ETV Bharat / bharat

ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାଣିକରାଓ ଗାଭିତଙ୍କ ପରଲୋକ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମାଣିକରାଓ ଗାଭିତଙ୍କ ଦେହାନ୍ତ । ଅଧିକ ପଢନ୍ତୁ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାଣିକରାଓ ଗାଭିତଙ୍କ ପରଲୋକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାଣିକରାଓ ଗାଭିତଙ୍କ ପରଲୋକ
author img

By

Published : Sep 18, 2022, 9:40 AM IST

ମୁମ୍ବାଇ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମାଣିକରାଓ ଗାଭିତଙ୍କ ପରଲୋକ(Ex-union minister Manikrao Gavit died) । ଶନିବାର ଦିନ ମହାରାଷ୍ଟ୍ର ନାସିକ୍ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ତାଙ୍କ ପରିବାର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

କଂଗ୍ରେସ ନେତା ମାଣିକରାଓ ଗାଭିତ ୯ ଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ୧୯୮୦ରୁ ୨୦୦୯ ଯାଏଁ ମହାରାଷ୍ଟ୍ର ନନ୍ଦୁରବାର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରୁଥିଲେ । ୨୦୦୪ରେ ମନମୋହନ ସିଂ ସରକାର ସମୟରେ ମାଣିଓରାଓ କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ(Union minister of state home) ଏବଂ ୨୨୦୧୩ରେ ସାମାଜିକ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ(minister of state social justice) ଭାବେ ଦାୟିତ୍ବ ତୁଲାଇଥିଲେ ।

ଏହାମଧ୍ୟ ପଢନ୍ତୁ: Queen Elizabeth II funeral: ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

୨୦୧୪ରେ ମାଣିକରାଓ ନିର୍ବାଚନ ହାରି ଯାଇଥିଲେ । ବର୍ତ୍ତମାନ ତାଙ୍କର ପରିବାରରେ ଝିଅ ତଥା ପୂର୍ବତନ ବିଧାୟିକା ନିର୍ମଳା ଗାଭିତ ଏବଂ ପୁଅ ଭରତ ଅଛନ୍ତି । ୨୦୧୯ ନିର୍ବାଚନରେ କଂଗ୍ରେସରୁ ଟିକେଟ ନ ପାଇବାରୁ ମାଣିକରାଓଙ୍କ ପୁଅ ବିଜେପିରେ ସାମିଲ ହୋଇଥିଲେ । ସେହିପରି ଦୁଇ ଦୁଇଥର କଂଗ୍ରେସ ବିଧାୟିକା ଥିବା ତାଙ୍କ ଝିଅ ଶିବସେନାରେ ମିଶିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.