ETV Bharat / bharat

ସରକାରୀ ସ୍କୁଲରେ ନାମ ଲେଖାଇଲେ ମିଳିବ ୫୦୦୦ ଟଙ୍କା, ଜାଣନ୍ତୁ କେଉଁଠି ? - ସରକାରୀ ବିଦ୍ୟାଳୟରେ ଯୋଗଦେବା ପାଇଁ ପ୍ରତ୍ୟେକ ଛାତ୍ରଙ୍କୁ 5000 ଟଙ୍କା

ଗୋଧୁମକୁନ୍ତ ଗ୍ରାମରେ ସରକାରୀ ବିଦ୍ୟାଳୟରେ ନାମଲେଖାଇଲେ ପ୍ରତ୍ୟେକ ଛାତ୍ରଙ୍କୁ 5000 ଟଙ୍କା ମିଳିବା ନେଇ ଘୋଷଣା । ଗ୍ରାମରେ ଥିବା ସରକାରୀ ବିଦ୍ୟାଳୟରେ ନାମ ଲେଖାଇଥିବା ପ୍ରତ୍ୟେକ ଛାତ୍ରଙ୍କୁ ସରପଞ୍ଚ ଅକିତି ମହେନ୍ଦର ରେଡ୍ଡି ଏବଂ ଉପସରପଞ୍ଚ ଅଞ୍ଜନେଇଲୁ 5000 ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

Every student gets Rs.5000 for joining a Government school in godhumakunta
ସରକାରୀ ବିଦ୍ୟାଳୟରେ ଯୋଗଦେବା ପାଇଁ ପ୍ରତ୍ୟେକ ଛାତ୍ରଙ୍କୁ 5000 ଟଙ୍କା
author img

By

Published : Jun 20, 2022, 1:32 PM IST

ହାଇଦ୍ରାବାଦ: ତେଲେଙ୍ଗାନା ସରକାର ଛାତ୍ରମାନଙ୍କୁ ସରକାରୀ ବିଦ୍ୟାଳୟରେ ନାମ ଲେଖାଇବାକୁ ଉତ୍ସାହିତ କରିଛନ୍ତି । ଗୋଧୁମକୁନ୍ତ ଗ୍ରାମରେ ସରକାରୀ ବିଦ୍ୟାଳୟରେ ନାମଲେଖାଇଲେ ପ୍ରତ୍ୟେକ ଛାତ୍ରଙ୍କୁ 5000 ଟଙ୍କା ମିଳିବା ନେଇ ଘୋଷଣା କରାଯାଇଛି । ସରକାରୀ ବିଦ୍ୟାଳୟ ଗୁଡ଼ିକ ମଧ୍ୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି । କିନ୍ତୁ ଅଧିକାଂଶ ପିଲାଙ୍କ ଅଭିଭାବକ ସେମାନଙ୍କ ପିଲାଙ୍କୁ କେବଳ ଘରୋଇ ବିଦ୍ୟାଳୟକୁ ପଠାଇବାକୁ ଆଗ୍ରହୀ । ଏହାକୁ ଦୃଷ୍ଟିରେ ରଖି ଏପରି ଘୋଷଣା କରିଛନ୍ତି ସରପଞ୍ଚ ।

ଯଦିଓ ସରକାର ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି, ତଥାପି ସରକାରୀ ବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ନାମମାତ୍ର ରହିଛି । ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଯୋଗଦାନକୁ ବୃଦ୍ଧି କରିବା ପାଇଁ ମେଡଚାଲ ଜିଲ୍ଲାର କିସାରା ଜୋନର ଗୋଧୁମକୁନ୍ତର ସ୍ଥାନୀୟ ନେତାମାନେ ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ଗ୍ରାମରେ ଥିବା ସରକାରୀ ବିଦ୍ୟାଳୟରେ ନାମ ଲେଖାଇଥିବା ପ୍ରତ୍ୟେକ ଛାତ୍ରଙ୍କୁ ସରପଞ୍ଚ ଅକିତି ମହେନ୍ଦର ରେଡ୍ଡି ଏବଂ ଉପସରପଞ୍ଚ ଅଞ୍ଜନେଇଲୁ 5000 ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କୁ ଦୁଇଟି ଯୋଡି ୟୁନିଫର୍ମ, ଜୋତା, ଏବଂ ଏକ ବସ୍ ପାସ୍ ମାଗଣାରେ ଯୋଗାଇ ଦିଆଯିବ । ଏଥିସହ ଘୋଷିତ ପୁରସ୍କାରର ବିବରଣୀ ସହିତ ବିଦ୍ୟାଳୟର ପ୍ରବେଶ ପଥରେ ଲଗା ଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.