ETV Bharat / bharat

ଲିଙ୍ଗ ପରିବର୍ତ୍ତନ କରିବେ ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ

ଲିଙ୍ଗ ପରିବର୍ତ୍ତନ କରିବେ ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ସୁଚେତନା ଭଟ୍ଟାଚାର୍ଯ୍ୟ । ଜାଣନ୍ତୁ କାହିଁକି ନେଇଛନ୍ତି ଏପରି ନିଷ୍ପତ୍ତି । ଅଧିକ ପଢ଼ନ୍ତୁ

author img

By

Published : Jun 22, 2023, 1:16 PM IST

Updated : Jun 22, 2023, 1:25 PM IST

Ex Bengal CM daughter wants sex change
ଲିଙ୍ଗ ପରିବର୍ତ୍ତନ କରିବେ ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ

କୋଲକାତା: ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ । ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ସୁଚେତନା ଭଟ୍ଟାଚାର୍ଯ୍ୟ ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅସ୍ତ୍ରୋପଚାର କରି ଲିଙ୍ଗ ପରିବର୍ତ୍ତନ କରି ସୁଚେତନାରୁ ସୁଚେତନ ହେବାକୁ ସ୍ଥିର କରିଛନ୍ତି । ଏନେଇ ସେ ଆଇନ ବିଶେଷଜ୍ଞଙ୍କଠୁ ପରାମର୍ଶ ନେଇଥିବା ଜଣାପଡିଛି । ଏହା ସହିତ ଆବଶ୍ୟକ ପ୍ରକ୍ରିୟା ଯେପରି ପ୍ରମାଣପତ୍ର ଏବଂ ଅନ୍ୟାନ ଅନୁମୋଦନ ପତ୍ର ପ୍ରସ୍ତୁତ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏହା ବି ପଢନ୍ତୁ...କୋଚିଂ ଯିବା ବାଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା

ନିକଟରେ ଏକ LGBTQ କର୍ମଶାଳାରେ ଯୋଗ ଦେଇଥିଲେ ସୁଚେତନା ଭଟ୍ଟାଚାର୍ଯ୍ୟ । ସେଠାରେ ସେ ନିଜକୁ ପୁରୁଷ ବୋଲି ଭାବୁଥିବା କହିଥିଲେ । ଖାଲି ସେତିକି ନୁହେଁ ଉକ୍ତ କର୍ମଶାଳାରେ ସେ ପୁରୁଷ ହେବାକୁ ଚାହାନ୍ତି ବୋଲି କହିଥିଲେ । ସୁଚେତନା ଲିଙ୍ଗ ପରିବର୍ତ୍ତନ ନେଇ କହିଛନ୍ତି,"ମୋ ବାପା କିମ୍ବା ମୋ ପରିବାରର ପରିଚୟ କିଛି ବଡ଼ ପ୍ରସଙ୍ଗ ନୁହେଁ । LGBTQ ଆନ୍ଦୋଳନର ଏକ ଅଂଶ ଭାବେ ମୁଁ ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଛି । ପ୍ରତିଦିନ ମୁଁ ଯେଉଁ ସାମାଜିକ ନିର୍ଯାତନା ସହୁଛି ତାହାକୁ ବନ୍ଦ କରିବାକୁ ଏହା ହିଁ ବାଟ । ତେଣୁ ମୁଁ ଏହି ନିଷ୍ପତ୍ତି ନେଇଛି ।"

ଏହା ବି ପଢନ୍ତୁ...ଯୁବତୀଙ୍କ ସହ ଦୁଷ୍କର୍ମ କରିବାରୁ ନିଜ ସାଥିକୁ ମୃତ୍ୟୁଦଣ୍ଡ ଦେଲେ ନକ୍ସଲ

ସେ ଆହୁରି କହିଛନ୍ତି, "ନିଷ୍ପତ୍ତି ନେବାକୁ ମୋର ଯଥେଷ୍ଟ ବୟସ ହୋଇଛି । ମୋତେ 41 ବର୍ଷ ହେଲାଣି ତେଣୁ ମୁଁ ମୋ ଜୀବନର ସମସ୍ତ ନିଷ୍ପତ୍ତି ନେଇପାରିବି । ତେଣୁ ମୁଁ ଏହି ନିଷ୍ପତ୍ତି ନେଇଛି । ଦୟାକରି ମୋ ବାପାମାଆଙ୍କୁ ଏହା ଭିତରକୁ ଟାଣନ୍ତୁ ନାହିଁ । ଯିଏ ମାନସିକ ଭାବେ ନିଜକୁ ପୁରୁଷ ଭାବେ ସେ ଜଣେ ପୁରୁଷ ମୁଁ ମଧ୍ୟ ନିଜକୁ ପୁରୁଷ ଭାବେ ଏବେ ଶାରିରୀକ ଭାବେ ଏହାର ପରିବର୍ତ୍ତନ ଚାହୁଁଛି । ମୁଁ ମୋ ନିଷ୍ପତ୍ତି ପାଇଁ ଲଢିବାକୁ ପ୍ରସ୍ତୁତ ଅଛି । ମୋ ପାଖରେ ସେତିକି ସାହାସ ବି ଅଛି । ଅନ୍ୟମାନେ କଣ କହିବେ ମୋର ଜାଣିବାର ନାହିଁ । ମୁଁ ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ । LGBTQ ସମ୍ପ୍ରଦାୟ ସେମାନଙ୍କ ପରିଚୟ ନେଇ କେବେ ଲଜ୍ଜିତ ହୁଅନ୍ତୁ ନାହିଁ । ମୋ ନାମ ସହ ପରିବାରକୁ ନେଇ ବିବାଦ ଆସିପାରେ ମାତ୍ର ମୁଁ ସମସ୍ତଙ୍କୁ ଉତ୍ତର ଦେବି ।"

Last Updated : Jun 22, 2023, 1:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.