ETV Bharat / bharat

Pegasus Spyware Controversy; ଆଜି ରାଜ୍ୟସଭାରେ ବିବୃତ୍ତି ରଖିବେ ଆଇଟି ମନ୍ତ୍ରୀ - ଆଜି ରାଜ୍ୟସଭାରେ ବିବୃତ୍ତି ରଖିବେ ଆଇଟି ମନ୍ତ୍ରୀ

ନୂଆଦିଲ୍ଲୀ: ପେଗାସସ ସ୍ପାଇୱେୟାର (ଫୋନ ଟ୍ୟାପିଂ ) ବିବାଦ ପ୍ରସଙ୍ଗରେ ଲୋକସଭା ପରେ ଆଜି ରାଜ୍ୟସଭାରେ ବିବୃତ୍ତି ରଖିବେ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

Ashwini Vaishnaw
Ashwini Vaishnaw
author img

By

Published : Jul 22, 2021, 11:54 AM IST

ନୂଆଦିଲ୍ଲୀ: ପେଗାସସ ସ୍ପାଇୱେୟାର (ଫୋନ ଟ୍ୟାପିଂ ) ବିବାଦ ପ୍ରସଙ୍ଗରେ ଲୋକସଭା ପରେ ଆଜି ରାଜ୍ୟସଭାରେ ବିବୃତ୍ତି ରଖିବେ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଗତ ସୋମବାର ସରକାରଙ୍କ ତରଫରୁ ଲୋକସଭାରେ ବିବୃତ୍ତି ରଖି ଆଇଟି ମନ୍ତ୍ରୀ କହିଥିଲେ ଡାଟା ଲିକର ଜାସୁସି ସହ କୌଣସି ସମ୍ପର୍କ ନାହିଁ । ଡାଟାରୁ ସର୍ଭିଲାନ୍ସ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ । ଲିକ ହୋଇଥିବା ଡାଟାର ଜାସୁସି କୌଣସି ସମ୍ବନ୍ଧ ନଥିବା କହିଛନ୍ତି ଆଇଟି ମନ୍ତ୍ରୀ । ଏହା ବାଦ ସଂସଦରେ ଜବାବ ଦେଇ କହିଛନ୍ତି ଫୋନ ଟ୍ୟାପିଂକୁ ନେଇ ସରକାରଙ୍କ ପ୍ରୋଟୋକଲ ଅତ୍ୟନ୍ତ କଠୋର । ଡାଟାରୁ ସର୍ଭିଲାନ୍ସ ପ୍ରମାଣିତ ହୁଏନାହିଁ ବୋଲି ସ୍ପଷ୍ଟ କରିଥିଲେ ବୈଷ୍ଣବ । ସେହିପରି ଗଣମାଧ୍ୟମରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହାର କୌଣସି ସ୍ପଷ୍ଟତା ନାହିଁ ।

ସୂଚନାଯୋଗ୍ୟଯେ ପେଗାସସ ସ୍ପାଇୱେୟାର ନେଇ ସଙ୍ଗୀନ ଅଭିଯୋଗ ହୋଇଛି । ପେଗାସସ(Pegasus) ସଫ୍ଟୱେୟାର ବ୍ୟବହାର କରି ଭାରତରେ ଅନେକ ସାମ୍ବାଦିକ, ରାଜନେତା ଓ ବିଶିଷ୍ଟ ବ୍ୟକ୍ତିଙ୍କ ଫୋନ ହ୍ୟାକ ହୋଇଥିବା ବିଦେଶୀ ଗଣମାଧ୍ୟମ ଦାବି କରିଛି । ବିଦେଶୀ ଗଣମାଧ୍ୟମର ୧୭ ନ୍ୟୁଜ ୱେବସାଇଟରେ 'ଦ ପେଗାସସ ପ୍ରୋଜେକ୍ଟ' ନାଁରେ ରିପୋର୍ଟ ପ୍ରକାଶିତ ହୋଇଛି । ଏଥିରେ କେବଳ ଭାରତ ନୁହେଁ, ବିଶ୍ବର ହଜାର ହଜାର ଲୋକଙ୍କ ଫୋନ ହ୍ୟାକ ହୋଇଥିବା ରିପୋର୍ଟରେ ଦାବି କରାଯାଇଛି ।

ତେବେ ଏହାକୁ ନେଇ ଏବେ ରାଜରାସ୍ତାରୁ ରାଜଧାନୀ, ସଡକରୁ ସଂସଦ ପର୍ଯ୍ୟନ୍ତ ଜାରି ରହିଛି ରାଜନୀତି ଘମାସାନ । ବିରୋଧୀ ଏହାକୁ ବଡ ଅସ୍ତ୍ର ଭାବି ସଂସଦକୁ ଅଚଳ କରି ରଖିଛନ୍ତି । ଏପର ସ୍ଥଳେ ଆଜି ରାଜ୍ୟସଭାରେ ଆଇଟି ମନ୍ତ୍ରୀଙ୍କ ବିବୃତ୍ତି ବିରୋଧୀଙ୍କୁ କେତେ ସନ୍ତୁଷ୍ଟ କରିପାରୁଛି ତାହା ଉପରେ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.