅଛି। ତାଙ୍କର ଭାରତ ଗସ୍ତ ସମୟରେ ବୈଦେଶିକ ମନ୍ତ୍ରୀସ୍ତରୀୟ ମିଳିତ ଆୟୋଗ କାର୍ଯ୍ୟ କରିବ ବୋଲି ଘୋଷଣା କରାଯାଇଥିଲା। କୋଭିଡ-19 ମହାମାରୀର ମୁକାବିଲା ପାଇଁ କୁଏତ ଭାରତକୁ ମେଡିକାଲ ଅମ୍ଳଜାନ ଯୋଗାଉଛି । ଭାରତୀୟ ନୌସେନା ଜାହାଜ ଗୁଡିକ ଗତ ସପ୍ତାହରେ ବହୁ ପରିମାଣର ମେଡିକାଲ ଅମ୍ଳଜାନ ନେଇ କୁଏତରେ ପହଞ୍ଚିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.