ETV Bharat / bharat

ଖାଲି ପଡ଼ିଛି ନ୍ୟାୟାଳୟ: ହାଇକୋର୍ଟ ଗୁଡ଼ିକରେ ନାହାଁନ୍ତି 40% ବିଚାରପତି, ନ୍ୟାୟ ମିଳିବାରେ ବିଳମ୍ବ - ବିଚାରପତି ନିୟୁକ୍ତି

ନ୍ୟାୟ ମିଳିବାରେ ବିଳମ୍ବ ପାଇଁ ଅନେକ କାରଣ ରହିଛି, କିନ୍ତୁ ବହୁ ସଂଖ୍ୟାରେ ବିଚାରପତି ପଦବୀ ଖାଲି ପଡ଼ିଥିବା ହେଉଛି ଏହାର ମୁଖ୍ୟ କାରଣ । ଦେଶବ୍ୟାପୀ ହାଇକୋର୍ଟ ଗୁଡ଼ିକରେ 40 ପ୍ରତିଶତ ଏବଂ ନିମ୍ନ ଅଦାଲତଗୁଡ଼ିକରେ 20 ପ୍ରତିଶତରୁ ଅଧିକ ପଦ ପଦବୀ ଖାଲି ପଡ଼ିଛି ।

ଖାଲି ପଡ଼ିଛି ନ୍ୟାୟାଳୟ, ନ୍ୟାୟ ମିଳିବାରେ ବିଳମ୍ବ

author img

By

Published : Mar 21, 2021, 10:11 AM IST

ଶହଶହ ସଂଖ୍ୟାରେ ଭାରତୀୟ ବର୍ଷବର୍ଷ ଧରି ନ୍ୟାୟ ଅପେକ୍ଷାରେ ରହୁଛନ୍ତି ଏବଂ କିଛି କ୍ଷେତ୍ରରେ ନିମ୍ନ ଅଦାଳତ ଗୁଡିକରେ 3 କୋଟି 80 ଲକ୍ଷରୁ ଅଧିକ ମାମଲା ଦଶନ୍ଧି ଧରି ବିଚାର ଅପେକ୍ଷାରେ ପଡ଼ି ରହିଛି ଏବଂ ସେହିପରି ଦେଶର 25ଟି ହାଇକୋର୍ଟରେ ପଡ଼ି ରହିଛି 57 ଲକ୍ଷରୁ ଅଧିକ ମାମଲା । ସରକାରଙ୍କ ଦ୍ବାରା ପାର୍ଲାମେଣ୍ଟରେ ସରକାର ଦେଇଥିବା ସର୍ବଶେଷ ତଥ୍ୟରୁ ଏହା ଜଣାପଡ଼ିଛି ।

ନ୍ୟାୟ ମିଳିବାରେ ବିଳମ୍ବ ପାଇଁ ଅନେକ କାରଣ ରହିଛି, କିନ୍ତୁ ବହୁ ସଂଖ୍ୟାରେ ବିଚାରପତି ପଦବୀ ଖାଲି ପଡ଼ିଥିବା ହେଉଛି ଏହାର ମୁଖ୍ୟ କାରଣ । ଦେଶବ୍ୟାପୀ ହାଇକୋର୍ଟ ଗୁଡ଼ିକରେ 40 ପ୍ରତିଶତ ଏବଂ ନିମ୍ନ ଅଦାଲତଗୁଡ଼ିକରେ 20 ପ୍ରତିଶତରୁ ଅଧିକ ପଦ ପଦବୀ ଖାଲି ପଡ଼ିଛି ।

କୋଭିଡ-19 ମହାମାରୀ କାଳରେ ଠପ୍ ହୋଇଯାଇଥିବା ଭାରତର ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସବୁବେଳେ ବିଚାରପତିଙ୍କ ଘୋରଅଭାବ ସ୍ଥିତିର ସାମ୍ନା କରିବାକୁ ପଡୁଛି । ସୁପ୍ରିମ କୋର୍ଟ ଏବଂ 25ଟି ହାଇକୋର୍ଟର ମୋଟ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା 1,080 ହୋଇଥିବାବେଳେ ଗତବର୍ଷ 441ଟି ପଦବୀ ଯାହା କି, ପାଖାପାଖି 40 ପ୍ରତିଶତ ଖାଲି ପଡ଼ିଥିଲା ।

ଅଧକନ୍ତୁ, ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଗୁଡ଼ିକରେ ଥିବା 661 ଜଣ ବିଚାରପତିଙ୍କ ମଧ୍ୟରୁ 40 ପ୍ରତିଶତ ଅର୍ଥାତ୍ 255 ଜଣ ଗତ ତିନି ବର୍ଷ ଭିତରେ ନିଯୁକ୍ତି ପାଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ 2018 ଏବଂ 2019ରେ ନିଯୁକ୍ତି ପାଇଛନ୍ତି । 2020ରେ ସୁପ୍ରିମକୋର୍ଟ ଏବଂ 10ଟି ହାଇକୋର୍ଟରେ କୌଣସି ବିଚାରପତି ନିଯୁକ୍ତ ହୋଇନାହାଁନ୍ତି, ଗତବର୍ଷ 15ଟି ହାଇକୋର୍ଟରେ 66 ଜଣ ବିଚାରପତି ନିଯୁକ୍ତ ହୋଇଛନ୍ତି ।

ସୁପ୍ରିମକୋର୍ଟ ସ୍ଥିତି ଭଲ ଅଛି, କାରଣ ମୋଟ 34 ଜଣ ବିଚାରପତିଙ୍କ ସ୍ଥାନରେ 2020ରେ ମାତ୍ର ଚାରିଟି ପଦ ଖାଲି ପଡିଥିଲା । କିନ୍ତୁ 30 ଜଣ ବିଚାରପତିଙ୍କ ମଧ୍ୟରୁ ଅଧାରୁ ଅଧିକ 2018 ଏବଂ 2019ରେ ନିଯୁକ୍ତି ପାଇଥିଲେ । ହାଇକୋର୍ଟ ଗୁଡ଼ିକରେ 40 ପ୍ରତିଶତ ପଦବୀ ଖାଲି 135 କୋଟିରୁ ଅଧିକ ଭାରତୀୟଙ୍କ ପାଇଁ ଦେଶର 25ଟି ହାଇକୋର୍ଟରେ 1046ଟି ବିଚାରପତି ପଦ ରହିଛି, କିନ୍ତୁ ମୋଟ ଅନୁମୋଦିତ ପଦବୀ ସଂଖ୍ୟାର 40 ପ୍ରତିଶତ ଅର୍ଥାତ 415ଟି ପଦ ଗତବର୍ଷ ଖାଲି ରହିଥିଲା ।

ଏହାଠାରୁ ବଡ଼ ଚିନ୍ତାଜନକ ବିଷୟ ହେଉଛି, ଦେଶର 7ଟି ହାଇକୋର୍ଟ ଅନୁମୋଦିତ ସଂଖ୍ୟାର ଅଧାରୁ କମ୍ ବିଚାରପତିଙ୍କୁ ନେଇ କାମ କରୁଛି । ପାଟନା ହାଇକୋର୍ଟ କ୍ଷେତ୍ରରେ ମୋଟ 53 ଜଣଙ୍କ ସ୍ଥାନରେ ଗତବର୍ଷ ମାତ୍ର 21 ଜଣ ବିଚାରପତି କାମ କରୁଥିବାବେଳେ 32ଟି ପଦବୀ ଖାଲି ପଡ଼ିଥିଲା ଯାହାକି, ମୋଟ ସଂଖ୍ୟାରୁ 60 ପ୍ରତିଶତରୁ ଅଧିକ । ସେହିପରି କଲିକତା ହାଇକୋର୍ଟରେ ମୋଟ 72ଟି ବିଚାରପତି ପଦ ମଧ୍ୟରୁ 40ଟି ଖାଲି ପଡ଼ିଥିଲା ଯାହାକି ଅନୁମୋଦିତ ସଂଖ୍ୟାର 55 ପ୍ରତିଶତରୁ ଅଧିକ ।

ରାଜସ୍ଥାନ ହାଇକୋର୍ଟରେ 50ଟି ପଦରୁ 27ଟି ଖାଲି ପଡ଼ିଥିଲା ଏବଂ ଯୋଧପୁର ଓ ଜୟପୁରରେ ଥିବା ହାଇକୋର୍ଟର ଦୁଇଟି ବେଞ୍ଚ ମାତ୍ର 23 ଜଣ ବିଚାରପତିଙ୍କୁ ନେଇ କାମ କରୁଛି । ମଧ୍ୟପ୍ରଦେଶରେ ମୋଟ 53 ବିଚାରପତିଙ୍କ ମଧ୍ୟରୁ 26ଟି ଖାଲି ପଡିଛି । ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୋଟ 37ଟି ମଧ୍ୟରୁ ଗତବର୍ଷ 18ଟି ପଦ ଖାଲି ରହିଥିଲା । ଦୁଇଟି ଯାକ ହାଇକୋର୍ଟରେ ମୋଟ ଅନୁମୋଦିତ ବିଚାରପତିଙ୍କ ମଧ୍ୟରୁ ଅଧା ପଦବୀ ଖାଲି ପଡ଼ିଛି। ଦିଲ୍ଲୀ ହାଇକୋର୍ଟରେ ଅନୁରୂପ ଅବସ୍ଥା, ଦେଶର ରାଜଧାନୀରେ ଥିବା ହାଇକୋର୍ଟ ପାଇଁ ମୋଟ 60 ଜଣ ବିଚାରପତି ରହିବା କଥା କିନ୍ତୁ ଗତବର୍ଷ 29ଟି ପଦ ଖାଲିଥିଲା। ଗତ ବୁଧବାର ସଂସଦକୁ ସରକାର ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ।

ଓଡ଼ିଶା ହାଇକୋର୍ଟ ପାଇଁ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା 27 ଥିବାବେଳେ ମାତ୍ର 15 ଜଣ କାମ କରୁଛନ୍ତି ଏବଂ 12ଟି ପଦବୀ ଖାଲି ପଡ଼ିଛି ଯାହାକି ମୋଟ ପଦର 45 ପ୍ରତିଶତ । ନିଯୁକ୍ତି ଦେବାରେ ଜଟିଳ ପ୍ରକ୍ରିୟା ଭାରତରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବିଚାରପତି ନିଯୁକ୍ତି କଲେଜିୟମ୍ ନାମରେ ଗଠିତ ଏକ କମିଟିର ସୁପାରିଶ ଆଧାରରେ ହେଉଥିବାରୁ ଏହା ଏକ ଜଟିଳ ପ୍ରକ୍ରିୟା। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ, ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଜଜ୍ ନିଯୁକ୍ତି ସମ୍ବିଧାନର ଧାରା 124, 217 ଏବଂ 224 ଅନୁଯାୟୀ ହୋଇଥାଏ ।

ଅକ୍ଟୋବର 6, 1993 ଏବଂ ଅକ୍ଟୋବର 28, 1998ରେ ସୁପ୍ରିମ କୋର୍ଟ ଦେଇଥିବା ରାୟ ଅନୁଯାୟୀ, 1988ରେ ପ୍ରସ୍ତୁତ ମେମୋରଣ୍ଡମ ଅଫ୍ ପ୍ରୋସିଜିଓର (ଏମଓପି) ପ୍ରସ୍ତୁତ ନିୟମାବଳୀ ମୁତାବକ, ଭାରତର ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଗୁଡିକରେ ବିଚାରପତି ନିଯୁକ୍ତି ହୋଇଥାନ୍ତି । ଏମଓପି ଅନୁଯାୟୀ, ଭାରତର ପ୍ରଧାନ ବିଚାରପତି ସୁପ୍ରିମକୋର୍ଟରେ ଜଜ୍ ନିଯୁକ୍ତି ଏବଂ ହାଇକୋର୍ଟ କ୍ଷେତ୍ରରେ ସମ୍ପୃକ୍ତ ମୁଖ୍ୟ ବିଚାରପତି ପ୍ରଥମେ ନିଯୁକ୍ତି ପାଇଁ ପ୍ରସ୍ତାବ ଦେଇ ପ୍ରକ୍ରିୟା ଆରମ୍ଭ କରିଥାନ୍ତି ।

ଆଇନ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଇନ ପ୍ରଣେତାମାନଙ୍କୁ କହିଛନ୍ତି ଯେ, ହାଇକୋର୍ଟ ଗୁଡ଼ିକରେ ଖାଲି ପଡ଼ିଥିବା ପଦବୀ ପୂରଣ କରିବା ପାଇଁ କାର୍ଯ୍ୟନିର୍ବାହୀ ଏବଂ ନ୍ୟାୟପାଳିକା ମଧ୍ୟରେ ସହଯୋଗ ଓ ସମନ୍ବୟର ଆବଶ୍ୟକତା ରହିଛି । ପ୍ରସାଦ କହିଛନ୍ତି ଯେ, “ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଥିବା ବିଭିନ୍ନ ସାମ୍ବିଧାନିକ ସଂସ୍ଥାର ପରାମର୍ଶ ଏବଂ ଅନୁମୋଦନ ଆବଶ୍ୟକ ।”

ବିଳମ୍ବିତ ନ୍ୟାୟ, ନ୍ୟାୟ ନମିଳିବା ସହ ସମାନ ।

ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରୀଡ୍ ଅନୁଯାୟୀ, 25ଟି ହାଇକୋର୍ଟରେ 57 ଲକ୍ଷରୁ ଅଧିକ ମାମଲା ବିଚାର ପାଇଁ ପଡ଼ି ରହିଛି, ଏହାମଧ୍ୟରୁ 41 ଲକ୍ଷରୁ ଅଧିକ ହେଉଛି ଦେୱାନୀ ମୋକଦ୍ଦମା ଏବଂ 16 ଲକ୍ଷରୁ ଅଧିକ ମାମଲା ହେଉଛି ଫୌଜଦାରୀ ମାମଲା, ଯାହାକି ମୋଟ ପଡ଼ି ରହିଥିବା ମାମଲାର 28 ପ୍ରତିଶତ । ପଡ଼ିରହିଥିବା ମାମଲା ମଧ୍ୟରୁ ଅଧିକାଂଶ ହେଉଛି ବର୍ଷ ତଳର ପୁରୁଣା । ଦେୱାନୀ ମାମଲା କ୍ଷେତ୍ରରେ 90 ପ୍ରତିଶତରୁ ଅଧିକ ବର୍ଷେରୁ ଅଧିକ କାଳ ପଡ଼ି ରହିଥିବା ବେଳେ 85 ପ୍ରତିଶତ ଫୌଜଦାରୀ ମାମଲା ବର୍ଷେରୁ ଅଧିକ କାଳ ପଡ଼ି ରହିଛି ।

ମିଳିଥିବା ସର୍ବଶେଷ ତଥ୍ୟ ଅନୁଯାୟୀ, 58 ପ୍ରତିଶତରୁ ଅଧିକ ମାମଲା ତିନି ବର୍ଷରୁ ଅଧିକ ପୁରୁଣା ହୋଇଥିବା ବେଳେ ପାଖାପାଖି 20 ପ୍ରତିଶତ ମାମଲା 10 ବର୍ଷ ତଳର ପୁରୁଣା । 10 ବର୍ଷରୁ ଅଧିକ କାଳ ଫୈସଲା ଅପେକ୍ଷାରେ ପଡି ରହିଥିବା ମୋଟ ସାଢେ 12 ଲକ୍ଷ ମାମଲା ମଧ୍ୟରୁ ଦେଢ ଲକ୍ଷରୁ ଅଧିକ ମାମଲା 20 ବର୍ଷରୁ ଅଧିକ ସମୟ ଧରି ପଡ଼ି ରହିଥିବାବେଳେ ପାଖାପାଖି 92 ହଜାର ମାମଲା 30 ବର୍ଷରୁ ଅଧିକ ସମୟ ହେଲା ପଡ଼ିରହିଛି ।

କ୍ରିଷ୍ଣାନନ୍ଦ ତ୍ରିପାଠୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.