ETV Bharat / bharat

ସମ୍ପ୍ରସାରଣ ପରେ ବଦଳିଲା କ୍ୟାବିନେଟ କମିଟିର ରୂପରେଖ; ସ୍ଥାନ ପାଇଲେ ହେଭିୱେଟ୍

author img

By

Published : Jul 13, 2021, 10:39 AM IST

ଗତ ସମ୍ପ୍ରସାରଣରେ କ୍ୟାବିନେଟ ପାହ୍ୟାକୁ ଉନ୍ନତ ହୋଇଥିବା କିଛି ଯୁବ ଓ ଅନୁଭବୀ ମନ୍ତ୍ରୀଙ୍କୁ କ୍ୟାବିନେଟ କମିଟିରେ ସ୍ଥାନ ମିଳିଛି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି । କ୍ୟାବିନେଟ ସମ୍ପ୍ରସାରଣ ପରେ ଏବେ କ୍ୟାବିନେଟ କମିଟିର ମଧ୍ୟ ହୋଇଛି ପୁନର୍ଗଠନ । ଗତ ସମ୍ପ୍ରସାରଣରେ କ୍ୟାବିନେଟ ପାହ୍ୟାକୁ ଉନ୍ନତ ହୋଇଥିବା କିଛି ଯୁବ ଓ ଅନୁଭବୀ ମନ୍ତ୍ରୀଙ୍କୁ କ୍ୟାବିନେଟ କମିଟିରେ ସ୍ଥାନ ମିଳିଛି ।

Photo
ସମ୍ପ୍ରସାରଣ ପରେ ବଦଳିଲା କ୍ୟାବିନେଟ କମିଟିର ରୂପରେଖ; ସ୍ଥାନ ପାଇଲେ ହେଭିୱେଟ

କ୍ୟାବିନେଟରେ ଯୁବକଙ୍କୁ ପ୍ରାଧାନ୍ୟ ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର କ୍ୟାବିନେଟ କମିଟିରେ ଯୁବ ମନ୍ତ୍ରୀଙ୍କୁ ଗୁରୁତ୍ବ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସ୍ମତି ଇରାନୀ, କିରଣ ରିଜିଜ୍ଜୁ, ଅନୁରାଗ ଠାକୁର, ଅଶ୍ବିନୀ ବୈଷ୍ଣବ, ନାରାୟଣ ରାଣେଙ୍କୁ ନେଇଛନ୍ତି । ତେବେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଡା. ହର୍ଷବର୍ଦ୍ଧନ, ରବି ଶଙ୍କର ପ୍ରସାଦ ଓ ପ୍ରକାଶ ଜାଭେଡକରଙ୍କ ଭଳି ଅଭିଜ୍ଞ କ୍ୟାବିନେଟରୁ ବାଦ ପଡିବା ପରେ ଏବେ ଯୁବକଙ୍କୁ ନେଇ ବଡ ରଣନୀତି ପ୍ରସ୍ତୁତ କରିଛନ୍ତି ପ୍ରଧାନମନ୍ତ୍ରୀ ।

କିଏ କେଉଁ କମିଟିରେ ହେଲେ ସାମିଲ?

ସଂସଦୀୟ ମାମଲା ପ୍ରସଙ୍ଗ (Parliamentry affairs) କମିଟିରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବିରେନ୍ଦ୍ର କୁମାର, କିରଣ ରିଜୀଜ୍ଜୁ, ଅନୁରାଗ ଠାକୁର କମିଟିରେ ନୂଆ ସ୍ଥାନ ପାଇଛନ୍ତି । କମିଟିର ଅଧ୍ୟକ୍ଷ ରହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ରାଜନୈତିକ ବ୍ୟାପାର(Political affairs) କମିଟିରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ସର୍ବାନନ୍ଦ ସୋନୱାଲ, ଗିରିରାଜ ସିଂ, ମନସୁଖ ମାଣ୍ଡଭିୟ, ଭୂପେନ୍ଦ୍ର ଯାଦବ ନୂଆ ସ୍ଥାନ ପାଇଥିବା ବେଳେ କମିଟିର ମୁଖ୍ୟ ଅଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ମୋଦି ।

ନିବେଶ ଓ ଅଭିବୃଦ୍ଧି (Investment and Growth) କ୍ୟାବିନେଟ କମିଟିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ନାରାୟଣ ରାଣେ, ଅଶ୍ବିନୀ ବୈଷ୍ଣବ ନୂଆ କରି ସାମିଲ ହୋଇଛନ୍ତି । ଏହାର ମଧ୍ୟ ମୁଖ୍ୟ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ନିଯୁକ୍ତି ଓ ଦକ୍ଷତା ( Investment and Employment) ସମ୍ପର୍କିତ କ୍ୟାବିନେଟ କମିଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୂପେନ୍ଦ୍ର ଯାଦବ, ଆରପି ସିଂ, ଅଶ୍ବିନୀ ବୈଷ୍ଣବ ନୂଆ ଭାବେ ସାମିଲ ହୋଇଛନ୍ତି । ଏହି କମିଟିର ମୁଖ୍ୟ ମଧ୍ୟ ନିଜେ ପ୍ରଧାନମନ୍ତ୍ରୀ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.