ETV Bharat / bharat

Delhi Liquor Scam: ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ - ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ । ଅଧିକ ପଢନ୍ତୁ

Manish Sisodia
Manish Sisodia
author img

By

Published : Mar 31, 2023, 5:41 PM IST

ନୂଆଦିଲ୍ଲୀ: ରାଉଜ ଆଭେନ୍ୟୁ କୋର୍ଟରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କଲେ କୋର୍ଟ । ଏହାପରେ ସିସୋଦିଆଙ୍କ କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇପାରନ୍ତି । ଆବେଦନ ଖାରଜ ପରେ ଏନେଇ ସିସୋଦିଆଙ୍କ ଓକିଲ ମଧ୍ୟ ସୂଚନା ଦେଇଛନ୍ତି । ଗତ ମାର୍ଚ୍ଚ ୨୪ ତାରିଖରେ ଏହି ଜାମିନ ଆବେଦନ ମାମଲାରେ କୋର୍ଟ ଶୁଣାଣି କରିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ ।

ସିସୋଦିଆଙ୍କ ବିରୋଧରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିକୁ ନେଇ ସିବିଆଇ ମାମଲା ରୁଜୁ କରିଥିଲା । ଏହି ମାମଲାରେ କୋର୍ଟରେ ଜାମିନ ଆବେଦନ କରିଥିଲେ ସିସୋଦିଆ । ସିସୋଦିଆଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦୟା କୃଷ୍ଣନ, ମୋହିତ ମାଥୁର ଓ ସିଦ୍ଧାର୍ଥ ଅଗ୍ରୱାଲ କୋର୍ଟରେ ଜାମିନ ଆବେଦନ ଉପରେ ନିଜର ଯୁକ୍ତି ବାଢିଥିଲେ । ସିସୋଦିଆ ଅନେକ ମଦ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଇ ଲାଇସେନ୍ସ ପ୍ରଦାନ କରିଥିବା ଅଭିଯୋଗରେ ସିବିଆଇ ମାମଲା ରୁଜୁ କରିଥିଲା । ଏହାସହ ସିସୋଦିଆ କିଛି ବ୍ୟବସାୟୀଙ୍କୁ ଲାଭାନ୍ବିତ କରିବା ଲାଗି ଏହି ନୀତିରେ ବାରମ୍ବାର ପରିବର୍ତ୍ତନ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା ।

ଏହା ବି ପଢନ୍ତୁ- PM Modi's degree Case: ଆବେଦନ ଖାରଜ, କେଜ୍ରିୱାଲଙ୍କୁ ୨୫ ହଜାର ଜରିମାନା

ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଦିଲ୍ଲୀ ମୁଖ୍ୟ ସଚିବଙ୍କ ଏକ ରିପୋର୍ଟକୁ ଯାଞ୍ଚ କରିଥିଲେ । ଏହାପରେ ଦିଲ୍ଲୀ ଅବକାରୀ ନୀତିରେ ଘୋଟାଲା ହୋଇଥିବା ନେଇ ଅଭିଯୋଗ ଆଣି ସିବିଆଇ ଯାଞ୍ଚ ଲାଗି ସୁପାରିଶ କରିଥିଲେ । ଏହି ଅଭିଯୋଗ ଆସିବା ପରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆମ ଆଦମୀ ପାର୍ଟିର ଅନେକ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସିସୋଦିଆଙ୍କୁ ଏନେଇ ପ୍ରାୟ ୮ଘଣ୍ଟା ଧରି ପଚରାଉଚରା କରିଥିଲା ସିବିଆଇ । ଏହାପରେ ଗତ ଫେବୃଆରୀ ୨୬ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା ।

ତେବେ ସିସୋଦିଆଙ୍କୁ ଜାମିନ ପ୍ରଦାନ କରାଗଲେ ତଦନ୍ତରେ ବାଧା ଉପୁଜିବ ବୋଲି ଶୁକ୍ରବାର କୋର୍ଟରେ କହିଥିଲେ ସିବିଆଇ ପକ୍ଷର ଆଇନଜୀବୀ ଡିପି ସିଂ । ପୂର୍ବରୁ ପ୍ରମାଣ ନଷ୍ଟ କରିବା ଲାଗି ସେ ନିଜର ଫୋନକୁ ମଧ୍ୟ ନଷ୍ଟ କରିଛନ୍ତି । ଏଣୁ ଜାମିନରେ ଗଲେ ଅନ୍ୟ ପ୍ରମାଣକୁ ନଷ୍ଟ କରିଦେବାର ସମ୍ଭାବନା ରହିଥିବା କହି ଜାମିନ ଆବେଦନକୁ ଖାରଜ କରିବା ଲାଗି ଯୁକ୍ତି ବାଢିଥିଲେ ଡିପି ସିଂ । ସିବିଆଇ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ସିସୋଦିଆଙ୍କୁ ମାର୍ଚ୍ଚ ୯ ତାରିଖରେ ଗିରଫ କରିଥିଲା । ସିବିଆଇ ଦ୍ବାରା ଗିରଫ ହେବା ପରେ ସିସୋଦିଆ ତିହାର ଜେଲରେ ରହିଥିଲା । ଏହାପରେ ଇଡିର ଏକ ଟିମ୍‌ ଜେଲରେ ସିସୋଦିଆଙ୍କୁ ଜେରା କରି ଗିରଫ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.