ETV Bharat / bharat

ଆତଙ୍କବାଦ ମୂଳପୋଛ ନହେବା ଯାଏ ବିଶ୍ରାମ ନେବୁ ନାହିଁ: ପ୍ରଧାନମନ୍ତ୍ରୀ

ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ପ୍ରସଙ୍ଗରେ ଆଜି ନୂଆଦିଲ୍ଲୀରେ ଆତଙ୍କବାଦ ବିରୋଧୀ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

pm modi in anti terror conference
pm modi in anti terror conference
author img

By

Published : Nov 18, 2022, 1:28 PM IST

ନୂଆଦିଲ୍ଲୀ: ଆତଙ୍କବାଦୀ ପାଣ୍ଠି ଯୋଗାଣକୁ ନା । ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ପ୍ରସଙ୍ଗରେ ଆଜି ନୂଆଦିଲ୍ଲୀରେ ଆତଙ୍କବାଦ ବିରୋଧୀ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦୁଇଦିନିଆ ବୈଠକରେ ୭୮ ଦେଶର ୪୫୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି । ଆତଙ୍କବାଦୀମାନେ ପାଣ୍ଠି ଯୋଗାଣ ପାଇଁ ଦିନକୁ ଦିନ ନୂଆ ନୂଆ ପନ୍ଥା ଆପଣାଉଛନ୍ତି । ଏହି ଚ୍ୟାଲେଞ୍ଜର ମୁକାବିଲା ପାଇଁ କଣ କଣ ପଦକ୍ଷେପ ନିଆଯାଇ ପାରିବ ତାହା ଉପରେ ସମ୍ମିଳନୀରେ ଆଲୋଚନା ହୋଇଛି । ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି,'' ଗୋଟିଏ ଆକ୍ରମଣ ବହୁତ ଅଧିକ । ଆତଙ୍କୀ ଆକ୍ରମଣରେ ଗୋଟିଏ ଜୀବନ ଯିବା ଆମ ପାଇଁ ବହୁତ ।'' ଆତଙ୍କୀ ଆକ୍ରମଣକୁ ମୂଳରୁ ନାଶ କରିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,''ଆମ ଦେଶ ଆତଙ୍କବାଦର କଳା ଫର୍ଦ୍ଦ ଦେଖିଛି । ଅନେକ ବର୍ଷ ପୂର୍ବରୁ ଆତଙ୍କୀର ସାମ୍ନା କରିଛି ଦେଶ। ଦେଶକୁ ବିଭିନ୍ନ ଆକାରରେ ଆଘାତ ପହଞ୍ଚାଇଛନ୍ତି ଆତଙ୍କବାଦୀ । ଆତଙ୍କୀ ଆକ୍ରମଣରେ ହଜାର ହଜାର ମୂଲ୍ୟବାନ ଜୀବନ ହରାଇଛୁ ହେଲେ ସାହାସିକତାର ସହ ଆତଙ୍କବାଦୀର ମୁକାବିଲା କରିଛୁ ।'' ଆତଙ୍କବାଦ ମୂଳୋତ୍ପାଟନ ନହେବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆତଙ୍କବାଦର ଦୀର୍ଘକାଳୀନ ପ୍ରଭାବ ଗରିବ ଏବଂ ସ୍ଥାନୀୟ ଅର୍ଥନୀତି ଉପରେ ବିଶେଷ କଷ୍ଟସାଧ୍ୟ ହୋଇଛି । ଆଜିର ଦିନରେ ଆତଙ୍କବାଦର ବିପଦ ବିଷୟରେ କାହାକୁ ମନେ ପକାଇବା ପାଇଁ ଆବଶ୍ୟକତା ନାହିଁ। ଏହାର ଭୟାଭୟତା ବିଷୟରେ ସମସ୍ତେ ଅବଗତ । ସମସ୍ତ ଆତଙ୍କବାଦୀ ଆକ୍ରମଣ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ । ୟୁନିଫର୍ମ, ୟୁନିଫାଏଡ ଏବଂ ଶୂନ ସହନଶୀଳତା ଆତଙ୍କବାଦକୁ ପରାସ୍ତ କରିପାରିବ । ଆତଙ୍କବାଦକୁ ମୁକାବିଲା କରିବା ପାଇଁ ଏକ ବୃହତ୍ତ ସକ୍ରିୟ, ବ୍ୟବସ୍ଥିତ ପ୍ରତିକ୍ରିୟା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ବି ପଢନ୍ତୁ...ଗବେଷଣା କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ: ପ୍ରଥମ ଘରୋଇ ରକେଟ୍ 'ବିକ୍ରମ-ଏସ୍' ଉତ୍‌କ୍ଷେପଣ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆମେ ଜାଣିଛେ ଆତଙ୍କବାଦୀ ସଂଗଠନ ଅନେକ ଦିଗରୁ ପାଣ୍ଠି ଯୋଗାଡ କରିଥାନ୍ତି । ଗୋଟିଏ ହେଉଛି ରାଜ୍ୟ ସମର୍ଥନ । ନିର୍ଦ୍ଦିଷ୍ଟ ଦେଶ ଆତଙ୍କବାଦକୁ ସମର୍ଥନ କରୁଛି । ସେମାନଙ୍କୁ ଆର୍ଥିକ, ରାଜନୈତିକ ସମର୍ଥନ କରୁଛନ୍ତି । ଆତଙ୍କବାଦୀ ପାଣ୍ଠିର ଅନ୍ୟତମ ଉତ୍ସ ହେଉଛି ସଂଗଠିତ ଅପରାଧ । ମିଳିତ ଅପରେସନ୍, ଗୁପ୍ତଚର ସମନ୍ବୟ ଆତଙ୍କବାଦ ବିରୋଧରେ ଲଢିବାରେ ସାହାଯ୍ୟ କରିଥାଏ । ମିଳିତ ଭାବେ ଆତଙ୍କବାଦ ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପୂର୍ବରୁ 2018ରେ ପ୍ୟାରିସରେ, 2019ରେ ମେଲବୋର୍ଣ୍ଣରେ ଆତଙ୍ଗବାଦୀ ସଙ୍ଗଠନକୁ ପାଣ୍ଠି ଯୋଗାଣ ବନ୍ଦ ପ୍ରସଙ୍ଗରେ ସମ୍ମିଳନୀ ହୋଇଥିଲା । ଚଳିତ ସମ୍ମିଳନୀରେ 78ଟି ଦେଶର 450 ପ୍ରତିନିଧିଙ୍କ ସମେତ 20 ଦେଶର ମନ୍ତ୍ରୀ ସାମିଲ ହୋଇଥିଲେ । ଆସନ୍ତାକାଲି (ଶନିବାର) ସମ୍ମିଳନୀର ଦ୍ବିତୀୟ ଦିନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.