ETV Bharat / bharat

Exit polls for North east: ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ମେଣ୍ଟ, ମେଘାଳୟରେ କଡା ଟକ୍କର

ଉତ୍ତର-ପୂର୍ବ 3 ରାଜ୍ୟ ପାଇଁ ଆସିଲା ବୁଥବାହୁଡା ଜନମତ ସର୍ଭେ । ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ଓ ସହଯୋଗୀ କରିବେ ଭଲ । ମେଘାଳୟରେ ଟକ୍କର ଦେବ ଏନପିପି । 2 ରେ ଫଳାଫଳ । ଅଧିକ ପଢନ୍ତୁ

author img

By

Published : Feb 27, 2023, 11:05 PM IST

ଉତ୍ତର-ପୂର୍ବ ପାଇଁ ବୁଥବାହୁଡା ସର୍ଭେ: ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି, ମେଘାଳୟରେ ଟକ୍କର

ହାଇଦ୍ରାବାଦ: ଆଜି ଦୁଇ ଉତ୍ତର-ପୂର୍ବ ରାଜ୍ୟରେ ମତାଦାନ ଶେଷ ହେବା ପରେ ସଂଧ୍ୟାରେ ବୁଥବାହୁଡା ସର୍ଭେ ଆକଳନ ମଧ୍ୟ ପ୍ରକାଶ ପାଇଛି । ବିଭିନ୍ନ ଜାତୀୟ ଗଣମାଧ୍ୟମ ସଂସ୍ଥା ଏହି ବୁଥବାହୁଡା ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି । ତ୍ରିପୁରା, ନାଗଲ୍ୟାଣ୍ଡରେ ପୂର୍ବାନୁମାନ ଭାରତୀୟ ଜନତା ପାର୍ଟି ଓ ଏହାର ସହଯୋଗୀଙ୍କ ସପକ୍ଷରେ ଯାଇଥିବା ବେଳେ ଅନ୍ୟତମ ମେଘାଳୟରେ କିନ୍ତୁ କଡା ଟକ୍କର ଦେଖିବାକୁ ମିଳିବା ନେଇ ଆକଳନ କହୁଛି । ତ୍ରିପୁରା, ନାଗଲ୍ୟାଣ୍ଡରେ ବିଜେପି ଏହାର ସହଯୋଗୀ ମିଳିତ ସରକାର ଗଠନ କରିବା ପାଇଁ ସଂଖ୍ୟା ହାସଲ କରିବେ । ହେଲେ ମେଘାଳୟରେ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ଦଳ ନ୍ୟାସନାଲ ପିପୁଲ୍ସ ପାର୍ଟି (NPP) ଭଲ ପ୍ରଦର୍ଶନ କରିବ ।

ସାଙ୍ଗମାଙ୍କ ଦଳ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବାକୁ ଥିବାବେଳେ NPP ଏକକ ବୃହତ୍ତମ ପାର୍ଟି ଭାବେ ଅଧିକ ଆସନ ଜିତିବାର ସମ୍ଭାବନା ଅଧିକ ରହିଛି । ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ତ୍ରିପୁରା ଓ ନାଗାଲାଣ୍ଡରେ ଭାରତୀୟ ଜନତା ପାର୍ଟି ତାର ସହଯୋଗୀ ଦଳ ସହ ସରକାର ଗଠନ କରିବାକୁ ଯାଉଥିବା ପରି ଚିତ୍ର ଦେଖିବାକୁ ମିଳୁଥିବା ବେଳେ ମେଘାଳୟରେ ସମୀକରଣ ଭିନ୍ନ ରହିବ । NPP ଏକକ ଗରିଷ୍ଠ ଦଳ ଭାବେ ଉଭା ହେଉଥିବା ନେଇ ପୂର୍ବାକଳନ ପ୍ରକାଶ ପାଇବା କଡା ଟକ୍କର ନେଇ ଅନୁମାନ କରାଯାଉଛି ।

ଦୁଇ ଉତ୍ତର-ପୂର୍ବ ରାଜ୍ୟ ମେଘାଳୟ ଓ ନାଗାଲାଣ୍ଡରେ ଆଜି ଗୋଟିଏ ପର୍ଯ୍ୟାୟରେ ଆଜି ବିଧନସଭା ନିର୍ବାଚନ ପାଇଁ ମତାଦନ ଶେଷ ହୋଇଛି । ସକାଳ 7 ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା 5 ଟାରେ ଶେଷ ହୋଇଛି । ମେଘାଳୟରେ 77 ପ୍ରତିଶତ ଓ ନାଗାଲାଣ୍ଡରେ ରେକର୍ଡ ସଂଖ୍ୟକ 85 ପ୍ରତିଶତ ଭୋଟିଂ ରେକର୍ଡ ହୋଇଛି । ମେଘାଳୟରେ ମୋଟ 60 ଆସନରୁ 59 ଆସନରେ ଭୋଟିଂ ହୋଇଛି । ଉଭୟ ରାଜ୍ୟରେ ପ୍ରାୟ 33 ଲକ୍ଷ ମତଦାତା ସେମାନଙ୍କ ଭୋଟିଂ ଅଧିକାର ସାବ୍ୟସ୍ତ କରିଛନ୍ତି । ମାର୍ଚ୍ଚ 2 ତାରିଖରେ ଏହି ଦୁଇ ରାଜ୍ୟ ସହ ତ୍ରିପୁରାର ମଧ୍ୟ ମତଗଣନା ଓ ଜନାଦେଶ ପ୍ରକାଶ ପାଇବ ।

ତିନି ଉତ୍ତର-ପୂର୍ବ ରାଜ୍ୟରେ ଏକାସାଙ୍ଗରେ ନିର୍ବାଚନୀ ବିଗୁଲ ବାଜିଥିବା ବେଳେ ପ୍ରଥମ ରାଜ୍ୟ ଭାବେ ତ୍ରିପୁରା ଚଳିତ 16 ତାରିଖରେ ଗୋଟିଏ ଫେଜରେ ସମସ୍ତ ଆସନରେ ଭୋଟ ଦେଇସାରିଛି । ଆଜି (ସୋମବାର) ମେଘାଳୟ ଓ ନାଗାଲାଣ୍ଡରେ ମଧ୍ୟ ମତଦାନ ପ୍ରକ୍ରିୟା ଶେଷ ହୋଇଛି । ମାର୍ଚ୍ଚ 2ରେ ଏହି ସମସ୍ତ 3 ରାଜ୍ୟରେ ମତଗଣନା ଓ ଜନାଦେଶ ପ୍ରକାଶ ପାଇବ । ଏହାସହ ଆଜି ଦେଶରେ ହୋଇଥିବା 5 ରାଜ୍ୟର 6 ବିଧାନସଭା ଆସନ ଓ ଗୋଟିଏ (ଲକ୍ଷାଦ୍ବୀପ) ଲୋକସଭା ଆସନରେ ଉପନିର୍ବାଚନର ଫଳାଫଳ ମଧ୍ୟ 2 ତାରିଖରେ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.