ETV Bharat / bharat

ମୋଦିଙ୍କ ନିକଟରେ ମମତାଙ୍କ ଦାବି, ବିଶ୍ବସ୍ତରରେ Covaxin ଗ୍ରହଣକୁ ନିଶ୍ଚିତ କରାନ୍ତୁ - ବିଶ୍ବସ୍ତରୀୟ

ବିଶ୍ବସ୍ତରରେ କୋଭାକ୍ସିନ ଗ୍ରହଣକୁ ନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦିଙ୍କ ନିକଟରେ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ମୋଦିଙ୍କ ନିକଟରେ ମମତାଙ୍କ ଦାବି, ବିଶ୍ବସ୍ତରରେ Covaxin ଗ୍ରହଣକୁ ନିଶ୍ଚିତ କରାନ୍ତୁ

author img

By

Published : Jun 24, 2021, 10:48 PM IST

କୋଲକାତା: କୋରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ବ୍ୟବହୃତ ହେଉଥିବା କୋଭାକ୍ସିନ ଟିକାର ଫଳପ୍ରଦତାକୁ ଚର୍ଚ୍ଚା ଜୋର ଧରିଛି । କୋଭାକ୍ସିନ ଟିକା ନେଇଥିବା ବ୍ୟକ୍ତିଙ୍କୁ ଭ୍ୟାକ୍ସିନେଟେଡ ଭାବେ ଗ୍ରହଣ କରୁନାହାନ୍ତି ଅନେକ ବିଦେଶ । ଏଭଳି ଖବର ଉପୁଜିବା ପରେ ବିଶ୍ବସ୍ତରରେ କୋଭାକ୍ସିନ ଗ୍ରହଣକୁ ପ୍ରଧାନମନ୍ତ୍ରୀ ମୋଦି ନିଶ୍ଚିତ କରାନ୍ତୁ ବୋଲି ପଶ୍ଚିମବଙ୍କ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) କୋଭାକ୍ସିନକୁ ଟୀକାକରଣ ପାଇଁ ଏଯାବତ ଅନୁମୋଦନ ଦେଇନାହିଁ । ଏହି ଟିକା ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କରାଯାଉଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭାକ୍ସିନକୁ ଟୀକାକରଣ ପାଇଁ ଅନୁମତି ଦେଇନଥିବାରୁ ବିଦେଶରେ ମଧ୍ୟ ଏହି ଟିକାକୁ ଗ୍ରହଣ କରାଯାଇନାହିଁ । DGCIର ଅନୁମୋଦନ ପରେ ଭାରତରେ କୋଭାକ୍ସିନ ଟିକାକୁ ବ୍ୟବହାର କରାଯାଉଛି । ବିଦେଶରେ କୋଭାକ୍ସିନ ଟିକାକୁ ଗ୍ରହଣ କରାଯାଇନଥିବାରୁ ଏହି ଟିକାକୁ ନେଇ ପ୍ରଶ୍ନ ଉଠିଛି ।

ବିଦେଶକୁ ବ୍ୟବସାୟ ପାଇଁ ଯାଉଥିବା ବ୍ୟବସାୟୀ ଓ ପାଠ ପଢୁଆ ଛାତ୍ରଛାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିଲାଗି ପ୍ରଧାନମନ୍ତ୍ରୀ ମୋଦି ତୁରନ୍ତ କୋଭାକ୍ସିନ ଟିକାର ବିଶ୍ବସ୍ତରୀୟ ଗ୍ରହଣକୁ ନିଶ୍ଚିତ କରନ୍ତୁ ବୋଲି ସେ ଦାବି କରିଛନ୍ତି । ବିଦେଶକୁ ଯିବା ପାଇଁ ସମ୍ପୂର୍ଣ୍ଣ ଟିକା ନେବା ବାଧ୍ୟତାମୂଳକ କରାଯାଇଥିବାବେଳେ କୋଭାକ୍ସିନ ଟିକା ନେଇଥିବା ଦେଶବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି ପ୍ରସଙ୍ଗକୁ ନେଇ ମମତା ସ୍ବର ଉଠାଇଛନ୍ତି । ଲୋକମାନେ ଏହି ଟିକାକୁ ନେଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ପ୍ରଧାନମନ୍ତ୍ରୀ ତୁରନ୍ତ ଏ ଦିଗରେ ଗୁରୁତ୍ବାରୋପ କରି ସମସ୍ୟାର ସମାଧାନ କରନ୍ତୁ ବୋଲି ସେ ଦାବି କରିଛନ୍ତି । ଦେଶରେ ଟୀକାକରଣ ପାଇଁ 2 ସ୍ବଦେଶୀ ଟିକା କୋଭାକ୍ସିନ ଓ କୋଭିସିଲ୍ଡର ବ୍ୟବହାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.