ETV Bharat / bharat

ବାନ୍ଦିପୋରାରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ

author img

By

Published : Oct 11, 2021, 7:38 AM IST

Updated : Oct 11, 2021, 8:17 AM IST

ବାନ୍ଦିପୋରା ହାଜିନ୍ ଅଞ୍ଚଳ ଗୁଣ୍ଡଜାଙ୍ଗୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଏଥିରେ ଜଣେ ଆତଙ୍କୀ ନିପାତ ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ...

ବାନ୍ଦିପୋରାରେ ଏନକାଉଣ୍ଟର ଆରମ୍ଭ
ବାନ୍ଦିପୋରାରେ ଏନକାଉଣ୍ଟର ଆରମ୍ଭ

ଶ୍ରୀନଗର: ବାନ୍ଦିପୋରାରେ ସୁରକ୍ଷାକର୍ମୀଙ୍କୁ ସଫଳତା । ଜମ୍ମୁକାଶ୍ମୀର ବାନ୍ଦିପୋରାରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଆଜି ସକାଳେ ଜମ୍ମୁକାଶ୍ମୀର ବାନ୍ଦିପୋରା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିବା ନେଇ କାଶ୍ମୀର ଜୋନ ପୋଲିସ ତରଫରୁ ସୂଚନା ମିଳିଥିଲା ।

କାଶ୍ମୀର ଜୋନ ପୋଲିସ ଏନେଇ ଟ୍ବିଟ କରି କହିଥିଲା ଯେ ବାନ୍ଦିପୋରା ହାଜିନ୍ ଅଞ୍ଚଳ ଗୁଣ୍ଡଜାଙ୍ଗୀରରେ ଏନକାଉଣ୍ଟର ଆରମ୍ଭ ହୋଇଛି । ପୋଲିସ ଓ ସୁରକ୍ଷା କର୍ମୀ ଏଥିରେ ସାମିଲ ହୋଇଛନ୍ତି । ଅଧିକ ବିବରଣୀ ଏବେ ଅପେକ୍ଷା କରାଯାଇଛି ।

ତେବେ ଜାମ୍ମୁକାଶ୍ମୀର ଅନନ୍ତନାଗରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ଜଣେ ଆତଙ୍କୀ ନିହତ ହୋଇଥିବା ବେଳେ ଜଣେ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି ।

@ANI

Last Updated : Oct 11, 2021, 8:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.