ଶ୍ରୀନଗର: କାଶ୍ମୀରର ସୋପିଆନର ୱାଙ୍ଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ଏଥିରେ 2 ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ସୁରକ୍ଷାକର୍ମୀ ଶହୀଦ ହୋଇଛନ୍ତି । ଦକ୍ଷିଣ କାଶ୍ମୀରର ସୋପିଆନରେ ୱାଙ୍ଗାମରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇବା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିଲେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସ ।
ତେବେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିବାବେଳେ ପାଲଟା ଯବାବ ଦେଉଛି ସୁରକ୍ଷାବଳ । ମିଳିଥିବା ଗୁଇନ୍ଦା ସୂଚନା ଅନୁସାରେ ପ୍ରାୟ 2 ରୁ 3 ଆତଙ୍କୀ ଘଟଣାସ୍ଥଳରେ ଲୁଚି ରହିଛନ୍ତି । ସେମାନଙ୍କୁ ଘେରାବନ୍ଦୀ କରି ଧରିବାକୁ ଉଦ୍ୟମ କରୁଛି ସୁରକ୍ଷା ବଳ । ଏହି ଏନକାଉଣ୍ଟର ଗତ ଏକ ମାସ ମଧ୍ୟରେ ଉକ୍ତ ଅଞ୍ଚଳରେ କ୍ରମାଗତ ତୃତୀୟ ଏନକାଉଣ୍ଟର ବୋଲି ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ