ETV Bharat / bharat

ସୋପିଆନରେ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ

author img

By

Published : Apr 3, 2021, 5:59 PM IST

ଦକ୍ଷିଣ କାଶ୍ମୀରର ସୋପିଆନରେ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି । ଅଧିକ ପଢନ୍ତୁ...

ସୋପିଆନରେ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ
ସୋପିଆନରେ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ସୋପିଆନରେ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ମିଳିଥିବା ସୂଚନା ଅନୁସାରେ ସୋପିଆନ ନିକଟ ଐତିହାସିକ ମୋଗୋଲ ରୋଡରେ ଏହି ଏନକାଉଣ୍ଟର ଚାଲିଛି ।

ଉକ୍ତ ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବା ସୂଚନା ମିଳିବା ପରେ ତଲାସି ଅପରେସନ ଆରମ୍ଭ କରିଥିଲେ ସ୍ଥାନୀୟ ପୋଲିସ ଓ ସୁରକ୍ଷା ବଳ । ଆତଙ୍କବାଦୀମାନେ ସୁରକ୍ଷାବଳ ଉପରେ ଗୁଳି ଚଳାଇଥିଲେ । ଏଥିରେ ପାଲଟା ଜବାବ ଦେଇଥିଲେ ସୁରକ୍ଷାବଳ । ଏଥିରେ ମୃତାହତଙ୍କ ସୂଚନା ମିଳିନଥିବାବେଳେ ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟ ଜାରି ରହିଛି । ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଆତଙ୍କୀଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନକୁ ବ୍ୟପକ କରାଯାଇଛି ।

ସୋପିଆନର ସେଧୌ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହି ସେମାନଙ୍କ ଯୋଜନା ଚଳାଇଥିବା ଗୁଇନ୍ଦା ତଥ୍ୟ ମିଳିବା ପରେ ସେନା ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା । ଏବେ ସୁଦ୍ଧା ଗୁଳି ବିନିମୟ ଜାରି ରହିଥିବା ସେନା ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.