ETV Bharat / bharat

Madurai Train Fire: ଏଲପିଜି ଗ୍ୟାସ ପାଇଁ ଲାଗିଥିଲା ନିଆଁ ! ଟ୍ରେଭେଲ୍ ଏଜେନ୍ସି ନାଁରେ ରୁଜୁ ହେଲା ମାମଲା - ଅଗ୍ନିକାଣ୍ଡରେ ପର୍ଯ୍ୟଟକଙ୍କ ମୃତ୍ୟୁ

ତାମିଲନାଡୁର ମଦୁରାଇ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ ଘଟଣା। ଟ୍ରେନରେ ବେଆଇନ ଭାବେ ଏକ ଗ୍ୟାସ ସିଲିଣ୍ଡର, ଷ୍ଟୋଭ ଆଦି ନିଆଯାଇଥିବାରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଧିକ ପଢନ୍ତୁ

Madurai Train Fire
ଏଲପିଜି ଗ୍ୟାସ ପାଇଁ ଅଗ୍ନିକାଣ୍ଡ
author img

By ETV Bharat Odisha Team

Published : Aug 26, 2023, 10:18 PM IST

ଚେନ୍ନାଇ: ତାମିଲନାଡୁର ମଦୁରାଇ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ ଘଟଣା। ଷ୍ଟେସନ ନିକଟରେ ରହୁଥିବା ପ୍ରତ୍ୟକ୍ଷଦର୍ଶୀ ଅଗ୍ନିକାଣ୍ଡ ସମୟର ଛାତିଥରା ଦୃଶ୍ୟ ବିଷୟରେ ବଖାଣିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଷ୍ଟେସନରେ ଛିଡା ହୋଇଥିବା ଟୁରିଷ୍ଟ ଟ୍ରେନରେ ନିଆଁ ଲାଗିବା ପରେ ଯାତ୍ରୀମାନଙ୍କର ଆର୍ତ୍ତ ଚିତ୍କାର ଶୁଣିବାକୁ ମିଳିଥିଲା। ଏହା ଶୁଣିବା ପରେ ସେମାନେ ଅଗ୍ନିଶମ ବିଭାଗକୁ ତୁରନ୍ତ ଖବର ଦେଇଥିଲେ। ଖବର ପାଇ ତୁରନ୍ତ ଅଗ୍ନିଶମବାହିନୀ ସେଠାରେ ପହଞ୍ଚିଥିଲେ। ସେତେବେଳକୁ 9 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ଏହି ଭୟଙ୍କର ଅଗ୍ନିକାଣ୍ଡର ଅନ୍ୟତମ ପ୍ରତ୍ୟକ୍ଷଦର୍ଶୀ ତଥା ମଦୁରାଇ ବାସିନ୍ଦା ମନନ କହିଛନ୍ତି, "ଆଖପାଖର ଲୋକେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବାବେଳେ ନିଆଁର ଉତ୍ତାପ ଅଧିକ ମାତ୍ରାରେ ରହିଥିଲା। ଅତ୍ୟଧିକ ଉତ୍ତାପ ଏବଂ ନିଆଁ ଲାଗିଯିବା କାରଣରୁ ଆମେମାନେ କୋଚ୍‌ଙ୍କ ନିକଟତର ହୋଇପାରିନଥିଲୁ।" ତାମିଲନାଡୁର ମଦୁରାଇ ରେଳ ଷ୍ଟେସନରେ ଘଟିଥିଲା ଭୟଙ୍କର ଅଗ୍ନିକାଣ୍ଡ। ଷ୍ଟେସନରେ ଛିଡା ହୋଇଥିବା ଟୁରିଷ୍ଟ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁ 9 ଜଣ ପର୍ଯ୍ୟଟକ ଜୀବନ୍ତ ଦଗ୍ଧ ହୋଇଥିବାବେଳେ 20ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଟ୍ରେନଟି ଲକ୍ଷ୍ନୌରୁ ରାମେଶ୍ବରମ ଯାତ୍ରା କରୁଥିବା ଜଣାପଡିଛି। ସମସ୍ତ ମୃତକ ଉତ୍ତରପ୍ରଦେଶର ହୋଇଥିବା ଜଣାପଡିଛି। ଏପଟେ ଟ୍ରେଭେଲ୍ ଏଜେନ୍ସି ନାଁରେ ରୁଜୁ ହେଲା ମାମଲା ହୋଇଛି ।

ଏହା ବି ପଢନ୍ତୁ...ଟୁରିଷ୍ଟ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ: 9 ଜୀବନ୍ତ ଦଗ୍ଧ, 20 ଆହତ

ଟ୍ରେନର ଟୁରିଷ୍ଟ କୋଚରେ ନିଆଁ ଲାଗି 9 ଜଣଙ୍କ ଜୀବନ ଯାଇଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୨ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଛନ୍ତି । ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେହି ସମୟରେ ବହୁ ଯାତ୍ରୀ ପ୍ରାଣ ବିକଳରେ ଟ୍ରେନ୍‌ରୁ ଡେଇଁପଡିଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ଯାତ୍ରୀମାନେ କୋଚରେ ଏଲପିଜି ସିଲିଣ୍ଡର ଆଣିଥିବା କାରଣରୁ ଟ୍ରେନରେ ନିଆଁ ଲାଗିଯାଇଥିଲା। ଟ୍ରେନରେ ବେଆଇନ ଭାବେ ଏକ ଗ୍ୟାସ ସିଲିଣ୍ଡର, ଷ୍ଟୋଭ ଆଦି ନିଆଯାଇଥିଲା। ଯାହାକି ଅଗ୍ନିକାଣ୍ଡର ପ୍ରମୁଖ କାରଣ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରୁ ମିଳିଥିବା ଜିନିଷଗୁଡ଼ିକ ମଧ୍ୟରେ ଏକ ଏଲପିଜି ସିଲିଣ୍ଡର, ପନିପରିବା ସହ ପୋଡି ଯାଇଥିବା ବାସନ ଆଦି ଦେଖିବାକୁ ମିଳିଛି।

ତେବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସମସ୍ତ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୃତକଙ୍କ ପରିବାରକୁ 3 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ତାମିଲନାଡୁ ସରକାର। ଏହାସହ ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଉତ୍ତରପ୍ରଦେଶର ଯାତ୍ରୀଙ୍କ ମୃତଦେହ ଫେରାଇବାର ସମସ୍ତ ବନ୍ଦୋବସ୍ତ କରିବା ନେଇ ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.