ETV Bharat / bharat

ETV BHARAT EXCLUSIVE: ଟିକାୟତଙ୍କ ବଡ ବୟାନ, ସଂସଦରେ ରଦ୍ଦ ନ ହେବାଯାଏଁ ଚାଲିବ ଆନ୍ଦୋଳନ - ରାକେଶ ଟିକାୟତ

ବିବାଦୀୟ ତିନି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପରିପ୍ରେକ୍ଷୀରେ ଇଟିଭି ଭାରତକୁ କୃଷକ ନେତା ରାକେଶ ଟିକାୟତ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ

ସଂସଦରେ କୃଷି ଆଇନ ରଦ୍ଦ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ

author img

By

Published : Nov 19, 2021, 1:07 PM IST

Updated : Nov 19, 2021, 2:00 PM IST

ନୂଆଦିଲ୍ଲୀ: ଆଜି କୃଷକଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବିବାଦୀୟ ତିନି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପରିପ୍ରେକ୍ଷୀରେ ଇଟିଭି ଭାରତକୁ କୃଷକ ନେତା ରାକେଶ ଟିକାୟତ ପ୍ରତିକ୍ରିୟା ଦେଇଛନ୍ତି । ସଂସଦରେ କୃଷି ଆଇନ ରଦ୍ଦ ହେବା ନ ଯାଏଁ ଆନ୍ଦୋଳନ ବନ୍ଦ ହେବନାହିଁ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।

ସଂସଦରେ କୃଷି ଆଇନ ରଦ୍ଦ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ

୩ଟି ଯାକ ବିବାଦୀୟ କୃଷି ଆଇନକୁ ଶେଷରେ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । କୃଷି ଆଇନ ପ୍ରତ୍ୟାହାର ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିନ ହେଲା ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ପାଇଁ ଏହା ଏକ ବଡ଼ ବିଜୟ । ଏହି ନିଷ୍ପତ୍ତିରେ ଖୁସି ହେବା ସହ ଏହାକୁ ସ୍ୱାଗତ କରିଛନ୍ତି କୃଷକ ସଂଗଠନ । ଯେ ପର୍ଯ୍ୟନ୍ତ ସଂସଦରେ କୃଷି ଆଇନ ରଦ୍ଦ ହୋଇନାହିଁ ସେ ଯାଏଁ ଆନ୍ଦୋଳନ ବନ୍ଦ ହେବନି ବୋଲି କହିଛନ୍ତି କୃଷକ ନେତା ରାକେଶ ଟିକାୟତ । ଏଥିସହ ଏମଏସପି ଉପରେ ଆଇନଗତ ମାନ୍ୟତା ଦାବି କରିଛନ୍ତି ଚାଷୀ ।

କୃଷି ଆଇନ ପ୍ରତ୍ୟାହାର କରିବା ସମୟରେ ଏମଏସ୍‌ପିକୁ ଅଧିକ ପ୍ରଭାବୀ କରିବା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯିବ ବୋଲି ମୋଦି କହିଛନ୍ତି । ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟର ପ୍ରତିନିଧି ରହିବେ। ଏହି ଘୋଷଣା ସତ୍ତ୍ୱେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ ଜାରି ରହିବ । ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା ପରେ ଦିଲ୍ଲୀ ସୀମାରେ ଚାଷୀମାନେ ପରସ୍ପରକୁ ମିଠା ଖୁଆଇଥିଲେ । ମୋର୍ଚ୍ଚା କହିଛି ଯେ ସେମାନେ କୃଷି ଆଇନ ସଂସଦରେ ପ୍ରତ୍ୟାହାର ହେଲା ଯାଏ ଅପେକ୍ଷା କରିବେ । ସମସ୍ତ କୃଷି ଜାତୀୟ ଦ୍ରବ୍ୟ ଉପରେ ଏମଏସ୍‌ପିର ଆଇନଗତ ମାନ୍ୟତା ମିଳିବା ଦରକାର । ଅନ୍ୟପକ୍ଷରେ ରାକେଶ ଟିକାୟତ ଟ୍ୱିଟ କରି କହିଛନ୍ତି ଯେ ଆନ୍ଦୋଳନ ବନ୍ଦ ହେବନି । ସଂସଦରେ କୃଷି ଆଇନ ପ୍ରତ୍ୟାହାର ହେବା ଯାଏ ଅପେକ୍ଷା କରିବୁ । ଏ ସଂଘର୍ଷ ଜାରି ରହିବ ।

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Nov 19, 2021, 2:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.