ଶ୍ରୀନଗର: ସିଦ୍ଧ୍ରା ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଜାମ୍ମୁ କାଶ୍ମୀର ସିଦ୍ଧ୍ରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ( Encounter in jammu ) । ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୁତ୍ରରୁ ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ଦୀର୍ଘ 2 ଘଣ୍ଟାରୁ ଅଧିକ ସମୟର ହେବ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା । ଏବେ ଏନକାଉଣ୍ଟର ଶେଷ ହୋଇଛି । ଏଥିରେ 4 ଆତଙ୍କୀଙ୍କୁ ନିପାତ କରିଛି ସରିଛି ସୁରକ୍ଷାବଳ । ଏନେଇ ଜାମ୍ମୁ କାଶ୍ମୀର ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
-
J&K | Encounter underway in Sidhra area of Jammu, firing going on, two terrorists likely on the spot: Jammu and Kashmir police pic.twitter.com/R4JCATGM65
— ANI (@ANI) December 28, 2022 " class="align-text-top noRightClick twitterSection" data="
">J&K | Encounter underway in Sidhra area of Jammu, firing going on, two terrorists likely on the spot: Jammu and Kashmir police pic.twitter.com/R4JCATGM65
— ANI (@ANI) December 28, 2022J&K | Encounter underway in Sidhra area of Jammu, firing going on, two terrorists likely on the spot: Jammu and Kashmir police pic.twitter.com/R4JCATGM65
— ANI (@ANI) December 28, 2022
ମିଳିଥିବା ସୂଚନା ଅନୁୟାୟୀ, ସିଦ୍ଧ୍ରା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବାନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ସୁରକ୍ଷାବାହୀନି । ଏହାପରେ ଫୋର୍ସ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ସେନାର 44 ରାଷ୍ଟ୍ରିୟ ରାଇଫଲ୍ସ (Rashtriya Rifles) ଏବଂ ଜାମ୍ମୁ କାଶ୍ମୀର ପୋଲିସ ମିଳିତ ଭାବେ ଉକ୍ତ ସ୍ଥାନକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । 4 ଜଣ ଯାକ ଆତଙ୍କବାଦୀ ଗୋଟିଏ ଟ୍ରକ୍ରେ ଥିବା ବେଳେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ପ୍ରାୟ 2 ଘଣ୍ଟାଏ ଧରି ଚାଲିଥିବା ଗୁଳି ବିନିମୟରେ ସମସ୍ତ ୩ ଜଣ ଯାକ ଆତଙ୍କବାଦୀ ନିହତ ହୋଇଥିବା ଜମ୍ମୁ-କଶ୍ମୀର ଏଡିଜିପି ମୁକେଶ ସିଂହ ସୂଚନା ଦେଇଛନ୍ତି । 4 ଆତଙ୍କୀଙ୍କ ନିକଟରୁ ବନ୍ଧୁକ ଓ ବିସ୍ଫୋରକ ଜବତ ହୋଇଛି ।
-
J&K | We noticed unusual movement of a truck & followed it. Truck was stopped at Sidhra in Jammu where driver managed to flee. When the truck was searched terrorists hiding inside, fired on the personnel. Retaliatory firing was done: ADGP Mukesh Singh pic.twitter.com/u9UmTFc5rt
— ANI (@ANI) December 28, 2022 " class="align-text-top noRightClick twitterSection" data="
">J&K | We noticed unusual movement of a truck & followed it. Truck was stopped at Sidhra in Jammu where driver managed to flee. When the truck was searched terrorists hiding inside, fired on the personnel. Retaliatory firing was done: ADGP Mukesh Singh pic.twitter.com/u9UmTFc5rt
— ANI (@ANI) December 28, 2022J&K | We noticed unusual movement of a truck & followed it. Truck was stopped at Sidhra in Jammu where driver managed to flee. When the truck was searched terrorists hiding inside, fired on the personnel. Retaliatory firing was done: ADGP Mukesh Singh pic.twitter.com/u9UmTFc5rt
— ANI (@ANI) December 28, 2022
ଏହା ବି ପଢନ୍ତୁ...Bharat Jodo Yatra: କାଶ୍ମୀରରେ ସାମିଲ ହେବେ ମେହବୁବା
ଗତ କିଛି ଦିନ ମଧ୍ୟରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ କ୍ରମାଗତ ବଢିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ କରି ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ‘ଆଣ୍ଟି ଟେରର ଅପରେସନ’କୁ ଜୋରଦାର କରିଛି । ନିକଟରେ ହୋଇଥିବା ଏକାଧିକ ଏନକାଉଣ୍ଟରରେ ମଧ୍ୟ ସୁରକ୍ଷାବଳକୁ କ୍ରମାଗତ ସଫଳତା ମିଳିଛି । କେତେବେଳେ ଆତଙ୍କୀଙ୍କୁ ନିପାତ ତ କେବେ ସେମାନଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଛି ସୁରକ୍ଷାବଳ ।
ସୂଚନା ଅନୁସାରେ ଶେଷ ଥର ପାଇଁ ନଭେମ୍ବର 20 ତାରିଖରେ ଜାମ୍ମୁ କାଶ୍ମୀର ସୋପିଆନରରେ ଏନକାଉଣ୍ଟର ହୋଇଥିଲା । ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥରେ 4 ଆତଙ୍କୀକୁ ନିପାତ କରିଥିଲା ସେନା । ଏହାର ପୂର୍ବରୁ ନଭେମ୍ବର 11 ତାରିଖ ମଧ୍ୟ ଏକ ଏକକାଉଣ୍ଟର ଜଣେ ଆତଙ୍କୀ ନିପାତ ହୋଇଥିଲା । ଚଳିତ ବର୍ଷ ସୀମାରେ 50ରୁ ଅଧିକ ଥର ଏନକାଉଣ୍ଟର ହୋଇଛି । ଏଥିରେ ପ୍ରାୟ 182 ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛି ସେନା । ଏଥିରୁ ୫୦ ବିଦେଶୀ ଆତଙ୍କୀ ଥିବା ବେଳେ ଆଉ 130 ସ୍ଥାନୀୟ ଆତଙ୍କୀ ଅଛନ୍ତି ।