ହାଇଦ୍ରାବାଦ: ଜଣାଶୁଣା ଅର୍ଥନୀତିଜ୍ଞ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯୋଗୀନ୍ଦର କେ. ଅଲଘଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଆଜି (ମଙ୍ଗଳବାର) 83ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କର ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି ।
-
Professor YK Alagh was a distinguished scholar who was passionate about various aspects of public policy, particularly rural development, the environment and economics. Pained by his demise. I will cherish our interactions. My thoughts are with his family and friends. Om Shanti.
— Narendra Modi (@narendramodi) December 6, 2022 " class="align-text-top noRightClick twitterSection" data="
">Professor YK Alagh was a distinguished scholar who was passionate about various aspects of public policy, particularly rural development, the environment and economics. Pained by his demise. I will cherish our interactions. My thoughts are with his family and friends. Om Shanti.
— Narendra Modi (@narendramodi) December 6, 2022Professor YK Alagh was a distinguished scholar who was passionate about various aspects of public policy, particularly rural development, the environment and economics. Pained by his demise. I will cherish our interactions. My thoughts are with his family and friends. Om Shanti.
— Narendra Modi (@narendramodi) December 6, 2022
ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଫେସର ଓ୍ବାଇକେ ଅଲଘ ଜଣେ ବିଶିଷ୍ଟ ବିଦ୍ୱାନ ଥିଲେ । ବିଶେଷକରି ଗ୍ରାମୀଣ ବିକାଶ, ପରିବେଶ ଏବଂ ଅର୍ଥନୀତି ଉପରେ ତାଙ୍କର ବିଶେଷ ଅବଦାନ ରହିଛି । ସେହିପରି ତାଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ସମବେଦନା ମଧ୍ୟ ଜଣାଇଛନ୍ତି ।
1939 ମସିହାରେ ଅବିଭକ୍ତ ଭାରତର ଚକୱାଲ (ପାକିସ୍ତାନ)ରେ ଜନ୍ମଗ୍ରହଣ କରିଥିଲେ ଅଲଘ । ରାଜସ୍ଥାନର ଏକ ବିଶ୍ୱବିଦ୍ୟାଳୟରେ ସେ ସ୍ନାତକ ଅଧ୍ୟୟନ କରିଥିଲେ । ସେ ପ୍ରତିଷ୍ଠିତ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସମ୍ମାନଜନକ ଡିଗ୍ରୀ ମଧ୍ୟ ହାସଲ କରିଥିଲେ । ପରେ ସେ ଅଧ୍ୟାପନା କରିବା ସହ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ମଧ୍ୟ କାର୍ଯ୍ୟଭାର ତୁଲାଇଥିଲେ । ସେପିପରି ପରବର୍ତ୍ତୀ ସମୟରେ ସେ ରାଜନୀତିରେ ପ୍ରବେଶ କରିଥିଲେ । 1996-98 ରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଥିଲେ । ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ସେ ଦାୟିତ୍ବ ତୁଲାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ