ETV Bharat / bharat

Encounter in Shopian: ଗୁଳି ବନିମୟ ଜାରି - କାଶ୍ମୀର ପୋଲିସ

ସୋପିଆନରେ ଏନକାଉଣ୍ଟର ଆରମ୍ଭ (Encounter started in Shopian) । ଜାରି ରହିଛି ଗୁଳି ବିନିମୟ । ଅଧିକ ପଢନ୍ତୁ

Encounter in Shopian: ଏନକାଉଣ୍ଟର ଆରମ୍ଭ, ଜାରି ରହିଛି ଗୁଳି ବନିମୟ

author img

By

Published : Sep 5, 2022, 9:16 PM IST

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଡର ଆରମ୍ଭ ହୋଇଛି (Encounter started in Shopian ) । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି । ଉକ୍ତ ସ୍ଥାନରେ ଆତଙ୍କବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ୍‌ ଓ ସୁରକ୍ଷାବଳର ଯବାନଙ୍କ ମିଳିତ ଟିମ ସର୍ଚ୍ଚ ଅପେରେସନ ଆରମ୍ଭ କରିଥିଲା । ପରେ ଗୁଳି ବିନିମୟ (Shopian encounter) ଆରମ୍ଭ ହୋଇଛି । ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରି ସୁରକ୍ଷା ବଳର ଯବାନମାନେ ଆତ୍ମଗୋପନ କରିଥିବା ଆତଙ୍କୀଙ୍କୁ ଧରିବା କିମ୍ବା ନିପାତ କରିବା ପାଇଁ ଅପରେସନ ଜାରି ରଖିଛନ୍ତି ।

ଗତ କିଛି ଦିନ ମଧ୍ୟରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ କ୍ରମାଗତ ବଢିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ‘‘ଆଣ୍ଟି ଟେରର ଅପରେସନ’’କୁ ଜୋରଦାର କରିଛି । ନିକଟରେ ହୋଇଥିବା ଏକାଧିକ ଏନକାଉଣ୍ଟରରେ ମଧ୍ୟ ସୁରକ୍ଷାବଳକୁ କ୍ରମାଗତ ସଫଳତା ମିଳିଛି । କେତେବେଳେ ଆତଙ୍କୀଙ୍କୁ ନିପାତ ତ କେବେ ସେମାନଙ୍କୁ ଗିରଫ କରିବାରେ ସୁରକ୍ଷାବଳକୁ ସଫଳତା ମିଳିଛି । ଆଜି ଦୁଇ ଆତଙ୍କୀଙ୍କୁ ମଧ୍ୟ ସଫା କରିବାରେ ସୁରକ୍ଷାବଳ ସଫଳ ହୋଇଛି ।

ନିକଟରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ ଉଦ୍ୟମ ସମ୍ପର୍କରେ ସେନା ଏକ ବଡ଼ ଖୁଲାସା କରିଥିଲା । ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ ପାଇଁ ପାକିସ୍ତାନର ଜଣେ କର୍ଣ୍ଣେଲ ଜଣେ ଆତଙ୍କବାଦୀକୁ 30 ହଜାର ଟଙ୍କା ଦେଇ ପଠାଇଥିଲେ । ଏନେଇ ସୂଚନା ଦେଇଛି ସେନା ଦ୍ବାରା ଗିରଫ ହୋଇଥିବା ଜଣେ ଆତଙ୍କବାଦୀ । ଗିରଫ ଆତଙ୍କବାଦୀ ସେନା ଗୁଳିରେ ଆହତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ପାକିସ୍ତାନ ସେନା ତାକୁ ଭାରତ ପଠାଇଥିବା କଥା ପୋଲିସ ଓ ଗଣମାଧ୍ୟମ ସମ୍ମୁଖରେ ସ୍ବୀକାର ମଧ୍ୟ କରିଥିଲା । ପରେ ଆର୍ମି ହସ୍ପିଟାଲରେ ଉକ୍ତ ଆତଙ୍କବାଦୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.