ETV Bharat / bharat

Cash for query case: 7ରେ ଡ୍ରାଫ୍ଟ ରିପୋର୍ଟ ସୁପାରିଶ କରିବ ଏଥିକ୍ସ କମିଟି - ମହୁଆ ମୋଇତ୍ରା ବିବାଦ

କ୍ବାସ ଫର କ୍ବାରୀ ମାମଲାରେ 7ରେ ଡ୍ରାଫ୍ଟ ରିପୋର୍ଟ ସୁପାରିଶ କରିବ ଏଥିକ୍ସ କମିଟି । ସମସ୍ତଙ୍କ ପକ୍ଷ ଶୁଣିସାରିଛି କମିଟି । ମହୁଆଙ୍କ ବିରୋଧରେ ଯାଇପାରେ ରିପୋର୍ଟ । ଅଧିକ ପଢନ୍ତୁ

Cash for query case: 7 ରେ ଡ୍ରାଫ୍ଟ ରିପୋର୍ଟ ସୁପାରିଶ କରିବ ଏଥିକ୍ସ କମିଟି

author img

By ETV Bharat Odisha Team

Published : Nov 5, 2023, 6:12 PM IST

ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା କ୍ବାସ ଫର କ୍ବାରୀ ଅଭିଯୋଗର ତଦନ୍ତ କରୁଥିବା ସଂସଦ ସଦାଚାର କମିଟି ଚଳିତ 7 ତାରିଖରେ ଡ୍ରାଫ୍ଟ ରିପୋର୍ଟ ସୁପାରିଶ କରିବ । ସେହିଦିନ ପ୍ୟାନେଲ ବୈଠକ ବସିବା ସହ ଏହି ଡ୍ରାଫ୍ଟ ରିପୋର୍ଟ ଆଗତ ହେବ । ଏହା ପୂର୍ବରୁ ପ୍ୟାନେଲରେ ପର୍ଯ୍ୟାୟ କ୍ରମେ ସମସ୍ତ ପକ୍ଷ ହାଜର ହୋଇସାରିଛନ୍ତି । ଅଭିଯୋଗକାରୀ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରେହୀଙ୍କ ପକ୍ଷ ଶୁଣିଥିଲେ ପ୍ୟାନେଲ । ଏହା ପରେ ଗତ ଗୁରୁବାର ଟିଏମସି ସାଂସଦ ମହୁଆ ମୋଇତ୍ରା ମଧ୍ୟ ହାଜର ହୋଇ ପକ୍ଷ ରଖିଥିଲେ । ଅବଶ୍ୟ ବୈଠକ ଶେଷ ହେବା ପୂର୍ବରୁ ମହୁଆ ମିଟିଂ ତ୍ୟାଗ କରିଥିଲେ ।

ତେବେ ଏଥିକ୍ସ ପ୍ୟାନେଲ ଏହି ବୈଠକରେ ସମସ୍ତ 3 ଜଣଙ୍କ ପକ୍ଷ ଶୁଣିବା ସହ ଗୃହ ଓ ଆଇଟି ମନ୍ତ୍ରଣାଳୟକୁ ତଥ୍ୟ ମାଗିଥିଲେ । ଉଭୟ ମନ୍ତ୍ରଣାଳୟ ତଥ୍ୟ ମଧ୍ୟ ଦାଖଲ କରିସାରିଛନ୍ତି । ତେବେ ପ୍ୟାନେଲର ତଦନ୍ତ ପ୍ରାୟତଃ ଶେଷ ହୋଇସାରିଛି । ଏକ ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ କରି ପ୍ୟାନେଲ କମିଟିର ସୁପାରିଶ ପାଇଁ ପ୍ରସ୍ତାବ ଦେବ । ବିଜେପି ସାଂସଦ ବିନୋଦ କୁମାର ସୋନକାରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବିଭିନ୍ନ ଦଳରୁ ମୋଟ 15 ସଦସ୍ୟ ଥିବା ବେଳେ ସଂଖ୍ୟା ଗରିଷ୍ଠ ସଦସ୍ୟ ଭାବେ ଭାରତୀୟ ଜନତା ପାର୍ଟିର ସାଂସଦ ରହିଛନ୍ତି । ତେଣୁ ରିପୋର୍ଟ ମହୁଆଙ୍କ ବିରୋଧରେ ଯିବାର ଯଥେଷ୍ଟ ଅନୁମାନ ରହିଛି ।

2 ତାରିଖରେ ହାଜର ହୋଇଥିବା ମହୁଆ ପ୍ୟାନେଲ ବୈଠକ ଅଧାରୁ ଉଠି ଚାଲିଆସିଥିଲେ । ତାଙ୍କୁ କମିଟି ମୁଖ୍ୟ ବିନୋଦ ସୋନକାର ଓ ଅନ୍ୟ ସଦସ୍ୟ କିଛି ବ୍ୟକ୍ତିଗତ ପ୍ରଶ୍ନ କରିଥିବା ଅଭିଯୋଗ କରିଥିଲେ ମହୁଆ । ମହୁଆଙ୍କ ସହ ଅନ୍ୟ ଦୁଇ ବିରୋଧୀ ସାଂସଦ ତଥା କମିଟିର ସଦସ୍ୟ ମଧ୍ୟ ବୈଠକ ତ୍ୟାଗ କରିଥିଲେ । ଏହା ପରେ କମିଟି ମଧ୍ୟ ମହୁଆଙ୍କ ବିରୋଧରେ ତଦନ୍ତରେ ସହଯୋଗ ନକରିବା ଅଭିଯୋଗ ଆଣିଥିଲା ।

ଏହା ମଧ୍ୟ ପଢନ୍ତୁ :- Baghel vs Baghel: ପାଟନରେ ହାଇପ୍ରୋଫାଇଲ ତ୍ରିମୁଖୀ ଲଢେଇ, ଗ୍ରାଉଣ୍ଡରେ ବଘେଲ ଦାଦା-ପୁତୁରା

ଅଧ୍ୟକ୍ଷ ବିନୋଦ ସୋନକାର କହିଥିଲେ, ମହୁଆ ପଚରାଯାଇଥିବା ପ୍ରଶ୍ନକୁ ଏଡାଇବା ସହ ଉତ୍ତେଜିତ ହୋଇ ତାଙ୍କ ପ୍ରତି ଓ ପ୍ୟାନେଲର ଅନ୍ୟ ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଥିଲେ । ଅଣସଂସଦୀୟ ଶବ୍ଦର ବ୍ୟବହାର ମଧ୍ୟ କରିଥିଲେ । ପାନେଲ ଏହି ସମ୍ପର୍କରେ ଆଉ ଥରେ ବିଚାର କରିବ ବୋଲି ସେତେବେଳେ ସୋନକାର କହିଥିଲେ । ଏହାପରେ ମହୁଆଙ୍କୁ ଆଉ ଥରେ ଡକାଯିବାକୁ ନେଇ ବିଚାର କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ସେପରି କିଛି ହୋଇନଥିଲା । ଏବେ କମିଟି ତାର ତଦନ୍ତ ଶେଷ କରି ଡ୍ରାଫ୍ଟ ରିପୋର୍ଟ ଆଗତ କରିବାକୁ ଯାଉଛି । ଏହି ଅଭିଯୋଗକୁ ପ୍ରଥମରୁ ସାଂସଦ ମହୁଆ ଖଣ୍ଡନ କରିଆସିଥିବା ବେଳେ ସମସ୍ତ ତଦନ୍ତକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ବୋଲି ଦମ୍ଭୋକ୍ତି ଦେଖାଉଛନ୍ତି । ତେଣୁ ଏଥିକ୍ସ କମିଟିର ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.