ETV Bharat / bharat

Excise Policy Case: ସିବିଆଇରେ ହାଜର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

author img

By

Published : Apr 16, 2023, 12:12 PM IST

ସିବିଆଇ ଅଫିସରେ ପହଞ୍ଚିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ବିଜେପି ସିବିଆଇକୁ ନିୟନ୍ତ୍ରଣ କରୁଥିବା ଅଭିଯୋଗ କଲେ ଆପ୍ ମୁଖିଆ । ଅଧିକ ପଢନ୍ତୁ

ସିବିଆଇରେ ହାଜର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆଦିଲ୍ଲୀ: ସିବିଆଇରେ ହାଜର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ନୋଟିସ୍ ମିଳିବା ପରେ ଆଜି ଆପ୍ ସୁପ୍ରିମୋ ସିବିଆଇ ମୁଖ୍ୟାଳୟରେ ପହଞ୍ଚିଛନ୍ତି । ତାଙ୍କ ସହିତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ, ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ, ଆପ୍ ସାଂସଦ ଓ ନେତାମାନେ ମଧ୍ୟ ସିବିଆଇ ଅଫିସରେ ପହଞ୍ଚିଥିବା ଦେଖାଯାଇଛି । ତେବେ ହାଜର ହେବା ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଉପରେ ବର୍ଷିଛନ୍ତି କେଜ୍ରିୱାଲ । ସିବିଆଇ ବିଜେପି ନିୟନ୍ତ୍ରଣରେ ଥିବା ଗଣମାଧ୍ୟମ ଆଗରେ ସେ ଅଭିଯୋଗ କରିଛନ୍ତି ।

  • #WATCH | Will answer all the questions. BJP leaders are talking about it (my arrest); CBI is controlled by BJP: Delhi CM and AAP national convenor Arvind Kejriwal pic.twitter.com/kiKAAnpGpN

    — ANI (@ANI) April 16, 2023 " class="align-text-top noRightClick twitterSection" data=" ">

ଅବକାରୀ ଦୁର୍ନୀତି ମାମଲାରେ ପୂର୍ବରୁ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ଏହି ଘଟଣା ସଂକ୍ରାନ୍ତରେ ପଚରାଉଚରା ପାଇଁ ସିବିଆଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମନ ଜାରି କରିଥିଲା । ଆଜି(ରବିବାର) ଦିନ ୧୧ଟାରେ ହାଜର ହେବାକୁ ଡକାଇଥିଲା। ତେବେ ସିବିଆଇ ଅଫିସକୁ ଯିବା ପୂର୍ବରୁ କେଜ୍ରିୱାଲ ପ୍ରଥମେ ଦିଲ୍ଲୀ ରାଜଘାଟରେ ଥିବା ବାପୁଙ୍କ ସମାଧିସ୍ଥଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହି ସମୟରେ ସେ କହିଥିଲେ ଯେ, ଆମେ ବାପୁଙ୍କ ମାର୍ଗରେ ଅଛୁ । ଅନ୍ୟାୟ ଓ ଅତ୍ୟାଚର ବିରୋଧରେ ସତ୍ୟପଥରେ ଚାଲିଛୁ । ଶେଷରେ ବିଜୟ ସତ୍ୟର ହିଁ ହେବ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସିବିଆଇ ଅଫିସ ବାହାରେ ଗଣମାଧ୍ୟମକୁ କରିଛନ୍ତି, ''ମୁଁ ସବୁ ପ୍ରଶ୍ନର ଉତ୍ତର ଦେବି । ସିବିଆଇ ବିଜେପି ନିୟନ୍ତ୍ରଣରେ କାର୍ଯ୍ୟ କରୁଛି । ବିଜେପି ନେତା ମୋ ଗିରଫଦାରୀ କଥା କହୁଛନ୍ତି ।'' ଆହୁରି ମଧ୍ୟ କହିଛନ୍ତି ଯେ, କିଛି ଦେଶ ବିରୋଧି ଭାରତର ବିକାଶ ଚାହୁଁନାହାନ୍ତି । କିନ୍ତୁ ଦେଶ ପ୍ରଗତି କରିଚାଲିବ ବୋଲି ମୁଁ ସେହି ଲୋକମାନଙ୍କୁ କହିବାକୁ ଚାହୁଁଛି ।

ଏହାମଧ୍ୟ ପଢନ୍ତୁ: ଆଜି କୋଲାରରେ ରାଲିକୁ ସମ୍ବୋଧନ କରିବେ ରାହୁଲ, ଏଇଠି ମୋଦି ସରନେମ ଉପରେ ଦେଇଥିଲେ ଟିପ୍ପଣୀ

ଆଜି ସକାଳେ କେଜ୍ରିୱାଲ ନିଜ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଏଥିରେ ଆପ୍‌ର ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଥିଲେ । ଯାହାମଧ୍ୟରେ ଅତିଶ, କୈଳାସ ଗେହଲଟ, ରାଜକୁମାର ଆନନ୍ଦ, ଗୋପାଳ ରାୟ, ଇମ୍ରାନ ହୁସେନ, ସାଂସଦ ରାଘବ ଚଢା ରହିଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଓ ପଞ୍ଜାବ ବିଧାନସଭା ବାଚସ୍ପତି ଶରଦ କୁଲତାର ସିଂହ ସାନ୍ଧୱା ମଧ୍ୟ ବୈଠକରେ ଯୋଗ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: ଅତିକର ମୃତ୍ୟୁ ଖବର ଶୁଣି ଜେଲ୍‌ରେ ଅଚେତ୍‌ ହେଲା ବଡପୁଅ, ହସ୍ପିଟାଲରେ ଭର୍ତ୍ତି

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.