ETV Bharat / bharat

Encounter: କୁଲଗାମରେ ଏନକାଉଣ୍ଟର, ସେନା ଗୁଳିରେ ଜଣେ ଆତଙ୍କୀ ସଫା

author img

By

Published : Jun 27, 2023, 7:17 AM IST

Updated : Jun 27, 2023, 7:48 AM IST

ସୁରକ୍ଷାକର୍ମୀଙ୍କୁ ସଫଳତା । ଜମ୍ମୁ-କାଶ୍ମୀର କୁଲଗାମରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କୀ ନିପାତ ହୋଇଛି । ଅଧିକ ପଢନ୍ତୁ

Encounter in jammu kashmir Kulgam
ଜାମ୍ମୁ କାଶ୍ମୀର କୁଲଗାମ ଏନକାଉଣ୍ଟର

ଶ୍ରୀନଗର: ସୀମାରେ ଆତଙ୍କୀ ଦମନରେ ସେନାକୁ ସଫଳତା । ଜମ୍ମୁ-କାଶ୍ମୀର କୁଲଗାମର ହାୱାରା ନିକଟରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ ଜଣେ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ । ଜଣେ ଯବାନ ଗୁରୁତର ଥିବା ଜଣାପଡିଛି । ଏବେ ବି ଘଟଣାସ୍ଥଳରେ ଅପରେସନ ଜୋରଦାର ଚାଲିଥିବା ସେନା ପକ୍ଷରୁ ସୂଚନା ମିଳିଛି ।

ଜମ୍ମୁ-କାଶ୍ମୀର କୁଲଗାମରେ ଆତଙ୍କବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ପକ୍ଷରୁ ସୂଚନା ପାଇଥିଲା ପୋଲିସ ଓ ସୁରକ୍ଷାବଳ । ଏହାପରେ ଜମ୍ମୁ କାଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପ୍ରାୟ 1 ଘଣ୍ଟା ଧରି ଗୁଳି ବିନିମୟ ପରେ ଜଣେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ । ମୃତ ଆତଙ୍କୀର ପରିଚୟ ମିଳିନାହିଁ । ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି ।

ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷା ବାହିନୀ । ଆଉ କିଛି ଆତଙ୍କୀ ଲୁଚିଥିବା ସନ୍ଦେହ କରାଯାଉଛି । ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରି ଆତ୍ମଗୋପନ କରିଥିବା ଆତଙ୍କୀଙ୍କୁ ଧରିବା ପାଇଁ ଅପରେସନ ଜାରି ରହିଛି । ସୀମା ସୁରକ୍ଷାରେ ନିୟୋଜିତ ସେନାଙ୍କୁ ଆତଙ୍କୀ ନିପାତରେ ଚଳିତ ମାସ ବଡ ସଫଳତା ମିଳିଛି । ମାସ ଆରମ୍ଭରୁ ମୋଟ ଏହାକୁ ମିଶାଇ ମୋଟ 5ଟି ଏନକାଉଣ୍ଟର ହୋଇଛି । ଏଥିରେ 13ଜଣ ଆତଙ୍କୀକୁ ସଫା କରିଛି ସେନା ।

ଏହା ବି ପଢନ୍ତୁ...Muslims in India Remark: ରାଜନାଥଙ୍କ ଜବାବ, 'ଓବାମା ଭୁଲିବା ଉଚିତ ନୁହେଁ ଯେ...'

ଏହା ବି ପଢନ୍ତୁ...Special Assistance: କେନ୍ଦ୍ର ଫୋକ୍ସରେ ନିର୍ବାଚନ; ୧୬ ରାଜ୍ୟ ପାଇଁ ୫୬୪୧୫ କୋଟି ମଞ୍ଜୁର, ଓଡ଼ିଶା ପାଇଁ ୪୫୨୮ କୋଟି

ଗତ କିଛି ଦିନ ହେବ ଘାଟିରେ ପୁଣି ଆତଙ୍କୀଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ‘‘ଆଣ୍ଟି ଟେରର ଅପରେସନ’’କୁ ଜୋରଦାର କରିଛି । ନିକଟରେ ହୋଇଥିବା ଏକାଧିକ ଏନକାଉଣ୍ଟରରେ ମଧ୍ୟ ସୁରକ୍ଷାବଳକୁ କ୍ରମାଗତ ସଫଳତା ମିଳିଛି । ଶେଷଥର ପାଇଁ ଜୁନ 23 ତାରିଖରେ ଜମ୍ମୁ-କାଶ୍ମୀର କୁପୱାରାରେ ଏକ ଏନକାଉଣ୍ଟରରେ 4 ଆତଙ୍କୀ ନିପାତ ହୋଇଥିଲେ । ସେହିପରି ଚଳିତ ମାସ 16 ତାରିଖରେ କୁପୱାରା ଜୁମାଗଣ୍ଡ ଅଞ୍ଚଳରେ ଏକ ଏନକାଉଣ୍ଟର ସେନା ଗୁଳିରେ ଟଳିଥିଲେ 5 ଆତଙ୍କୀ ।

Last Updated : Jun 27, 2023, 7:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.