ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 25, 2022, 1:03 PM IST

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଆଜି ସୂର୍ଯ୍ୟପରାଗ: ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି

ଆଜି ସୂର୍ଯ୍ୟପରାଗରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯିବ ।

2.Violence in Gujarat: ଦୀପାବଳିରେ ସାମ୍ପ୍ରଦାୟିକ ହିଂସାକାଣ୍ଡ, ପରସ୍ପରକୁ ପଥର ମାଡ଼

ଦୀପାବଳି ଉତ୍ସବ ପାଳନ ବେଳେ ଦୁଇ ସାମ୍ପ୍ରଦାୟିକ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ । ପରସ୍ପରକୁ ପଥର ଫିଙ୍ଗିବା ସହ ଗାଡ଼ିମଟର ଜାଳିଦେଲେ ।

3.ମଠରୁ ଲିଙ୍ଗାୟତ ମହନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମିଳିଲା ସୁଇସାଇଡ ନୋଟ୍‌

କର୍ଣ୍ଣାଟକରେ ମଠ ଭିତରୁ ମହନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମହନ୍ତ ଆତ୍ମହତ୍ୟା କରିଥିବା ସନ୍ଦେହ ।

4.ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବେ ଋଷି ସୁନକ

ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ । କିଙ୍ଗ ଚାର୍ଲସଙ୍କୁ ଭେଟି ଦାୟିତ୍ବ ଗ୍ରହଣ କରିବେ ।

5.ଭାରତୀୟ ବଂଶୋଦ୍ଭବଙ୍କ ହାତରେ UK, ଚର୍ଚ୍ଚିଲଙ୍କ ମନ୍ତବ୍ୟକୁ ଆନନ୍ଦ ମହିନ୍ଦ୍ରାଙ୍କ କଟାକ୍ଷ

ଭାରତ ସ୍ବାଧୀନତା ହେବା ପରେ ବ୍ରିଟିଶର ପୂର୍ବତନ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲ ଭାରତୀୟଙ୍କ ଦକ୍ଷତାକୁ ନେଇ କଟାକ୍ଷ କରିଥିଲେ । ତେବେ ଆଜି ଦେଶର ୭୫ତମ ସ୍ବାଧୀନତା ଦିବସ ଅବସରରେ ଭାରତୀୟ ବଂଶୋଦ୍ଭବ ୟୁକେର ଶାସନ ଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ୱିନଷ୍ଟନଙ୍କ ଉକ୍ତ ମନ୍ତବ୍ୟକୁ କଟାକ୍ଷ କରିଛନ୍ତି ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ।

6.ଆଜି ସୂର୍ଯ୍ୟପରାଗ: ଭୋର୍ ୪ଟା ୫୭ରୁ ପାକତ୍ୟାଗ, ଦେବନୀତି ବନ୍ଦ

ଆଜି ଆଂଶିକ ସୂର୍ଯ୍ୟପରାଗ(Solar eclipse) । ଓଡିଶାରେ କେବଳ ୨୦ ମିନିଟ୍ ପାଇଁ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ।

7.ଆମେରିକା ପରେ କାନାଡାରେ ଛୋଟପିଲାଙ୍କୁ ବ୍ୟାପୁଛି RSV, ଜାଣନ୍ତୁ ଲକ୍ଷଣ ଓ ନିରାକରଣ

ପିଲାମାନଙ୍କୁ ସଂକ୍ରମିତ କରୁଥିବା RSV ଆମେରିକା ପରେ କାନାଡର ପିଲାଙ୍କୁ ବ୍ୟାପୁଥିବା ରିପୋର୍ଟ ହୋଇଛି(RSV rise in Canada) । ଜାଣନ୍ତୁ ଲକ୍ଷଣ ଓ ନିରାକରଣ ବାବଦରେ

8.ଆମେରିକାରେ ସ୍କୁଲ୍‌ ଭିତରେ ଫୁଟିଲା ଗୁଳି: ୩ ମୃତ, ଏକାଧିକ ଆହତ

ଆମେରିକାରେ ଏକ ହାଇସ୍କୁଲରେ ଗୁଳିମାଡ । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

9.T20 World Cup: କୋହଲିଙ୍କ ଇଣ୍ଟରଭିୟୁ ନେଲେ ହାର୍ଦ୍ଦିକ

ଚଳିତ ଟି୨୦ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତ ଦମଦାର ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହଯୋଗରେ ଅବିଶ୍ବସନୀୟ ଇନିଂସ ଖେଳି ଭାରତକୁ ଦୀପାବଳି ଅବସରରେ ବିଜୟ ଭେଟି ଦେଇଛନ୍ତି ଚେଜ୍‌ ମାଷ୍ଟର୍‌ ବିରାଟ କୋହଲି । ଏହାପରେ ପାଣ୍ଡ୍ୟା ବିରାଟ କୋହଲିଙ୍କର ସାକ୍ଷାତକାର ନେଉଥିବାର ଭିଡିଓ ପୋଷ୍ଟ କରିଛି ବିସିସିଆଇ ।

10. IND vs PAK: ଟିମ୍ ଇଣ୍ଡିଆର ବିଜୟ ଉତ୍ସବ ମନାଇଲେ ଶାହାରୁଖ, କହିଲେ ଏବେ ଦୀପାବଳି ଆରମ୍ଭ

ଶାହରୁଖ ଖାନ ଏକ ଟୁଇଟ୍ କରିଛନ୍ତି, ଯେଉଁଥିରେ ସେ ବିରାଟ କୋହଲିଙ୍କ ଚମତ୍କାର ଇନିଂସ ଏବଂ ଟିମ୍ ଇଣ୍ଡିଆର ବିଜୟରେ ଖୁସି ବ୍ୟକ୍ତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.