ETV Bharat / bharat

Kupwara Encounter: ବିସ୍ଫୋରଣର ପ୍ରତିଶୋଧ ନେଲା ସେନା, ଟଳିଲେ 5 ଆତଙ୍କୀ

author img

By

Published : Jun 16, 2023, 10:11 AM IST

Updated : Jun 16, 2023, 10:26 AM IST

ଜାମ୍ମୁ କାଶ୍ମୀର କୁପୱାରାର ଜୁମାଗଣ୍ଡ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ 5 ବିଦେଶୀ ଆତଙ୍କୀ ନିପାତ ହୋଇଛନ୍ତି । ଅଧିକ ପଢନ୍ତୁ

Encounter in jammu kashmir Kupwara
Encounter in jammu kashmir Kupwara

ଶ୍ରୀନଗର: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଜାମ୍ମୁ କାଶ୍ମୀର କୁପୱାରାର ଜୁମାଗଣ୍ଡ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ସେନା ଗୁଳିରେ 5 ବିଦେଶୀ ଆତଙ୍କୀ ନିପାତ ହୋଇଛନ୍ତି । ସୀମା ପାର ହୋଇ ଅନୁପ୍ରବେଶ ଉଦ୍ୟମ ବେଳେ ଏନକାଉଣ୍ଟର ହୋଇଛି । ଲୁଚିଥିବା 5 ଆତଙ୍କୀଙ୍କୁ ଖୋଜି ଖୋଜି ସଫା କରିଛି ସୁରକ୍ଷାବଳ । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ଦେଇଛନ୍ତି କାଶ୍ମୀର ଆଡିଜିପି ବିଜୟ କୁମାର ।

  • Kupwara encounter | Five foreign terrorists killed in the encounter, search operation underway: ADGP Kashmir, Vijay Kumar https://t.co/MvNPn65jBQ

    — ANI (@ANI) June 16, 2023 " class="align-text-top noRightClick twitterSection" data=" ">

ସୀମାରେ ଆତଙ୍କୀ ଉତ୍ପାତରେ ବ୍ରେକ ଲଗାଇବାକୁ ସର୍ଚ୍ଚ ଅପରେସନରେ ବାହାରିଥିଲା ସେନା । ଜମ୍ମୁ କାଶ୍ମୀର କୁପୱାରାର ଜୁମାଗଣ୍ଡରେ ଆତଙ୍କୀ ଲୁଚିଥିବା ଖବର ଗୁଇନ୍ଦା ପାଖରୁ ପାଇଁ ଅପରେସନ ଚଳାଇଥିଲା । ଆତଙ୍କୀ ସୀମା ପାର କରି ଅନୁପ୍ରେବେଶ ଉଦ୍ୟମ ବେଳେ ସୁରକ୍ଷୀକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିବା । ଏଥିରେ 5 ଆତଙ୍କୀଙ୍କୁ ନିପାତ କରିଛି ଭାରତୀୟ ସେନା । ଜୁମାଗଣ୍ଡରେ ଆତଙ୍କୀ ଗତିବିଧିକୁ ନେଇ ଗୁଇନ୍ଦା ପକ୍ଷରୁ ସୂଚନା ପାଇଥିଲା ପୋଲିସ ଓ ସୁରକ୍ଷାବଳ । ଏହାପରେ ସୁରକ୍ଷାକର୍ମୀଙ୍କ ମିଳିତ ଟିମ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ପ୍ରାୟ 1 ଘଣ୍ଟା ଧରି ହୋଇଥିବା ଗୁଳି ବିନିମୟରେ 5 ଆତଙ୍କୀ ସଫା ହୋଇଛନ୍ତି । ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା କାଶ୍ମୀର ଏଡିଜିପି ବିଜୟ କୁମାର ସୂଚନା ଦେଇଛନ୍ତି ।

ଗତ ମେ ମାସ 5 ତାରିଖରେ ରଜୌରୀ ଜିଲ୍ଲାର କାଣ୍ଡି ଅଞ୍ଚଳରେ ଆତଙ୍କୀ ବିସ୍ଫୋରଣରେ 5 ଯବାନ ଶହୀଦ ହୋଇଥିଲେ । ଆଜି ଏହାର ପ୍ରତିଶୋଧ ନେଇଛି ସୁରକ୍ଷାବଳ । ଏହା ପୂର୍ବରୁ ଗତ ଜୁନ 2 ତାରିଖରେ ରଜୌରୀ ଦସଲ ଜଙ୍ଗଲ ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା । ଏଥିରେ ଜଣେ ଆତଙ୍କୀ ନିପାତ ହୋଇଥିଲା । ମେ ମାସରେ ବାରମୁଲା ଓ ରଜୌରୀରେ ଦୁଇଟି ଏନକାଉଣ୍ଟର ହୋଇଥିଲା । ଏଥିରେ 4 ଆତଙ୍କୀ ନିପାତ ହୋଇଥିଲେ ।

କିଛି ଦିନ ହେବ ଘାଟିରେ ଆତଙ୍କୀଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ଆତଙ୍କୀଙ୍କୁ ନିପାତ କରିବାକୁ ''ଆଣ୍ଟି ଟେରର ଅପରେସନକୁ'' ଜୋରଦାର କରିଛି ।

Last Updated : Jun 16, 2023, 10:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.