ETV Bharat / bharat

ବିହାରରେ ମଣିଷ ଖିଆ କୁକୁରଙ୍କୁ ଏନକାଉଣ୍ଟର, ୪୨ କୁକୁରଙ୍କୁ ଗୁଳି କଲେ ସୁଟର - ବିହାରର ବେଗୁସରାଇରେ କୁକୁର ଆତଙ୍କ

ବିହାରର ବେଗୁସରାଇରେ କୁକୁର ଆତଙ୍କ ବୃଦ୍ଧି ପାଇଥିଲା । ଏମାନଙ୍କ ଆକ୍ରମଣରେ ୮ରୁ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ । ତେବେ ଏହି ଆକ୍ରମଣରୁ ବର୍ତ୍ତିବା ପାଇଁ ମଙ୍ଗଳବାର ବୁଧବାର ଦୁଇଦିନ ଧରି ଏନକାଉଣ୍ଟର କରାଯାଇଥିଲା । ୩ଜଣ ସୁଟର ୪୨ ଜଣ କୁକୁରକୁ ଗୁଳିକରି ହତ୍ୟା କରିଛନ୍ତି । ଅଧିକ ପଢନ୍ତୁ

କୁକୁରଙ୍କୁ ଏନକାଉଣ୍ଟର
କୁକୁରଙ୍କୁ ଏନକାଉଣ୍ଟର
author img

By

Published : Jan 5, 2023, 10:18 AM IST

ପାଟନା: ବିହାରରେ କୁକୁରଙ୍କୁ ଏନକାଉଣ୍ଟର । ବିହାରର ବେଗୁସରାଇରେ ୪୨ଟି କୁକୁରକୁ ଗୁଳିକରି ହତ୍ୟା କରାଯାଇଛି( (42 Dog Shot Dead In Begusarai) । ୩ଜଣ ସୁଟର ୪୨ଜଣ କୁକୁରକୁ ଗୁଳି କରି ହତ୍ୟା କରିଛନ୍ତି ।

ସୂଚନାଅନୁସାରେ, ବିହାରର ବେଗୁସରାଇରେ କୁକୁର ଆତଙ୍କ ଦିନକୁ ଦିନ ଉଗ୍ରରୂପ ଧାରଣ କରିଥିଲା (Dog Terror In Begusarai)। କୁକୁର ଆକ୍ରମଣରେ ୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଥିଲେ । କୁକୁର ଆତଙ୍କ ପରେ କୁକୁରଙ୍କୁ ହତ୍ୟା କରିବା ପାଇଁ ସ୍ଥାନୀୟ ଲୋକେ ଏଡିଏମଓଙ୍କୁ ଚିଠି ଲେଖି ନିବେଦନ କରିଥିଲେ ।

ଜାତୀୟ ସୁରଙ୍କ ଦ୍ବାରା କରାଯାଇଥିଲା ଏନକାଉଣ୍ଟର: ବଛଓ୍ବାଡା ଥାନା ଅଞ୍ଚଳରେ ସର୍ବାଧିକ କୁକୁର କାମୁଡା ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ପରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରଟମାନଙ୍କୁ କୁକୁରଙ୍କ ଉପରେ ଗୁଳି ଚଳାଇବା ପାଇଁ ଅନୁମତି ଦିଆଯାଇଥିଲା । ଦୁଇଦିନ ମଧ୍ୟରେ ଖୋଜିଖୋଜି ୪୨ଟି କୁକୁରକୁ ଗୁଳିକରି ହତ୍ୟା କରାଯାଇଛି । କୁକୁର ଆକ୍ରମଣରେ ସ୍ଥାନୀୟ ଅଞ୍ଚଳରେ ୮ରୁ ୯ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ରୁ ୪୦ ଜଣ ଆହତ ହୋଇଥିଲେ । ଏମିତିକି ଲୋକ କୁକୁରଙ୍କୁ ଡରି କ୍ଷେତକୁ ଯିବା ବନ୍ଦ କରିଦେଇଥିଲେ । ଏହି ଅଭିଯାନରେ ଶତାଧିକ ଗ୍ରାମବାସୀ ସାମିଲ ହୋଇ ସୁଟରଙ୍କୁ ସାହାଯ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: 5G Services in Odisha: ଆଜିଠୁ ରାଜ୍ୟରେ ଆରମ୍ଭ ହେବ 5G ସେବା

ଏନେଇ ସ୍ଥାନୀୟ ଜଣେ କୃଷକ କହିଛନ୍ତି," ମଣିଷ ଖିଆ କୁକୁରଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହେଉଥିଲେ । ଏମିତିକି କୁକୁର ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଥିଲା । ଲୋକ କ୍ଷେତକୁ ଯିବାକୁ କିମ୍ବା ଗାଈ ଚରାଇବାକୁ ଯିବାକୁ ଭୟ କରୁଥିଲେ । ଏଠାରେ କୁକୁରମାନଙ୍କୁ ମାରିବା ଜରୁରି ଥିଲା । "

ଇଘରା ଏସଡିଓ ରାକେଶ କୁମାରଙ୍କ( Eghra SDO Rakesh Kumar ) ଏବ୍ଂ ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦ୍ଦେଶରେ ଶକ୍ତି ସିଂ, ରେହାନ ଖାନ ଏବଂ ରାଜାରାମ ରାୟ ନାମକ ୩ଜଣ ସୁଟର ଗୁଳି ଚଳାଇ କୁକୁରମାନଙ୍କୁ ହତ୍ୟା କରିଥିଲେ । ବାଚୱାରା କାଦରବାଦ, ଅରବା, ଭିକାମଚକ ଏବଂ ରାନୀ ପଞ୍ଚାୟତରେ ଏହି ଗୁଳି ବିନିମୟ ହୋଇଥିଲା । ଏହାପୂର୍ବରୁ ଦଳ ଦ୍ୱାରା 12 ଜଣ କୁକୁରଙ୍କୁ ହତ୍ୟା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.