ETV Bharat / bharat

ହରିୟାଣାରେ ସେନା ହେଲିକପ୍ଟରର ଜରୁରୀକାଳୀନ ଅବତରଣ, ସମସ୍ତ ଯବାନ ସୁରକ୍ଷିତ

author img

By

Published : Jan 2, 2022, 4:25 PM IST

ହରିୟାଣାର ଜିନ୍ଦରେ ଭାରତୀୟ ସେନାର ହେଲିକପ୍ଟର ହୋଇଛି ଜରୁରୀକାଳୀନ ଅବତରଣ । ଅଧିକ ପଢନ୍ତୁ

ହରିୟାଣାରେ ସେନା ହେଲିକପ୍ଟରର ଜରୁରୀକାଳୀନ ଅବତରଣ, ସମସ୍ତ ଯବାନ ସୁରକ୍ଷିତ
ହରିୟାଣାରେ ସେନା ହେଲିକପ୍ଟରର ଜରୁରୀକାଳୀନ ଅବତରଣ, ସମସ୍ତ ଯବାନ ସୁରକ୍ଷିତ

ଚଣ୍ଡିଗଡ଼: ହରିୟାଣାର ଜିନ୍ଦଠାରେ ରବିବାର ଜରୁରୀକାଳୀନ ଅବତରଣ କରିଛି ଭାରତୀୟ ସେନାର ହେଲିକପ୍ଟର । ଲ୍ୟାଣ୍ଡିଂ ସମୟରେ ହେଲିକପ୍ଟରରେ ୪ ଜଣ ଯବାନ ରହିଥିଲେ । ହେଲିକପ୍ଟର କ୍ଷେତ ମଧ୍ୟରେ ଅବତରଣ କରିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ରବିବାର ଅପରାହ୍ନ ୨ଟା ସମୟରେ ଭାରତୀୟ ସେନାର IA 1123 ହେଲିକପ୍ଟର ଜାଜନୱାଲା ଅଞ୍ଚଳ ଦେଇ ଯାଉଥିଲା । ଏହି ସମୟରେ ହେଲିକପ୍ଟରର ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡ଼ିଥିଲା । ଏହାପରେ ପାଇଲଟ ଜାଜନୱାଲାର ଏକ ଚାଷଜମିରେ ହେଲିକପ୍ଟରର ଜରୁରୀକାଳୀନ ଅବତରଣ କରାଇଥିଲେ । କିନ୍ତୁ ହେଲିକପ୍ଟରରେ ଥିବା ଯବାନଙ୍କ କୌଣସି ପ୍ରକାର କ୍ଷତି ଘଟିନାହିଁ ।

ସେପଟେ ଗାଁରେ ହେଲିକପ୍ଟର ଲ୍ୟାଣ୍ଡ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ମଧ୍ୟରେ ଭିଡ଼ ଜମିଥିଲା । ଏହାପରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । କିନ୍ତୁ ହେଲିକପ୍ଟର କେଉଁଠାରୁ କେଉଁଠିକି ଯାଉଥିଲା ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ତେବେ ସୂଚନା ଥାଉ କି ଏପରି ପୂର୍ବରୁ ଅନେକ ଥର ଯାନ୍ତ୍ରିକ ତ୍ରୁଟି ପାଇଁ ସେନାର ହେଲିକପ୍ଟରକୁ ସୁରକ୍ଷିତ ଭାବେ ଜରୁରୀକାଳୀନ ଅବତରଣ କରାଯାଇଛି । କିନ୍ତୁ ଜିନ୍ଦ ଏପରି ପ୍ରଥମ ଥର ପାଇଁ ଘଟିଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.