ETV Bharat / bharat

Pulwama Encounter: ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ

author img

By

Published : Mar 18, 2023, 9:25 AM IST

Updated : Mar 18, 2023, 10:37 AM IST

ଦକ୍ଷିଣ କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି । ଅଧିକ ପଢନ୍ତୁ

ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ଆଜି ସକାଳୁ ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ମିତ୍ରଗାମ ଗ୍ରାମରେ ସୁରକ୍ଷା ବାହିନୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏହି ଅପରେସନରେ ଭାରତୀୟ ସେନାର ଜଏଣ୍ଟ ଟିମ୍, CRPF ଏବଂ କାଶ୍ମୀର ଜୋନ ପୋଲିସ ସାମିଲ ଅଛନ୍ତି । ଏନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ମିତ୍ରଗାମ ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବା ନେଇ ବିଶେଷ ସୂତ୍ରରୁ ସୁରକ୍ଷା ବାହିନୀକୁ ଖବର ମିଳିଥିଲା । ଏହାପରେ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

କାଶ୍ମୀର ଜୋନ ପୋଲିସ, ସୁରକ୍ଷାକର୍ମୀ ଓ CRPF ଯବାନ ମିଳିତ ଭାବେ ସନ୍ଦିଗ୍ଧ ଅଞ୍ଚଳରେ ଛାନଭିନ୍ କରୁଥିବା ସମୟରେ ଆତଙ୍କୀ ସେମାନଙ୍କ ଉପରେ ଗୁଳି ଚାଳନା କରିଥିଲେ । ସୁରକ୍ଷାବାହିନୀ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଉଛି । କାଶ୍ମୀର ପୋଲିସ ଟ୍ବିଟ୍ କରିଛି, ପୁଲୱାମାର ମିତ୍ରଗାମ ଅଞ୍ଚଳରେ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ପୋଲିସ ଓ ସୁରକ୍ଷାକର୍ମୀ ଏନକାଉଣ୍ଟରରେ ନିୟୋଜିତ ଅଛନ୍ତି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ପ୍ରକାଶଥାଉ କି, ଗତ ଫେବୃୟାରୀ ୨୬ରେ ପୁଲୱାମାରେ ଜଣେ କାଶ୍ମୀର ପଣ୍ଡିତଙ୍କୁ ଆତଙ୍କୀ ଗୁଳି କରି ହତ୍ୟା କରିଥିଲେ । ମୃତକ ଥିଲେ ସଞ୍ଜୟ ଶର୍ମା । ଆତଙ୍କୀଙ୍କ ଏହି ଟାର୍ଗେଟ କିଲିଂର ଜବାବ ଦେଇଥିଲା ସୁରକ୍ଷା ବାହିନୀ । ଘଟଣାର ଦୁଇ ଦିନ ପରେ ଫେବୃୟାରୀ ୨୮ ତାରିଖ ଦିନ ସୁରକ୍ଷାକର୍ମୀ ମୁସ୍ତାକ ଭଟ୍ଟ ଓ ଅଜିଜ ଅହମ୍ମଦ ଭଟ୍ଟ ନାମକ ଦୁଇ ଆତଙ୍କୀଙ୍କୁ ଏନକାଉଣ୍ଟରରେ ନିପାତ କରିଥିଲା । ଉଭୟ ପୁଲୱାମା ଅଞ୍ଚଳରେ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ କାଶ୍ମୀର ପଣ୍ଡିତଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା । ତେବେ ଏହି ଏନକାଉଣ୍ଟରରେ ଜଣେ ଯବାନ ମଧ୍ୟ ଶହୀଦ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ଗର୍ଭବତୀ ହେଲା ନାବାଳିକା ପ୍ରେମିକା, ଜୀଅନ୍ତା ଜାଳିଦେଲା ପ୍ରେମିକ

କାଶ୍ମୀର ପଣ୍ଡିତ ସଞ୍ଜୟ ଶର୍ମା ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ସେ ପାଖ ବଜାରକୁ ଯାଉଥିବା ସମୟରେ ଆତଙ୍କୀ ତାଙ୍କୁ ଗୁଳି କରିଥିଲେ । ସଞ୍ଜୟଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 18, 2023, 10:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.