ETV Bharat / bharat

Elon Musk: ଟ୍ବିଟର CEO ଏଲନଙ୍କୁ ପୂଜା କଲେ NGO ସଦସ୍ୟ, ଭାଇରାଲ ହେଲା ଭିଡିଓ - ଭାଇରାଲ ଭିଡିଓ

କର୍ଣ୍ଣାଟକ ବେଙ୍ଗାଲୁରୁରେ ଏକ NGO ସଂସ୍ଥା ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରର ସିଇଓଙ୍କୁ ପୂଜା କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

Elon Musk
Elon Musk
author img

By

Published : Feb 28, 2023, 10:55 PM IST

ବେଙ୍ଗାଲୁରୁ: ଟେସଲା ଓ ଟ୍ବିଟର ସିଇଓ ଏଲନ ମସ୍କଙ୍କୁ ପୂଜା କଲେ ସାମାଜିକ ସଂଗଠନର ସଦସ୍ୟ । କର୍ଣ୍ଣାଟକ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଫ୍ୟାମିଲି ଫେଡେରେସନ (SIFF) ସଦସ୍ୟମାନେ ମସ୍କଙ୍କୁ ପୂଜା କରୁଥିବାର ଏକ ଭିଡିଓ ଭାଇରାଲ ହେଉଛି । ସେ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମକୁ କିଣିଥିବାରୁ ଏଥିଲାଗି ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଟ୍ବିଟର ମାଧ୍ୟମରେ ଅଧିକାରୀମାନେ ପୁରୁଷମାନଙ୍କର ବିରୋଧରେ ନିର୍ଯାତନା ତଥା ସର୍ବସମ୍ମୁଖରେ ନିଜର ବିଚାରଧାରା ରଖିପାରୁଛନ୍ତି । ସହର ଫ୍ରିଡମ ପାର୍କରେ ଏପରି ପୂଜା ଅନୁଷ୍ଠିତ ହୋଇଛି ।

ସୋମବାର ଏକ ଟ୍ବିଟର ପୋଷ୍ଟରେ ଏନଜିଓ SIFF କହିଛି, " ଏହି ସଂଗଠନର ପୁରୁଷ କାର୍ଯ୍ୟକର୍ତ୍ତାମାନଙ୍କୁ ଟ୍ବିଟର ପୂର୍ବ କର୍ମୀମାନେ ପ୍ରତିବନ୍ଧକ ଲଗାଉଥିଲେ । ମାତ୍ର ଏଲନ ସେମାନଙ୍କୁକାଢି ଦେବା ପରେ ଏପରି ଆଉ ଘଟୁନାହିଁ । ଏହାସହିତ ସଂଗଠନର ପୁରୁଷ କାର୍ଯ୍ୟକର୍ତ୍ତାମାନଙ୍କୁ MRA ଅଧିକାରରେ ଖୋଲାଖୋଲି ଭାବରେ ନିଜ ବିଚାରଧାରା ରଖିପାରୁଛନ୍ତି । ଏହା କେବଳ ଏଲନ ମସ୍କ ଯୋଗୁଁ ସମ୍ଭବ ହୋଇପାରିଛି ।" ଏ ନେଇ ଜଣେ କାର୍ଯ୍ୟକର୍ତ୍ତା କହିଛନ୍ତି, " ଟ୍ବିଟରକୁ କିଣିବା ସହ ପୁରୁଷମାନଙ୍କୁ ନିଜ ବିଚାରଧାରା ଲୋକଙ୍କ ଆଗରେ ରଖିବା ଲାଗି ଅନୁମତି ଦେଇଛି ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ । ଏଥିଲାଗି Save Indian Family Federationର ସଦସ୍ୟମାନେ ଟ୍ବିଟରର ସିଇଓ ଗୁରୁ ଏଲନଙ୍କୁ ପୂଜା କରିଛନ୍ତି । "

ଏହା ବି ପଢନ୍ତୁ- ରାଜସ୍ଥାନ ହସ୍ପିଟାଲରେ ଅଭାବନୀୟ ଘଟଣା: ମା‘ କୋଳରୁ ନବଜାତ ଶିଶୁକୁ ଝାମ୍ପିନେଲା ବୁଲା କୁକୁର

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ସଂଗଠନର କିଛି କର୍ମକର୍ତ୍ତୀ ଧୂପକାଠି ଧରି ଏଲନଙ୍କ ଫଟୋକୁ ପୂଜା କରୁଛନ୍ତି । ଏହାସହିତ 'ଏଲନ ମସ୍କ କି ଜୟ', 'ଏଲନ ମସ୍କ ନମଃ' ଉଚ୍ଚାରଣ କରୁଛନ୍ତି । ଏହି ଭିଡିଓରେ ୟୁଜର୍ସମାନେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅନ୍ୟ କିଛି ୟୁଜର୍ସ କର୍ମକର୍ତ୍ତାଙ୍କ ଏପରି କାର୍ଯ୍ୟକୁ ନିନ୍ଦା ମଧ୍ୟ କରିଛନ୍ତି । ଜଣେ ଅର୍ଥ ଥିବା ମନୁଷ୍ୟକୁ କାହିଁକି ପୂଜା କରୁଛି ବୋଲି ମଧ୍ୟ କିଛି ୟୁଜର୍ସ କହିଛନ୍ତି ।

ଟ୍ବିଟର ସିଇଏଓ ଏଲନଙ୍କୁ ପୂଜା କଲେ NGO ସଦସ୍ୟ
ଟ୍ବିଟର ସିଇଏଓ ଏଲନଙ୍କୁ ପୂଜା କଲେ NGO ସଦସ୍ୟ

ଏହି ସଂଗଠନ ମୁଖ୍ୟତଃ ପୁରୁଷମାନଙ୍କ ଲାଗି କାର୍ଯ୍ୟ କରିଥାଏ । ଘରୋଇ ହିଂସା, ଯୌତୁକ, ଦୁଷ୍କର୍ମ, ଯୌନ ନିର୍ଯାତନା ଭଳି ମାମଲାରେ ଅନେକ କ୍ଷେତ୍ରରେ ନିରୀହ ପୁରୁଷମାନ ମଧ୍ୟ ଶିକାର ହୋଇଥାନ୍ତି । ମାତ୍ର ଏହି ମାମଲାରେ ଅଧିକାଂଶ ମହିଳାମାନଙ୍କ ପକ୍ଷରେ ଯାଇଥାଏ । ଏଣୁ ପୁରୁଷମାନଙ୍କୁ ସେମାନଙ୍କ ନ୍ୟାୟ ଦେବା ଲାଗି ଏହି ସଂସ୍ଥା କାର୍ଯ୍ୟ କରିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.