ETV Bharat / bharat

Baramulla Encounter: ସେନା ଗୁଳିରେ ଦୁଇ ଆତଙ୍କୀ ସଫା

ଜମ୍ମୁ କାଶ୍ମୀର ବାରମୁଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ୨ ଜଣ ଆତଙ୍କୀ ସଫା । ପରିଚୟ ଦେଲେ କାଶ୍ମୀରର ଏଡିଜିପି । ଅଧିକ ପଢନ୍ତୁ

author img

By

Published : May 4, 2023, 7:50 AM IST

Updated : May 4, 2023, 9:39 AM IST

Baramulla Encounter
Baramulla Encounter

ଶ୍ରୀନଗର: ରାତି ପାହୁ ପାହୁ ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ବାରମୁଲ୍ଲାର ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ସୁରକ୍ଷା ବାହିନୀକୁ ସଫଳତା ମିଳିଛି । ଏଥିରେ ଦୁଇଜଣ ଆତଙ୍କବାଦୀକୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ । ଏନେଇ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

  • #UPDATE | Both are local terrorists, belonging to proscribed terror LeT & identified as Shakir Majid Najar & Hanan Ahmad Seh from Shopian district. Both joined terrorism in the month of March 2023. Further Investigation going on: ADGP Kashmir

    — ANI (@ANI) May 4, 2023 " class="align-text-top noRightClick twitterSection" data=" ">

କାଶ୍ମୀରର ଏଡିଜିପି ମୃତ ଆତଙ୍କବାଦୀଙ୍କ ବିଷୟରେ ସ୍ପଷ୍ଟ ସୂଚନା ଦେଇଛନ୍ତି । ନିପାତ ହୋଇଥିବା ଦୁଇ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡିଛି । ସେ ଟ୍ବିଟ କରି କହିଛନ୍ତି, "ଏଲଇଟିର ଜଣେ ସାକିର ମହମ୍ମହ ଏବଂ ସୋପିଆନା ଜିଲ୍ଲାର ହାନନ ଅହମ୍ମଦ ସେଖ । ଦୁହେଁ ମାର୍ଚ୍ଚ ୨୦୨୩ରେ ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିଲେ । ବର୍ତ୍ତମାନ ଅଧିକ ତଦନ୍ତ ଜାରି ରହିଛି ।"

ପୂର୍ବରୁ କାଶ୍ମୀର ଜୋନ ପୋଲିସ ଟ୍ବିଟ କରି କହିଥିଲା, "ସୁରକ୍ଷା ବାହିନୀର ଗୁଳିରେ ଦୁଇ ଆତଙ୍କୀ ସଫା ହୋଇଛନ୍ତି । ସୁରକ୍ଷାବାହିନୀ ଅପରେସନ ଅଞ୍ଚଳରୁ 01 AK 47 ରାଇଫଲ, ଗୋଟିଏ ପିସ୍ତଲ ସମେତ ଗୁଳି ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ।"

ବାରମୁଲ୍ଲା ଜିଲ୍ଲାର ୱାନିଗାଓଁ ପାଏନ କ୍ରେରି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୁରକ୍ଷା ବାହିନୀକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଅଞ୍ଚଳକୁ ଘେରାବନ୍ଦୀ କରି କାଶ୍ମୀର ପୋଲିସ ଓ ସୁରକ୍ଷାବାହିନୀଙ୍କ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହାପରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଫଳରେ ଦୁଇଜଣ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ ।

ଏହା ମଧ୍ୟ ପଢନ୍ତୁ: Karnataka Assembly Election: ଟେନସନରେ ଟାଣୁଆ ନେତା, ସମାନ ନାମରେ ରହିଛନ୍ତି ବିରୋଧୀ ପ୍ରାର୍ଥୀ

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି, "ସର୍ଚ୍ଚ ଅପରେସନ ସମୟରେ ପ୍ରଥମେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିଚାଳନା କରିଥିଲେ । ଫଳରେ ସୁରକ୍ଷାକର୍ମୀମାନେ ପାଲଟା ଗୁଳିଚାଳନା କରିବା ସହ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ତେବେ ଏଥିରେ ସୁରକ୍ଷାବାହିନୀର କୌଣସି କ୍ଷତି ହୋଇନାହିଁ ।

ଅନ୍ୟପଟେ ଶ୍ରୀନଗରର ଜଣେ ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ କହିଛନ୍ତି," କୁପୱାରାର ବରିଷ୍ଠ ପୋଲିସ ଅଧିକ୍ଷକଙ୍କ ତତ୍ତ୍ବାବଧାନରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ତେବେ ସେଠାରେ ଆତଙ୍କବାଦୀ ରହିଥିବା ନେଇ ସେମାନେ ଆଗରୁ ସୂଚନା ପାଇଥିଲେ । ଆତଙ୍କବାଦୀମାନେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଓସି) ଅତିକ୍ରମ କରି ମାଚ୍ଛଲ ସେକ୍ଟର ଆଡକୁ ଆସିବାର ସମ୍ଭାବନା ରହିଥିଲା । ତେଣୁ ମେ ୧ ତାରିଖ ଯାଏଁ ଆଲର୍ଟ ଜାରି କରାଯାଇଥିଲା ।

ସେହି ଅଞ୍ଚଳରେ ଏକ ଅନୁପ୍ରବେଶ ଗ୍ରୀଡ ସ୍ଥାପନ କରାଯାଇଥିଲା । ଭାରତୀୟ ସେନା ଏବଂ ସ୍ପେଶାଲ ଅପରେସନ୍ସ ଗ୍ରୁପ୍ ମଧ୍ୟ ଅନୁପ୍ରବେଶର ସମ୍ଭାବ୍ୟ ମାର୍ଗରେ ନିୟୋଜିତ ହୋଇଥିଲେ । ତେବେ ବୁଧବାର ସକାଳେ ଆତଙ୍କବାଦୀମାନେ ଉକ୍ତ ଅଞ୍ଚଳରେ ପ୍ରବେଶ କରିଥିବା ନେଇ ସେମାନେ ଖବର ପାଇଥିଲେ । ଏହାପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏଥିରେ ସେନାକୁ ସଫଳତା ମିଳିଛି । ୨ ଆତଙ୍କବାଦୀ ସଫା ହୋଇଛନ୍ତି । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 4, 2023, 9:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.