ETV Bharat / bharat

UNରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଦେଖି ପ୍ରତିଟି ଭାରତୀୟ ଗର୍ବ କରିବେ: ପ୍ରଧାନମନ୍ତ୍ରୀ

ମିଳିତ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଦେଖି ପ୍ରତିଟି ଭାରତୀୟ ଗର୍ବ ଅନୁଭବ କରିବେ ବୋଲି ଗୁରୁବାର ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି
ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି
author img

By

Published : Dec 16, 2022, 7:29 AM IST

ନୂଆଦିଲ୍ଲୀ: ମିଳିତ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟରେ ଗତକାଲି(ଗୁରୁବାର) ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ପ୍ରଧାମନ୍ତ୍ରୀ (Prime Minister Narendra Modi) ମୋଦି ଜାତିସଂଘ ମୁଖ୍ୟ ଆଣ୍ଟିନିଓ ଗୁଟେରସଙ୍କ(UN Secretary General Antonio Guterres) ଏକ ପୋଷ୍ଟ ସେୟାର କରି କହିଛନ୍ତି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଦେଖି ପ୍ରତିଟି ଭାରତୀୟ ଗର୍ବ ଅନୁଭବ କରିବେ(Every Indian proud to see Mahatma Gandhi's bust at UN) ।

  • It makes every Indian proud to see the bust of Mahatma Gandhi at the @UN HQ. May the Gandhian thoughts and ideals make our planet more prosperous and further sustainable development. https://t.co/kU6Juw96WU

    — Narendra Modi (@narendramodi) December 15, 2022 " class="align-text-top noRightClick twitterSection" data=" ">

ମୋଦି ଟ୍ବିଟ କରି କହିଛନ୍ତି ଯେ, "ମିଳିତ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟରେ ଉନ୍ମୋଚିତ ହୋଇଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଦେଖି ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବେ । ଗାନ୍ଧୀବାଦୀ ବିଚାର ଏବଂ ତାଙ୍କର ଆଦର୍ଶ ଆମ ସମାଜକୁ ଆହୁରି ବିକଶିତ କରାଇବ ।"

ଏହା ମଧ୍ୟ ପଢନ୍ତୁ: ପୁରୀ ସହରରେ ଭୁଷୁଡି ପଡ଼ିଛି ବିଦ୍ୟୁତ ସେବା, ଶୁଣୁନି ଟାଟା ପାୱାର

ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସମୟରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟରସ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହାପରେ ଗୁଟରେସ ଏକ ଟ୍ବିଟ କରି ସୂଚନା ଦେଇଥିଲେ। ଗୁଟରେସ ଗାନ୍ଧୀଙ୍କୁ ଶାନ୍ତିପୂର୍ଣ୍ଣ ସହ ଅସ୍ତିତ୍ବ, ନିରପେକ୍ଷତାକୁ ନେଇ ଆପୋଷ ବୁଝାବଣାକାରୀ ଓକିଲ ଭାବେ ବର୍ଣ୍ଣନା କରିଛନ୍ତି ।

ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟରେସ ଟ୍ବିଟକରି କହିଛନ୍ତି, " ମିଳିତ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟରେ ମହାତ୍ମାଗାନ୍ଧୀଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ଏହା ଗାନ୍ଧୀଙ୍କ ଆଦର୍ଶ ଏବଂ ମୂଲ୍ୟବୋଧକୁ ମନେ ପକାଇବ।" ଏହି ପୋଷ୍ଟକୁ ମୋଦି ନିଜ ଟ୍ବିଟରରେ ସେୟାର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.