ETV Bharat / bharat

ଏନଆଇଏରେ ହାଜର ହେଲେ ପରମବୀର ସିଂହ

author img

By

Published : Apr 7, 2021, 12:25 PM IST

ମୁକେଶ ଅମ୍ବାନିଙ୍କ ଘର ଆଣ୍ଟିଲିଆ ପାଖରୁ ବିସ୍ପୋରକ ଭର୍ତ୍ତି ଗାଡି ମାମଲାରେ ପ୍ରଥମଥର ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା ତଥା ଏନଆଇଏ ପାଖରେ ହାଜର ହୋଇଛନ୍ତି ମୁମ୍ବାଇର ପୂର୍ବତନ ପୋଲିସ କମିସନର ପରମବୀର ସିଂହ ।

Ex-Mumbai top cop Param Bir Singh appears before NIA
ଏନଆଇଏ ପାଖରେ ହାଜର ହେଲେ ପୂର୍ବତନ ମୁମ୍ବାଇ ପୋଲିସ କମିସନର ପରମବୀର ସିଂ

ମୁମ୍ବାଇ: ଏନଆଇଏରେ ହାଜର ହୋଇଛନ୍ତି ପୂର୍ବତନ ମୁମ୍ବାଇ ପୋଲିସ କମିସନର ପରମବୀର ସିଂହ । ମୁକେଶ ଅମ୍ବାନିଙ୍କ ଘର ଆଣ୍ଟିଲିଆ ପାଖରୁ ବିସ୍ପୋରକ ଭର୍ତ୍ତି ଗାଡି ମାମଲାରେ ପ୍ରଥମଥର ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା ତଥା ଏନଆଇଏ ପାଖରେ ହାଜର ହୋଇଛନ୍ତି ମୁମ୍ବାଇର ପୂର୍ବତନ ପୋଲିସ କମିସନର ପରମବୀର ସିଂହ । ଆଜି ସକାଳୁ ସେ ସିଧାସଳଖ ଜାତୀୟ ତଦନ୍ତକାରୀ ଅଫିସରେ ପହଞ୍ଚିଥିଲେ ।

ଏହି ମାମଲାରେ ବିସ୍ଫୋରକ ଗାଡି ସହ ପରମବୀରଙ୍କ ସହ ସମ୍ପର୍କ କଣ ଓ ସଚିନ ୱାଜେଙ୍କ ସହିତ ସମ୍ପର୍କ କଣ ସେ ନେଇ ଏନଆଇଏ ଖୋଳତାଡ ଆରମ୍ଭ କରିବ ବୋଲି ଜଣାପଡିଛି । ବିସ୍ଫୋରକ ରଖିବା ଦିନ ସମସ୍ତ ଘଟଣା ତଦନ୍ତ କରାଯିବ । ବିସ୍ଫୋରକ ରଖିବା ପାଇଁ ସଚିନ ବଜେ ଓ ପରମବୀର ସିଂହ କଣ ରହିଛ ତାହା ତଦନ୍ତ ହେବ । ଏହି ମାମଲାରେ ବ୍ୟବସାୟୀ ମନସୁଖ ହିରେନଙ୍କ ମୃତ୍ୟୁକୁ ନେଇ ମଧ୍ୟ ପରମବୀର ସିଂହ ତଦନ୍ତର ସାମନା କରିବେ । ଏହା ପୂର୍ବରୁ ଏହି ମାମଲାରେ ଏନଆଇଏ ମୁମ୍ବାଇ ପୋଲିସ ଅଫିସର ସଚିନ ୱାଜେକୁ ଗିରଫ କରିଛି । ଏହି ମାମଲାକୁ ନେଇ ମହାରାଷ୍ଟ୍ର ସରକାରଙ୍କ ଗୃହମନ୍ତ୍ରୀ ଅନିଲ ଦେଶମୁଖ ମଧ୍ୟ ଇସ୍ତଫା ଦେଇଛନ୍ତି ।

ସୂଚନାଥାଉକି ଗତ ଫେବୃୟାରୀ ମାସ 25 ତାରିଖରେ ମୁକେଶ ଅମ୍ବାନିଙ୍କ ଘର ଆଣ୍ଟିଲିଆ ପାଖରୁ ବିସ୍ପୋରକ ଭର୍ତ୍ତି ଏସୟୁଭି ଗାଡି ଜବତ କରାଯାଇଥିଲା । ଏହା ପରେ ମହାରାଷ୍ଟ୍ରରେ ପୋଲିସର କାର୍ଯ୍ୟକାରୀତାକୁ ନେଇ ନାନା ପ୍ରଶ୍ନ ଉଠିଛି । ଏହାପରେ ମୁମ୍ବାଇର ପୋଲିସ କମିସନର ଭାବରେ ତୁରନ୍ତ ହେମନ୍ତ ନାରଗଲେକୁ ନିଯୁକ୍ତି ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.