ETV Bharat / bharat

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS 9AM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Oct 25, 2022, 9:10 AM IST

TOP NEWS 9AM
TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ବାଂଲାଦେଶରେ ଲ୍ୟାଣ୍ଡଫଲ କଲା ବାତ୍ୟା ସିତ୍ରାଙ୍ଗ, ନେଲାଣି 7 ଜୀବନ

ବାଂଲାଦେଶରେ ପ୍ରଭାବ ଦେଖାଇଛି ବାତ୍ୟା ସିତ୍ରାଙ୍ଗ । ବାତ୍ୟା ପ୍ରଭାବରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଲ୍ୟାଣ୍ଡଫଲ ପରେ ପ୍ରବଳ ବର୍ଷା ଓ ପବନ ପାଇଁ 7 ଜଣଙ୍କ ଜୀବନ ଯାଇଥିବା ସୂଚନା ।

2. ଆଜି ସୂର୍ଯ୍ୟପରାଗ: ଭୋର୍ ୪ଟା ୫୭ରୁ ପାକତ୍ୟାଗ, ଦେବନୀତି ବନ୍ଦ

ଆଜି ଆଂଶିକ ସୂର୍ଯ୍ୟପରାଗ(Solar eclipse) । ଓଡିଶାରେ କେବଳ ୨୦ ମିନିଟ୍ ପାଇଁ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ।

3. ଭାରତୀୟ ବଂଶୋଦ୍ଭବଙ୍କ ହାତରେ UK, ଚର୍ଚ୍ଚିଲଙ୍କ ମନ୍ତବ୍ୟକୁ ଆନନ୍ଦ ମହିନ୍ଦ୍ରାଙ୍କ କଟାକ୍ଷ

ଭାରତ ସ୍ବାଧୀନତା ହେବା ପରେ ବ୍ରିଟିଶର ପୂର୍ବତନ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲ ଭାରତୀୟଙ୍କ ଦକ୍ଷତାକୁ ନେଇ କଟାକ୍ଷ କରିଥିଲେ । ତେବେ ଆଜି ଦେଶର ୭୫ତମ ସ୍ବାଧୀନତା ଦିବସ ଅବସରରେ ଭାରତୀୟ ବଂଶୋଦ୍ଭବ ୟୁକେର ଶାସନ ଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ୱିନଷ୍ଟନଙ୍କ ଉକ୍ତ ମନ୍ତବ୍ୟକୁ କଟାକ୍ଷ କରିଛନ୍ତି ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ।

4. କେନିଆରେ ପାକିସ୍ତାନୀ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା

କେନିଆରେ ପାକିସ୍ତାନୀ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା । ପୋଲିସ ଗୁଳିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ।

5. ଦୀପାବଳୀରେ ଅଗ୍ନିକାଣ୍ଡ, ଜଳିଗଲା ଲୁଗାଦୋକାନ

ନୟାସଡ଼କର ଓଟିଏମ୍ ଲୁଗା ଦେକାନର ଉପର ମହଲାରେ ଭୟାବହ ଅଗ୍ନିକାଣ୍ଡ । ବାଣ ପଡି ଦୋକାନରେ ନିଆଁ ଲାଗିଥିବା ନେଇ ସନ୍ଦେହ ।

6.ଦୀପାବଳିରେ ଅଘଟଣ, ବାଣ ଦୋକାନରେ ବିସ୍ଫୋରଣ ଘଟି ୪ ଗୁରୁତର

ବାଣ ଦୋକାନରେ ଭୟଙ୍କର ବିସ୍ଫୋରଣ । ୪ଜଣ ଗୁରୁତର ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଗଲା ୧୦ରୁ ଉର୍ଦ୍ଧ୍ବ ଗ୍ରାହକଙ୍କ ଜୀବନ ।

7. ୭ ବର୍ଷ ପରେ ପୀଡ଼ିତାଙ୍କୁ ନ୍ୟାୟ, ନାବାଳିକାଙ୍କୁ ଆଇଟମ୍‌ କହି ଜେଲ୍‌ ଗଲେ ଯୁବକ

ଜଣେ ଯୁବକଙ୍କୁ ଦେଢ଼ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି ପକ୍ସୋ କୋର୍ଟ । ୭ ବର୍ଷ ପରେ ଏଭଳି ରୋଡରୋମିଓଙ୍କ ପ୍ରତି ଦଣ୍ଡ ବିଧାନ ହୋଇଛି ।

8. ଦୀପାବଳିରେ ବିଷାକ୍ତ ହେଉଛି ଦିଲ୍ଲୀ ବାୟୂ

ଦିଲ୍ଲୀରେ ବାୟୁର ଗୁଣବତ୍ତା(Air Quality Index) ଅତି ଖରାପ ସ୍ଥିତିରେ ଥିବା ଜଣାପଡିଛି । ଅପରାହ୍ନ ୪ଟା ସୁଦ୍ଧା ଗୁରୁଗ୍ରାମ ଓ ଦିଲ୍ଲୀରେ ବାୟୁଗଣାବତ୍ତା ୩୦୦ ପାର କରିଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରେକର୍ଡ କରିଛି ।

9. ଭାରତରେ ତାଲିବାନୀ ଦଣ୍ଡ, ପଞ୍ଚାୟତରେ ପ୍ରେମିକକୁ ଛେପ ଚଟାଇଲେ ଗ୍ରାମବାସୀ

ସମସ୍ତିପୁର ଜିଲ୍ଲାରେ ତାଲିବାନୀ ଦଣ୍ଡ । ପ୍ରେମକରି ଧରାପଡିବାରୁ ଛେପ ଚଟାଇଲେ ଗ୍ରାମବାସୀ । ସମସ୍ତିପୁର ଜିଲ୍ଲାର ବିଭୂତିପୁର ବ୍ଲକ ଚାଖିବ ଗ୍ରାମରେ କିଛିଲୋକ ପଞ୍ଚାୟତ କରି ଅଭିଯୁକ୍ତ ପ୍ରେମିକକୁ ତାଲିବାନୀଙ୍କ ଭଳି ଦଣ୍ଡ ଦେଇଛନ୍ତି ।

10. ଲଖୀମପୁର ଖେରୀରେ ବାଘ ଆତଙ୍କ, କଲରପତରିଆ ଆକ୍ରମଣରେ ୧୩ ବର୍ଷୀୟ ଝିଅ ମୃତ

ଲଖୀମପୁର ଖେରୀ ଜିଲ୍ଲାର କୋତୱାଲୀ ଅଞ୍ଚଳରେ କଲପତରିଆ ବାଘ ଆକ୍ରମଣରେ ଜଣେ ୧୩ ବର୍ଷ ଝିଅର ମୃତ୍ୟୁ ହୋଇଛି(leopard killed girl in Lakhimpur Kheri) ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.