ETV Bharat / bharat

Russia Ukraine War: ଆଜି UNSC ଜରୁରୀ ବୈଠକ

author img

By

Published : Mar 17, 2022, 10:19 AM IST

ୟୁକ୍ରେନର ଏଭଳି ସ୍ଥିତିରେ ମାନବିକ ସ୍ଥିତି ନେଇ ଆଜି ଜରୁରୀ ବୈଠକ ଡାକିଛି ଜାତୀୟ ସୁରକ୍ଷା ପରିଷଦ । ବୈଠକରେ ୬ଟି ଦେଶ ସାମିଲ ହେବେ । ଅପରାହ୍ନ ୩ଟାରେ ବସିବ UNSC ବୈଠକ । ଅଧିକ ପଢନ୍ତୁ

ଆଜି UNSC ଜରୁରୀ ବୈଠକ
ଆଜି UNSC ଜରୁରୀ ବୈଠକ

ନୂଆଦିଲ୍ଲୀ: 21 ଦିନରେ ପହଞ୍ଚିଲାଣି ୟୁକ୍ରେନ-ଋଷ ଯୁଦ୍ଧ । ଲଗାତାର ୟୁକ୍ରେନର ବିଭିନ୍ନ ସହରରେ ବୋମା ବର୍ଷା କରି ଚାଲିଛି ଋଷ । ଲୋକମାନେ ରହୁଥିବା ସ୍ଥାନକୁ ଟାର୍ଗେଟ କରୁଛନ୍ତି ପୁଟିନ ସେନା । ୟୁକ୍ରେନର ଏଭଳି ସ୍ଥିତିରେ ମାନବିକ ସ୍ଥିତି ନେଇ ଆଜି ଜରୁରୀ ବୈଠକ ଡାକିଛି ଜାତୀୟ ସୁରକ୍ଷା ପରିଷଦ । ବୈଠକରେ ୬ଟି ଦେଶ ସାମିଲ ହେବେ । ଅପରାହ୍ନ ୩ଟାରେ ବସିବ UNSC ବୈଠକ । ଆମେରିକା, ବ୍ରିଟନ, ଫ୍ରାନ୍ସ, ନରୱେ, ଆୟରଲାଣ୍ଡ, ଆଲବାନିଆ ଓ ନରୱେ ଦେଶ ସାମିଲ ହେବେ ।

ପ୍ରକାଶ ଥାଉ କି, ଗତକାଲି ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ICJ) ଙ୍କ ପକ୍ଷରୁ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି । କୋର୍ଟ କହିଛନ୍ତି ଋଷ କିମ୍ବା ଏହା ଦ୍ବାରା ନିଯୁକ୍ତ କୌଣସି ସାମରିକ ଗୋଷ୍ଠୀ ୟୁକ୍ରେନ ଉପରେ ଆକ୍ରମଣ କରିପାରିବେ ନାହିଁ । ଋଷ ଏହାକୁ ଯଥାଶୀଘ୍ର ସୁନିଶ୍ଚିନ୍ତ କରିବା ଉଚିତ । ଯୁଦ୍ଧ ପାଇଁ ଲକ୍ଷ ଲକ୍ଷ ଲୋକ ଦେଶ ଛାଡି ପଳାଉଛନ୍ତି । ଆଇସିଜେଙ୍କ ଏହି ରାୟ ପରେ ୟୁକ୍ରେନ ପାଇଁ ଏହା ବିଜୟ ବୋଲି କହିଛନ୍ତି ରାଷ୍ଟ୍ରପତି ଭୋଲୋଡିମିର ଜେଲେନକ୍ସି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.