ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ଏଲନ ମସ୍କ । ଏଥର ଟ୍ବିଟରକୁ ନେଇ ନୁହେଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଖବରରେ ସ୍ଥାନ ପାଇଛନ୍ତି ମସ୍କ । ପ୍ରେମ ବ୍ୟାପରକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ। କୁହାଯାଉଛି ଗୁଗଲ କୋ-ଫାଉଣ୍ଡର ପତ୍ନୀଙ୍କ ପ୍ରେମରେ ପଡିଛନ୍ତି ଏଲନ । ଗୁଗୁଲ ସହ- ସମ୍ପାଦକ ସର୍ଗେଇ ବ୍ରିନ୍ ତାଙ୍କ ପତ୍ନୀ ନିକୋଲ ଶନହାନଙ୍କଠୁ ଛାଡପତ୍ର ନେବେ । ଏ ନେଇ କୁଆଡେ ଏଲନ୍ ମସ୍କ ଦାୟୀ । ଏଲନ୍ ମସ୍କଙ୍କ ସହ ପ୍ରେମ ସମ୍ପର୍କ ହେତୁ ଉଭୟ ପତି-ପତ୍ନୀଙ୍କର ଛାଡ଼ପତ୍ର ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳୁଛି ।
ରିପୋର୍ଟ ଅନୁସାରେ, ଟେସଲା ସହ ସମ୍ପାଦକ 51 ବର୍ଷୀୟ ଏଲନ ମସ୍କଙ୍କର ଗୁଗୁଲ ସିଇଓ ର୍ଗେଇ ବ୍ରିନ୍ଙ୍କ 48 ବର୍ଷୀୟ ପତ୍ନୀ ନିକୋଲ ଶନହାନଙ୍କ ସହିତ ପ୍ରେମ ସମ୍ପର୍କ ରହିଛି । ଗତବର୍ଷ ଡିସେମ୍ବରରୁ ମିଆମିରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ପ୍ରଥମେ ବନ୍ଧୁ ଓ ପରେ ବନ୍ଧୁତା ପ୍ରେମର ରୂପ ନେଇଥିବା ଚର୍ଚ୍ଚା ହେଉଛି । ୨୦୦୮ ମସିହାରେ ଏଲନ୍ ମସ୍କ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ । ସେହି ସମୟରେ ଗୁଗୁଲ୍ର ସହ ନିର୍ମାତା ସର୍ଗେଇ ବ୍ରିନ୍ ତାଙ୍କୁ ସାହାଯ୍ୟ କରିଥିଲେ । ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢ଼ି ଉଠିଥିଲା। ଏଲନ୍ ମସ୍କ ଓ ସର୍ଗେଇ ବ୍ରେନଙ୍କ ବନ୍ଧୁତା ପରେ ମସ୍କ ନିୟମିତ ବ୍ରିନ୍ଙ୍କ ଘରକୁ ଯିବା ଆସିବା କରୁଥିଲେ। ଏହାରି ଭିତରେ ନିକୋଲ୍ଙ୍କର ମସ୍କଙ୍କ ସହ ପରିଚୟ ହୋଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ବୋଲି କୁହାଯାଉଛି ।
ଏହା ବି ପଢନ୍ତୁ..ଅଗଷ୍ଟ ୩ ଯାଏଁ ED ହେପାଜତରେ ରହିବେ ପାର୍ଥ ଚାଟାର୍ଜୀ-ଅର୍ପିତା
ଏକଥା ଜଣାପଡିବା ପରେ ଗୁଗଲ କୋ-ଫାଉଣ୍ଡର୍ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି । ଶେନହାନ ବର୍ତ୍ତମାନ ଛାଡପତ୍ର ପାଇଁ ବ୍ରିନ୍ଙ୍କ ଠାରୁ ଏକ ବିଲିଅନ୍ ଡଲାରରୁ ଅଧିକ ଦାବି କରିଥିବା କୁହାଯାଉଛି । ସେପଟେ ଶେନହାନଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ଏଲନ ମସ୍କ । ତାଙ୍କ ବିରୋଧରେ ଆସିବା ଏଭଳି ଅଭିଯୋଗକୁ ସେ ଖଣ୍ଡନ କରିବା ସହ ନିକୋଲଙ୍କ ସହ ସେପରି କିଛି ସମ୍ପର୍କ ନାହିଁ ବୋଲି କହିଛନ୍ତି ମସ୍କ ।