ETV Bharat / bharat

World Heritage Week: ଆଜି ସମସ୍ତ ଐତିହ୍ୟସ୍ଥଳର ପ୍ରବେଶ ଶୁଳ୍କ ଛାଡ଼

ସାରା ଦେଶ ପାଳୁଛି ବିଶ୍ବ ଐତିହ୍ୟ ସପ୍ତାହ । ଏହି ଅବସରରେ ଆଜି ତାଜମହଲ ସମେତ ଦେଶର ପ୍ରତ୍ନତାତ୍ତ୍ବିକ ଅଧିନରେ ଥିବା ଐତିହ୍ୟସ୍ଥଳର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି । ଅଧିକ ପଢ଼ନ୍ତୁ

entry will be free for all at archeological survey of india monuments on today
World Heritage Week: ଆଜି ସମସ୍ତ ଐତିହ୍ୟସ୍ଥଳର ପ୍ରବେଶ ଶୁଳ୍କ ଛାଡ଼
author img

By

Published : Nov 19, 2022, 7:35 AM IST

ନୂଆଦିଲ୍ଲୀ: ବିଶ୍ବ ଐତିହ୍ୟ ସପ୍ତାହ ଅବସରରେ ଆଜି ତାଜମହଲର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି । ତାଜମହଲକୁ ଯିବାକୁ ହେଲେ ପର୍ଯ୍ୟଟକଙ୍କୁ ଟିକେଟ କରିବାକୁ ପଡ଼ିବ ନାହିଁ । ସମସ୍ତ ପ୍ରତ୍ନତାତ୍ତ୍ୱିକ ସ୍ମାରକୀ ଗୁଡ଼ିକରେ ପ୍ରବେଶ ଶୁଳ୍କ ମୁକ୍ତ କରାଯାଇଥିବା ଏଏସଆଇ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

  • "Entry will be free for all at Archaeological Survey of India monuments on 19 Nov to mark commencement of World Heritage Week," tweets Archaeological Survey of India pic.twitter.com/77smyCl9tC

    — ANI (@ANI) November 18, 2022 " class="align-text-top noRightClick twitterSection" data=" ">

ଏଏସଆଇ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶରେ ଉଲ୍ଲେଖ ରହିଛି, ଏଏସଆଇ ମହାନିର୍ଦ୍ଦେଶକଙ୍କ ଅନୁମୋଦନ କ୍ରମେ ଐତିହ୍ୟସ୍ଥଳର ପ୍ରବେଶ ଦର ଛାଡ଼ କରାଯାଇଛି । ବିଶ୍ବ ଐତିହ୍ୟ ସପ୍ତାହ ଅବସରରେ ବିଶ୍ବ ପ୍ରସିଦ୍ଧ, ତାଜମହଲ, ଆଗ୍ରା ଦୁର୍ଗ ସମେତ ଐତିହ୍ୟପୂର୍ଣ୍ଣ ପ୍ରାଚୀନ ଅଟ୍ଟାଳିକା ଏବଂ ସ୍ମାରକୀକୁ ପର୍ଯ୍ୟଟକମାନେ ମାଗଣାରେ ଯାଇପାରିବେ । ତାଜମହଲର ପ୍ରବେଶ ଟିକେଟ 50 ଟଙ୍କା ଛାଡ଼ କରାଯାଇଛି । କିନ୍ତୁ ମୁଖ୍ୟ ଗମ୍ବୁଜକୁ ଯିବାକୁ ହେଲେ ଅତିରିକ୍ତ ମୂଲ୍ୟ 200 ଟଙ୍କାର ଟିକେଟ କାଟିବାକୁ ହେବ। ଏହି ସମୟରେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି।

ଏହା ମଧ୍ୟ ପଢ଼ନ୍ତୁ: ହିମ ସ୍ଖଳନରେ ଆଖିବୁଜିଲେ 3 ଯବାନ

ୟୁନିସ୍କୋ ପକ୍ଷରୁ ପ୍ରତିବର୍ଷ ବିଶ୍ବ ଐତିହ୍ୟ ସପ୍ତାହ ପାଳନ କରାଯାଏ । ନିଜ ପ୍ରାଚୀନ ଐତିହ୍ୟ ସମ୍ପର୍କରେ ଜାଣିବା ଏବଂ ସୁରକ୍ଷା ଦେବା ଏହାର ମୂଳ ଉଦ୍ଦେଶ୍ୟ । ଦେଶରେ ବର୍ତ୍ତମାନ ସୁଦ୍ଧା 1121ଟି ଐତିହ୍ୟ ସ୍ଥଳ ଥିବା ଜଣାପଡ଼ିଛି । ସେହିପରି ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ମଧ୍ୟ ଛାଡ଼ ରହିବ । ସୂର୍ଯ୍ୟମନ୍ଦିର ପରିସରରେ ସପ୍ତାହବ୍ୟାପୀ ଐତିହ୍ୟ ଫଟୋ ପ୍ରଦର୍ଶନୀ ଆୟୋଜିତ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.