ETV Bharat / bharat

World Elephant Day: ହାତୀ ଭାରତର ସମୃଦ୍ଧ ପ୍ରାକୃତିକ ଐତିହ୍ୟ ସହିତ ଜଡିତ କହିଲେ ପ୍ରଧାନମନ୍ତ୍ରୀ

author img

By

Published : Aug 13, 2023, 7:20 AM IST

ବିଶ୍ବ ହାତୀ ଦିବସରେ ଶୁଭେଚ୍ଛା ସହ ହାତୀ ସୁରକ୍ଷାର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ । କହିଲେ ଭାରତର ସମୃଦ୍ଧ ପ୍ରାକୃତିକ ଐତିହ୍ୟ ସହିତ ଜଡିତ । ଅଧିକ ପଢନ୍ତୁ

ହାତୀ ଭାରତର ସମୃଦ୍ଧ ପ୍ରାକୃତିକ ଐତିହ୍ୟ ସହିତ ଜଡିତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଗଷ୍ଟ 12କୁ ବିଶ୍ବ ହସ୍ତୀ ଦିବସ ଭାବେ ପାଳନ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତୀକୁ ସୁରକ୍ଷା ଦେବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । କହିଛନ୍ତି ହାତୀ ଭାରତର ସମୃଦ୍ଧ ପ୍ରାକୃତିକ ଐତିହ୍ୟ ସହିତ ଜଡିତ । ହାତୀ ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ଏକ୍ସ (ପୂର୍ବରୁ ଟ୍ବିଟର) ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ହାତୀ ଦିବସରେ ଆମେ ହାତୀକୁ ସୁରକ୍ଷା ଦେବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇଛୁ, ଯାହା ଭାରତର ସମୃଦ୍ଧ ପ୍ରାକୃତିକ ଐତିହ୍ୟ ସହିତ ଘନିଷ୍ଠତାର ସହ ଜଡିତ । ମୁଁ ମଧ୍ୟ ଏହି ଦିଗରେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ପ୍ରଶଂସା କରୁଛି ।’’ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏକ୍ସରେ ମୁଦୁମଲାଇ ଟାଇଗର ରିଜର୍ଭ ଗସ୍ତ ସମୟର କିଛି ଫଟୋ ସେୟାର କରିଛନ୍ତି । ସେଥିମଧ୍ୟରୁ ଗୋଟିଏ ଶିଶୁ ହାତୀ ପ୍ରଧାନମନ୍ତ୍ରୀଙ୍କ ସହ ଖେଳୁଥିବାର ଫଟୋ ରହିଛି ।

ଏହା ମଧ୍ୟ ପଢନ୍ତୁ :-Elephant Day: ନନ୍ଦନକାନନରେ ହାତୀ ଖାଇଲା ମନପସନ୍ଦର ଫଳ

ଗତକାଲି ଥିଲା ବିଶ୍ବ ହାତୀ ଦିବସ । 2012 ମସିହା ଅଗଷ୍ଟ 12ରୁ ହାତୀ ଦିବସ ପାଳନ ହୋଇଆସୁଛି । ଏହି ଅବସରରେ ଦେଶର ବିଭିନ୍ନ ହାତୀ ସଂରକ୍ଷିତ ଜଙ୍ଗଲ, ଜାତୀୟ ଉଦ୍ୟାନ, ଅନ୍ୟାନ୍ୟ ସରକ୍ଷିତ ଜଙ୍ଗଲ, ସହ ପ୍ରାଣୀ ଉଦ୍ୟାନ ଗୁଡିକରେ ହାତୀ ଦିବସ ପାଳନ କରାଯାଇଛି । ଏହି ଦିବସରେ ହାତୀମାନଙ୍କୁ ସୁରକ୍ଷା ଦେବା ନେଇ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଭୁବନେଶ୍ବରରେ ଥିବା ପ୍ରାଣୀଉଦ୍ୟାନ ‘ନନ୍ଦନକାନନ’ରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରାଣୀ ଉଦ୍ୟାନ ପକ୍ଷରୁ ହାତୀଙ୍କୁ ମନପସନ୍ଦର ଫଳ ଖାଇବାକୁ ଦିଆଯାଇଛି । ହାତୀଙ୍କ ସୁରକ୍ଷା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ଦସ୍ତଖତ ଅଭିଯାନ ଆରମ୍ଭ ହେବା ସହ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜିତ କରାଯାଇଛି ।

ସେପଟେ ହାତୀ ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଆଦି ଉପସ୍ଥିତ ରହି ହାତୀ ମାନଙ୍କ ସୁରକ୍ଷା ଏବଂ ଏଥିପାଇଁ କଣ ଚ୍ୟାଲେଞ୍ଜ ରହିବ ସେନେଇ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଭାରତର ସାଂସ୍କୃତିକ ପ୍ରତୀକ ହେଉଛି ହାତୀ । ଭାରତ ହାତୀ ସଂରକ୍ଷଣରେ ଗୋଟେ ପ୍ରମୁଖ ଭୂମିକା ବହନ କରୁଛି । 2017 ହାତୀ ଗଣନା ଅନୁସାରେ ପ୍ରାୟ 30 ହଜାର ହାତୀ ଭାରତରେ ଅଛନ୍ତି । ହାତୀଙ୍କ ପାଇଁ ଦେଶରେ 33ଟି ହାତୀ ରିଜର୍ଭ ରହିଛି । ପ୍ରତିବର୍ଷ ହାତୀ-ମଣିଷ ଲଢ଼େଇ ଯୋଗୁଁ ପ୍ରାୟ 500 ଲୋକ ମରୁଥିବା ବେଳେ ଲୋକଙ୍କ ଆକ୍ରୋଶ ଯୋଗୁଁ 100 ହାତୀ ମରୁଛନ୍ତି । ଏହାକୁ କମାଇବା ଏବେ ଭାରତ ସରକାରଙ୍କ ପାଇଁ ଗୋଟେ ବଡ ଚ୍ୟାଲେଞ୍ଜ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.