କିଭ: ଋଷର ପ୍ରଚଣ୍ଡ ଆକ୍ରମଣ ପରେ ପୁଣି ଥରେ ୟୁକ୍ରେନରେ ଥିବା ଭାରତୀୟଙ୍କ ସୁରକ୍ଷା ନେଇ ଚିନ୍ତା ବଢିଛି । ସେଠାରେ ଥିବା ଭାରତୀୟଙ୍କ ସୁରକ୍ଷା ନେଇ ନିର୍ଦ୍ଦେଶାବଳୀ ଜାରି କରିଛି ରାଜଧାନୀ କିଭରେ ଥିବା ଭାରତୀୟ ଦୂତାବାସ (advisory for Indian nationals)। ୟୁକ୍ରେନ ଯିବାକୁ ଚାହୁଁଥିବା କିମ୍ବା ସେଠାରେ ଥିବା ଭାରତୀୟମାନେ ଅନାବଶ୍ୟକ ଭାବେ ଯୁକ୍ରେନରେ ଭ୍ରମଣ ନକରି ସୁରକ୍ଷିତ ସ୍ଥାନରେ ରହିବା ନେଇ ଦୂତାବାସ ଏକ ପ୍ରେସବାର୍ତ୍ତା ମାଧ୍ୟମରେ ସମସ୍ତଙ୍କୁ ସତର୍କ କରିଛି (Embassy of India in Kyiv)।
-
Embassy of India in Kyiv issues advisory for all Indian nationals in Ukraine - Indian nationals are advised to avoid all non-essential travel to & within Ukraine...They're requested to keep the Embassy informed about status of their presence in Ukraine...#RussiaUkraineConflict pic.twitter.com/pxU8txTNCg
— ANI (@ANI) October 10, 2022 " class="align-text-top noRightClick twitterSection" data="
">Embassy of India in Kyiv issues advisory for all Indian nationals in Ukraine - Indian nationals are advised to avoid all non-essential travel to & within Ukraine...They're requested to keep the Embassy informed about status of their presence in Ukraine...#RussiaUkraineConflict pic.twitter.com/pxU8txTNCg
— ANI (@ANI) October 10, 2022Embassy of India in Kyiv issues advisory for all Indian nationals in Ukraine - Indian nationals are advised to avoid all non-essential travel to & within Ukraine...They're requested to keep the Embassy informed about status of their presence in Ukraine...#RussiaUkraineConflict pic.twitter.com/pxU8txTNCg
— ANI (@ANI) October 10, 2022
ନିର୍ଦ୍ଦଶାବଳୀରେ କୁହାଯାଇଛି, ଯେଉଁ ଭାରତୀୟ ନାଗରିକମାନେ ଏବେ ମଧ୍ୟ ବିଭିନ୍ନ ୟୁକ୍ରେନୀୟ ସହରରେ ରହିଛନ୍ତି, ସେମାନେ ନିଜର ସଠିକ ଲୋକେସନ ସମ୍ପର୍କରେ ଦୂତାବାସକୁ ଅବଗତ କରନ୍ତୁ । ଫଳରେ କୌଣସି ପ୍ରତିକୂଳ ପରିସ୍ଥିତିରେ ସେମାନଙ୍କ ସହ ଯୋଗାଯୋଗ ସୁଗମ ହୋଇପାରିବା ସହ ସହାୟତା ମଧ୍ୟ ପ୍ରଦାନ କରାଯାଇପାରିବ । ସେହିପରି ସେଠାରେ ଥିବା ଭାରତୀୟମାନେ ସ୍ଥାନୀୟ ସରକାର ଦ୍ବାରା ଜାରି କରାଯାଇଥିବା ସୁରକ୍ଷା ସମ୍ପର୍କିତ ସମସ୍ତ ସର୍ତ୍ତାବଳୀ ପାଳନ କରିବା ସହ ସତର୍କ ରହିବା ପାଇ ମଧ୍ୟ ଦୂତାବାସ କହିଛି ।
ୟୁକ୍ରେନରେ ବହୁ ଭାରତୀୟ ଛାତ୍ରଛାତ୍ରୀ ମେଡିକାଲ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିଲେ । ଋଷର ଆକ୍ରମଣ ପରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଭାରତ ସରକାରଙ୍କ ପାଇଁ ଏକ ଆହ୍ବାନ ପାଲଟିଥିଲା । ଏଥିପାଇଁ ଉଭୟ ୟୁକ୍ରେନ ଓ ଋଷର ସହଯୋଗ ନେଇଥିଲେ ଭାରତ ସରକାର । ‘ଅପରେସନ ଗଙ୍ଗା’ ଜରିଆରେ ପ୍ରାୟ 20 ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ସୁରକ୍ଷିତ ଭାବେ ସ୍ବଦେଶ ଫେରାଇବାରେ ସଫଳ ହୋଇଥିଲା ଭାରତ ।
ଏହି ଆହ୍ବାନପୂର୍ଣ୍ଣ ‘ଅପରେସନ ଗଙ୍ଗା’ ରେ ଭାରତୀୟ ବାୟୁସେନାର ସି-17 ଗ୍ଲୋବମାଷ୍ଟର ବିମାନ ସମେତ ଏୟାର ଇଣ୍ଡିଆ ଓ ଅନ୍ୟ କିଛି ଘରୋଇ ବିମାନ ମଧ୍ୟ ସାମିଲ ହୋଇଥିଲେ । ଏହି ଅପରେସନକୁ ସଫଳ କରିବା ପାଇଁ ୟୁକ୍ରେନର ପଡୋଶୀ ବେଲାରୁଷ, ପୋଲାଣ୍ଡ ପରି ରାଷ୍ଟ୍ରର ସହଯୋଗ ମଧ୍ୟ ନେଇଥିଲା ନୂଆଦିଲ୍ଲୀ । 4 କେନ୍ଦ୍ରମନ୍ତ୍ରୀ ମଧ୍ୟ ଅପରେସନକୁ ପ୍ରତ୍ୟେକ୍ଷ ନେତୃତ୍ବ ଦେବା ପାଇଁ ପୂର୍ବ-ୟୁରୋପର ବିଭିନ୍ନ ଦେଶକୁ ଯାତ୍ରା କରିଥିଲେ । ଏବେ କିଛି ଦିନର ବ୍ୟବଧାନ ପରେ ପୁଣି ୟୁକ୍ରେନ ଉପରେ ଋଷ ଆକ୍ରମଣ ଜୋରଦାର କରିବା ପରେ ସେଠାରେ ଥିବା ଅଳ୍ପ କିଛି ଭାରତୀୟଙ୍କ ସୁରକ୍ଷା ନେଇ ପୁଣି ଉଦବେଗ ପ୍ରକାଶ ପାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ