ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Aug 5, 2022, 5:05 PM IST

1. କଂଗ୍ରେସ୍‌ର ଜେଲ୍‌ ଭରୋ ଆନ୍ଦୋଳନ, ରାହୁଲ ଓ ପ୍ରିୟଙ୍କାଙ୍କୁ ଉଠାଇ ନେଲା ପୋଲିସ

ଦେଶରେ ମୁଦ୍ରାସ୍ପୀତି ବୃଦ୍ଧି ପାଉଛି, ଦରଦାମ ଉପରେ ଅଙ୍କୁଶ ଲାଗୁନଥିବା ଅଭିଯୋଗ କରିଛି କଂଗ୍ରେସ । ଏହାକୁ ନେଇ କଂଗ୍ରେସ ସାଂସଦ କଳା ପୋଷାକ ପରିଧାନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି କଂଗ୍ରେସ ନେତାଏ ।

2. ରାଜଭବନ ଘେରିଲା କଂଗ୍ରେସ, ଶତାଧିକ କର୍ମୀଙ୍କୁ ଉଠାଇନେଲା ପୋଲିସ

ବେକାରୀ ସମସ୍ୟା ଓ ଦରଦାମ ବୃଦ୍ଧି ନେଇ ରାଜଭବନ ଘେରାଉ କଲା କଂଗ୍ରେସ । ରାଜଭବନ ଧସେଇ ପସିବା ସମୟରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ।

3. ରାୟଗଡ଼ାକୁ ପୁଣି ଫେରିଲା କୋରୋନା, ବିଦ୍ୟାଳୟରେ ୪୧ ପଜିଟିଭ ଚିହ୍ନଟ

ପୁଣି ରାୟଗଡ଼ା ଜିଲ୍ଲାରେ ତାଣ୍ଡବ ରଚିଲା କୋରୋନା । ଚନ୍ଦ୍ରପୁର କଲ୍ୟାଣ ବିଭାଗ ପରିଚାଳିତ ବାଳିକା ବିଦ୍ୟାଳୟରେ ୪୧ ପଜିଟିଭ ଚିହ୍ନଟ ।

4. ଉତ୍ତରପ୍ରଦେଶ: ପଞ୍ଚାୟତର ଅଜବ ନିଷ୍ପତ୍ତି ଦୁଷ୍କର୍ମକାରୀକୁ 1ଲକ୍ଷ କ୍ଷତିପୂରଣ ଜରିମାନା

ଉତ୍ତରପ୍ରଦେଶ ସନ୍ଥ କବୀର ନଗରରେ ଜଣେ ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ମାମଲା ଥାନାରେ ପହଞ୍ଚିଥିଲା । ହେଲେ ପଞ୍ଚାୟତ ଘଟଣାର ଫଇସଲା କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଷ୍କର୍ମକାରୀକୁ 1 ଲକ୍ଷ 25 ହଜାର କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ଶୁଣାଇଛି ପଞ୍ଚାୟତ ।

5. ଘରେ ଉଡାନ୍ତୁ ତ୍ରିରଙ୍ଗା, ୧୯୭୧ ଯୁଦ୍ଧବେଳେ ରାତିକରେ ରନୱେ ନିର୍ମାଣ କରିଥିବା ବୀରାଙ୍ଗନାଙ୍କ ଅପିଲ

୧୯୭୧ ଯୁଦ୍ଧ ବେଳେ ଭାରତୀୟ ବାୟୁସେନାକୁ ସାହାଯ୍ୟ କରିବାକୁ ଯାଇ ଗୋଟିଏ ରାତି ଭିତରେ ରନୱେ ନିର୍ମାଣ କରିଥିବା ଗୁଜୁରାଟ ବୀରାଙ୍ଗନା(Veeranganas) 'ହର୍‌ ଘର୍‌ ତ୍ରିରଙ୍ଗା' ଅଭିଯାନରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ।

6. କିଷାନ ସମ୍ମାନନିଧି ଯୋଜନା ହିତାଧିକାରୀ ତାଲିକାରେ ସାଂସଦ

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ହିତାଧିକାରୀ ତାଲିକାରେ ରହିଛନ୍ତି ସାଂସଦ । ଆକାଉଣ୍ଟକୁ ଆସିଲାଣି ୯ଟି କିସ୍ତି ।

7. ୧୧ ମାସ ହେଲା ମିଳୁନି ଭତ୍ତା: ଚିନ୍ତାରେ ଅସହାୟ ବୃଦ୍ଧା ହରସମଣି

ଦୀର୍ଘ ୧୧ ମାସ ହେଲାଣି ମିଳୁନି ଭତ୍ତା ଟଙ୍କା । ଚିନ୍ତାରେ ବାଘମାରି ପଞ୍ଚାୟତର ୭୦ ବର୍ଷିୟ ଅସହାୟ ବୃଦ୍ଧା ହରସମଣି ମଲ । ସେପଟେ କ୍ୟାମେରା ସାମ୍ନାରେ କିଛି କହି ନ ଥିଲେ ମଧ୍ୟ ଯାହା ତ୍ରୁଟି ରହିଛି । ତାହା ଖୁବଶୀଘ୍ର ସମାଧାନ କରାଯାଇ ଭତ୍ତା ଯୋଗାଇ ଦେବାକୁ କହିଛନ୍ତି ବେଗୁନିଆ ବିଡ଼ିଓ ।

8. China-Taiwan Tension: ଘନଉଛି ଯୁଦ୍ଧ ଆଶଙ୍କା, ସମରାଭ୍ୟାସ ନାଁରେ ଆତଙ୍କ ଖେଳାଉଛି ଡ୍ରାଗନ

ଆମେରିକା ସଂସଦ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ରକ୍ତମୁଖା ହୋଇଛି ଚୀନ । ଯୁଦ୍ଧାଭ୍ୟାସ ନାଁରେ ତାଇୱାନ ଜଳରାଶିରେ କ୍ଷେପଣାସ୍ତ୍ର ମାଡ କରୁଛି ଡ୍ରାଗନ । ୬ ପଟୁ ତାଇୱାନକୁ ଘେରି ରହିଥିବା ଚୀନର ଏହା କୌଣସି ଯୁଦ୍ଧଭ୍ୟାସ ନୁହେଁ, ବରଂ ଯୁଦ୍ଧର ଶଙ୍ଖନାଦ ବୋଲି କୁହାଯାଉଛି ।

9. Tere Vich Rab Disda: ବ୍ରେକଅପ୍‌ ପରେ ଶମିତା-ରାକେଶଙ୍କ ପ୍ରଥମ ଭିଡିଓ ଆଲବମ୍‌ ରିଲିଜ୍

ବ୍ରେକଅପ୍‌ ପରେ ଶମିତା ଶେଟ୍ଟୀ ଏବଂ ରାକେଶ ବାପତ୍‌ଙ୍କର ଏକ ନୂଆ ଗୀତ ତେରେ ଭିଚ୍ ରବ୍ ଡିସଦା (Tere Vich Rab Disda) ରିଲିଜ୍ ହୋଇଛି ।

10. ୨୦ ବର୍ଷରୁ କମ୍‌ ଫୁଟବଲ ଚମ୍ପିଆନ୍‌ସିପ ଫାଇନାଲ, ଆଜି ଭାରତ-ବାଂଲାଦେଶ ଟକ୍କର

ଆଜି ଖେଳାଯିବ ସାଫ୍‌ 20 ବର୍ଷରୁ କମ୍‌ ଫୁଟବଲ ଚମ୍ପିଆନ୍‌ସିପ୍‌ 2022ର ଫାଇନାଲ ମ୍ୟାଚ୍‌ । ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ମ୍ୟାଚ୍‌ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.