ETV Bharat / bharat

ଧିରେ ଧିରେ ଘନଉଛି ଯୁଦ୍ଧ ! ହଠାତ୍ 2 ଦିନିଆ ଭାରତ ଗସ୍ତରେ ଆସିବେ ୟୁରୋପୀୟ ଆୟୋଗ ଅଧ୍ୟକ୍ଷା - ୟୁରୋପୀୟ କମିଶନ ଅଧ୍ୟକ୍ଷାଙ୍କ ଭାରତ ଗସ୍ତ

ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ୟୁରୋପୀୟ ଆୟୋଗ (European Commission) ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲେନ । ଏକାଧିକ କାର୍ଯ୍ୟକ୍ରମରେ ହେବେ ସାମିଲ । ଅଧିକ ପଢନ୍ତୁ

2 ଦିନିଆ ଭାରତ ଗସ୍ତରେ ଆସିବେ ୟୁରୋପୀୟ ଆୟୋଗ ଅଧ୍ୟକ୍ଷା

author img

By

Published : Apr 19, 2022, 7:51 PM IST

ନୂଆଦଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ୟୁରୋପୀୟ ଆୟୋଗ (European Commission) ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲାଏନ । ଚଳିତ ମାସ (ଏପ୍ରିଲ୍) 24-25 ତାରିଖରେ ପର୍ଯ୍ୟନ୍ତ ସେ ସରକାରୀ ଗସ୍ତରେ ଭାରତ ଆସୁଥିବା ସୂଚନା ଦେଇଛି ବୈଦେଶିକ ମନ୍ତ୍ରଣାଳୟ । ଆୟୋଗର ଅଧ୍ୟକ୍ଷା ଭାବେ ଦାୟିତ୍ବ ନେବା ପରେ ଉର୍ସୁଲା ଭନ୍ ଡେର୍ ଲେନଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ ।

ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବା ନେଇ କାର୍ଯ୍ୟକ୍ରମ ରହିଛି । ପରେ ଲାଏନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଅନ୍ୟ କିଛି ବରିଷ୍ଠ ନେତାଙ୍କ ସହ ମଧ୍ୟ ସାକ୍ଷାତ ଓ ଆଲୋଚନା କରିବେ । ସେ ରାଇସିନା ଡାଇଲଗର ମୁଖ୍ୟ ଅତିଥି ଭାବେ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି ଏପ୍ରିଲ 25 ରେ ଏହାର ଉଦଘାଟନୀ ଅଧିବେଶନରେ ଥିବା ବେଳେ ସେ ଏଥିରେ ଅଂଶଗ୍ରହଣ କରିବେ ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଉଭୟ ୟୁରୋପୀୟ ୟୁନିୟନ ଓ ଭାରତ ମଧ୍ୟରେ ଦୃଢ ପାରସ୍ପାରିକ ଭାଗିଦାରୀ ରହି ଆସିଛି । ରାଜନୈତିକ, ରଣନୀତିକ, ବାଣିଜ୍ୟ, ଜଳବାୟୁ ପରବର୍ତ୍ତନ, ଡିଜିଟାଲ, ପ୍ରଯୁକ୍ତିବିଦ୍ୟା ଓ ନିରନ୍ତର ବିକାଶ କ୍ଷେତ୍ରରେ ଗଭୀର ଭାବେ ସହଯୋଗ ମଧ୍ୟ ରହିଆସିଛି ।

ବୈଦେଶିକ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି, 2021 ମସିହାରେ ଭାରତ-ୟୁରୋପୀୟ ପରିଷଦ କନେକ୍ଟିଭିଟି ପାର୍ଟନରସିପ୍ ଆରମ୍ଭ ହେବା ନିଷ୍ପତ୍ତି ଏକ ମାଇଲଖୁଣ୍ଟ ଥିଲା । ଏବେ ୟୁରୋପୀୟ ଆୟୋଗ ଅଧ୍ୟକ୍ଷା ଭାରତ ଗସ୍ତରେ ଆସୁଥିବା ବେଳେ ୟୁରୋପୀୟ ପରିଷଦ ଓ ଭାରତ ମଧ୍ୟରେ ସମ୍ପର୍କରେ ଆହୁରି ଦୃଢତା ଆସିବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.