ETV Bharat / bharat

Sengol: ସେଙ୍ଗୋଲକୁ ସମସ୍ତେ ସ୍ବୀକାର କରିନେବା ଉଚିତ, କାହିଁକି ଏମିତି କହିଲେ ଥରୁର

author img

By

Published : May 28, 2023, 10:25 PM IST

ଲୋକସଭାରେ ସେଙ୍ଗୋଲ ସ୍ଥାପନ ପ୍ରସଙ୍ଗରେ ଆସିଲା ଶଶି ଥରୁରଙ୍କ ପ୍ରତିକ୍ରିୟା । କହିଲେ ଏହାକୁ ସମସ୍ତେ ସ୍ବୀକାର କରିବା ଉଚିତ । କ’ଣ ରଖିଲେ ତର୍କ ? ଅଧିକ ପଢନ୍ତୁ

Sengol: ସେଙ୍ଗୋଲକୁ ସମସ୍ତେ ସ୍ବୀକାର କରିନେବା ଉଚିତ, କାହିଁକି ଏମିତି କହିଲେ ଥରୁର
Sengol: ସେଙ୍ଗୋଲକୁ ସମସ୍ତେ ସ୍ବୀକାର କରିନେବା ଉଚିତ, କାହିଁକି ଏମିତି କହିଲେ ଥରୁର

ନୂଆଦିଲ୍ଲୀ: ଆଜି ସଂସଦ ଭବନ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ଲୋକସଭା ବାଚସ୍ପତିଙ୍କ ଆସନର ବାମ ପାର୍ଶ୍ବରେ ସ୍ଥାପିତ ହୋଇଛି ଦାକ୍ଷିଣାତ୍ୟର ଚୋଳ ରାଜବଂଶ ଶାସନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ‘ସେଙ୍ଗୋଲ’ ବା ରାଜଦଣ୍ଡ । ଲୋକସଭାରେ ସେଙ୍ଗୋଲ ସ୍ଥାପନ କରାଯିବାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଶଶି ଥରରୁଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହି ସେଙ୍ଗୋଲକୁ ସମସ୍ତେ ସ୍ବୀକାର କରିନେବା ଉଚିତ ବୋଲି ଶଶି କହିଛନ୍ତି ।

  • Is it any surprise that the new Parliament is being consecrated with typically false narratives from the WhatsApp University? The BJP/RSS Distorians stand exposed yet again with Maximum Claims, Minimum Evidence.

    1. A majestic sceptre conceived of by a religious establishment in… pic.twitter.com/UXoqUB5OkC

    — Jairam Ramesh (@Jairam_Ramesh) May 26, 2023 " class="align-text-top noRightClick twitterSection" data=" ">

ଟ୍ବିଟ୍‌ କରି ଶଶି କହିଛନ୍ତି,‘‘ସେଙ୍ଗୋଲ ବିବାଦ ଉପରେ ମୋର ନିଜର ମତ ହେଉଛି, ଉଭୟ ପକ୍ଷଙ୍କ ନିକଟରେ ଏ ସମ୍ପର୍କରେ ଉଚିତ ତର୍କ ରହିଛି । ପବିତ୍ର ସାର୍ବଭୌମତ୍ୱ ଏବଂ ଧର୍ମର ନିୟମକୁ ଦର୍ଶାଇ ଏହି ରାଜଦଣ୍ଡ ପରମ୍ପରାର ନିରନ୍ତରତାକୁ ସୂଚିତ କରୁଛି ବୋଲି ସରକାର ଦାବି କରୁଛନ୍ତି । ବିରୋଧୀଙ୍କ ଯୁକ୍ତି ଯଥାର୍ଥ ଯେ, ଦେଶବାସୀଙ୍କ ନାମରେ ସମ୍ବିଧାନ ପ୍ରସ୍ତୁତ କରାଯାଇଛି ଏବଂ ସଂସଦରେ ଦେଶବାସୀଙ୍କ ପ୍ରତିନିଧିତ୍ୱରେ ହିଁ ସାର୍ବଭୈମତ୍ୱ ରହିଛି । ସମ୍ବିଧାନ କେବେ ହେଲେ ରାଜାଙ୍କୁ ରାଜକୀୟ ଅଧିକାର ଦ୍ବାରା ପ୍ରଦାନ କରାଯାଇଥିବା ଇଶ୍ୱରୀୟ ଅଧିକାର ହୋଇପାରିବ ନାହିଁ ।’’

  • My own view on the #sengol controversy is that both sides have good arguments. The government rightly argues that the sceptre reflects a continuity of tradition by embodying sanctified sovereignty & the rule of dharma. The Opposition rightly argues that the Constitution was… pic.twitter.com/OQ3RktGiIp

    — Shashi Tharoor (@ShashiTharoor) May 28, 2023 " class="align-text-top noRightClick twitterSection" data=" ">

ହେଲେ ଉଭୟ ତର୍କକୁ ଏକାଠି ବିଚାର କରାଯାଇପାରେ, ଯଦି ମାଉଣ୍ଟବ୍ୟାଟେନଙ୍କ ଦ୍ବାରା ନେହୁରୁଙ୍କୁ କ୍ଷମତା ହସ୍ତାନ୍ତରଣ ସ୍ବରୂପ ସେଙ୍ଗୋଲ ପ୍ରଦାନ ନେଇ ଥିବା କାଳ୍ପନିକ ବା ପ୍ରମାଣ ବିହୀନ କାହାଣୀକୁ ବାଦ ଦିଆଯାଇପାରିବ । ରାଜଦଣ୍ଡ ସେଙ୍ଗୋଲ ହେଉଛି ଶକ୍ତି ଏବଂ ଅଧିକାରର ଏକ ପାରମ୍ପରିକ ପ୍ରତୀକ । ଏହାକୁ ଲୋକସଭାରେ ସ୍ଥାପନ କରିବା ଦ୍ବାରା, ସାର୍ବଭୌମତ୍ୱ ଲୋକସଭାରେ ରହିଛି ଏବଂ କୌଣସି ରାଜାଙ୍କ ସହିତ ନୁହେଁ ବୋଲି ଭାରତ ନିଶ୍ଚିତ କରୁଛି । ବର୍ତ୍ତମାନର ଏହି ମୂଲ୍ୟବୋଧକୁ ନିଶ୍ଚିତ କରିବାକୁ ହେଲେ ଅତୀତର ଏହି ପ୍ରତୀକକୁ ସମ୍ମାନ ଦେବା ଆବଶ୍ୟକ ।’’

ଆଜି ଲୋକାର୍ପଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ବାଚସ୍ପତିଙ୍କ ଆସନ ପାର୍ଶ୍ବରେ ପ୍ରଧାନମନ୍ତ୍ରୀ ସ୍ଥାପନ କରିଛନ୍ତି । ଏହାକୁ ନେଇ ଚର୍ଚ୍ଚା ଓ ବିବାଦ ମଧ୍ୟ ଲାଗି ରହିଛି । କେହି କେହି ଏହାକୁ ରାଜା ଶାସନର ସଙ୍କେତ ଭାବେ ବିବେଚନା କରି ଗଣତନ୍ତ୍ରରେ ଏହାର ଆବଶ୍ୟକତା ନଥିବା କହୁଛନ୍ତି । ହେଲେ ଏହାରି ମଧ୍ୟରେ ଦାକ୍ଷିଣାତ୍ୟ ଚୋଳ ରାଜବଂଶର ଏହି ପ୍ରତୀକ ଭାରତୀୟ ସଂସଦର ଅବିଚ୍ଛେଦ ଅଙ୍ଗ ଭାବେ ମାନ୍ୟତା ପାଇସାରିଛି ।

ଆଜି ନୂତନ ସଂସଦକୁ ଦେଶକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଙ୍ଗରେ ଲୋକସଭା ବାଚସ୍ପତି ଓମ ବିର୍ଲା, ତାମାମ କେନ୍ଦ୍ର ମନ୍ତ୍ରୀ ଓ ସାଂସଦଙ୍କ ସମେତ ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ । ମୁଖ୍ୟ ବିରୋଧୀ କଂଗ୍ରେସ ସମେତ 19ଟି ରାଜନୈତିକ ଦଳ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ । ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାନଯିବା ଅଗଣତାନ୍ତ୍ରିକ ବୋଲି ସେମାନେ ସୂଚୀ ପ୍ରକାଶ ପାଇବା ପର ଠାରୁ ଅଭିଯୋଗ କରିଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.