ETV Bharat / bharat

Twitter Boardରେ ସାମିଲ ହେବେନି ଏଲନ ମକ୍ସ, CEO ଦେଲେ ସୂଚନା - ଟ୍ବିଟର ବୋର୍ଡରୋ ସାମିଲ ହେବେ ନାହିଁ ଏଲନ ମକ୍ସ

Twitter ବୋର୍ଡରେ ସାମିଲ ହେବେ ନାହିଁ ଏଲନ ମକ୍ସ । ଟ୍ବିଟର CEO ପରାଗ ଅଗ୍ରଓ୍ବାଲ ଦେଲେ ସୂଚନା । ଅଧିକ ପଢନ୍ତୁ

Twitter Boardରେ ସାମିଲ ହେଲେ ଏଲନ ମକ୍ସ,  CEO ଦେଲେ ସୂଚନା

author img

By

Published : Apr 11, 2022, 1:47 PM IST

ନୂଆଦିଲ୍ଲୀ: Twitter ବୋର୍ଡରେ ସାମିଲ ହେବେ ନାହିଁ ଏଲନ ମକ୍ସ । ଟ୍ୱିଟରର ସେୟାର କିଣିବା ପରେ ଏଲନ ମକ୍ସ କମ୍ପାନୀ ବୋର୍ଡରେ ଯୋଗଦେବା ଖବରକୁ ଘୋଷଣା କରିବା ପରେ ଯୋଗ ଦେବେ ନାହିଁ ବୋଲି ପୁଣି ଏକ ଟ୍ବିଟ କରି ସୂଚନା ଦେଇଛନ୍ତି ଟ୍ବିଟରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (CEO) ପରାଗ ଅଗ୍ରୱାଲ । ଏକ ଟ୍ବିଟ ସହ ଏକ ନୋଟ ସେୟାର କରିଛନ୍ତି ଟ୍ବିଟର CEO ।

ପରାଗ ଅଗ୍ରଓ୍ବାଲ ଏକ ଟ୍ବିଟ କରି କହିଛନ୍ତି ଯେ, ଏଲନ ମକ୍ସ ବୋର୍ଡରେ ଯୋଗ ଦେବେ ନାହିଁ । ଏନେଇ ବୋର୍ଡ ସିଧାସଳଖ ଭାବେ ଆଲୋଚନା ହୋଇଥିଲା । ଏଲନ କମ୍ପାନୀର ଏକ ବଡ ଦାୟିତ୍ବ ନେବା ନେଇ ବିଶ୍ବାସ କରାଯାଉଥିଲା । ସେ ବୋର୍ଡ ମେମ୍ବର ଓ ସେୟାର ହୋଲ୍ଡରଙ୍କ ସହ ମିଶି କାମ କରିଥାନ୍ତେ । ବୋର୍ଡ ତାଙ୍କୁ ଏକ ପଦବୀ ଅଫର କରିଥିଲା । ନିଜେ ପରାଗ ମଙ୍ଗଳବାର ଏଲନଙ୍କ ବୋର୍ଡରେ ସାମିଲ ହେବା ନେଇ ସୂଚନା ଦେଇଥିଲେ । କିନ୍ତୁ ଏବେ ଏଲନ ସାମିଲ ହେବେ ନାହିଁ ବୋଲି ଆଜି ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Twitter Boardରେ ସାମିଲ ହେଲେ ଏଲନ ମକ୍ସ

ସୂଚନାଅନୁସାରେ, ଗତ ସପ୍ତାହରେ ଟ୍ୱିଟରର 9.2% ଅଂଶଧନ କିଣିଥିଲେ ଏଲନ ମକ୍ସ । ଏହାସହ ସେ କମ୍ପାନୀର ସବୁଠାରୁ ବଡ ସେୟାର ହୋଲ୍ଡର ଥିଲେ । ଅଂଶଧନ କିଣିବା ପରେ ଏଲନ ମସ୍କକୁ ଟ୍ବିଟର ବୋର୍ଡରେ ସାମିଲ କରାଯିବ ବୋଲି ପରାଗ ଅଗ୍ରଓ୍ବାଲ ଏକ ଟ୍ବିଟ କରି ସୂଚନା ଦେଇଥିଲେ । ଏଲନ ମକ୍ସ Twitter ବୋର୍ଡରେ ସାମିଲ ହେବାନେଇ ଚର୍ଚ୍ଚା ହେଉଥିବା ଖବର ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଟ୍ବିଟର CEO ପରାଗ ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.