ETV Bharat / bharat

ତେଲେଙ୍ଗାନାରେ ବିଦ୍ୟୁତ ଆଘାତର ଶିକାର ହେଲେ ଓଡିଆ ପରିବାର: ବାପ ଓ ଝିଅ ମୃତ, ମା ଗୁରୁତର - ବିଦ୍ୟୁତଘାତର ଶିକାର ଓଡିଆ ପରିବାର

ତେଲେଙ୍ଗାନା ସଙ୍ଗାରେଡ୍ଡୀ ଜିଲ୍ଲାରେ ଅଭାବନୀୟ ଘଟଣା । ବିଦ୍ୟୁତ ଆଘାତର ଶିକାର ହେଲେ ଓଡିଆ ପରିବାର । ଘଟଣାସ୍ଥଳରେ ବାପ ଓ ଦୁଇ ବର୍ଷର ଝିଅର ମୃତ୍ୟୁ । ଗୁରୁତର ପତ୍ନୀ ହସ୍ପିଟାଲରେ ଭର୍ତ୍ତି ସୂଚନା । ପରିବାର ଜଗତସିଂହପୁରର ହୋଇଥିବା ସଙ୍ଗାରେଡ୍ଡୀ ପୋଲିସର ସୂଚନା । ଅଧିକ ପଢନ୍ତୁ

ତେଲେଙ୍ଗାରେ ବିଦ୍ୟତଘାତର ଶିକାର ହେଲେ ଓଡିଆ ପରିବାର, ବାପ ଝିଅ ମୃତ, ମା ଗୁରୁତର

author img

By

Published : Dec 27, 2021, 10:43 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ବିଦ୍ୟୁତ ଆଘାତରେ ବାପ ଓ ଦୁଇ ବର୍ଷର ଝିଅର ମୃତ୍ୟୁ । ଦମ୍ପତିଙ୍କ ସହ ସେମାନଙ୍କ ୨ ବର୍ଷର ଝିଅ ବିଦ୍ୟୁତ ଆଘାତର ଶିକାର ହୋଇଥିବାବେଳେ ଘଟଣାସ୍ଥଳରେ ବାପ ଓ ଝିଅଙ୍କ ମୃତ୍ୟୁ ହୋଇଥିଲା । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ସମସ୍ତେ ଓଡିଶାର ଜଗତସିଂହପୁର ଓ ଯାଜପୁର ଜିଲ୍ଲାର ବୋଲି ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ କରିଛି ତେଲେଙ୍ଗାନା ପୋଲିସ ।

ତେଲେଙ୍ଗାରେ ବିଦ୍ୟତଘାତର ଶିକାର ହେଲେ ଓଡିଆ ପରିବାର, ବାପ ଝିଅ ମୃତ, ମା ଗୁରୁତର

ଘଟଣା ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ, ଦମ୍ପତି ବାସୁ ମଲ୍ଲିକ ଓ ରିନା ମଲ୍ଲିକ ଏକ ଲୁହା ରଡରେ ଲୁଗା ଶୁଖାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ନିକଟରେ ଥିବା ସେମାନଙ୍କ ଦୁଇବର୍ଷର ଝିଅ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଥିଲା । ଘଟଣାସ୍ଥଳରେ ବାପ ଓ ଝିଅ ପ୍ରାଣ ହରାଇଥିବାବେଳେ ମହିଳାଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣା ସମ୍ପର୍କରେ ଓଡିଶାରେ ସେମାନଙ୍କ ସମ୍ପର୍କୀୟଙ୍କୁ ସୂଚନା ଦିଆଯାଇଥିବା ମଧ୍ୟ ସଙ୍ଗାରେଡ୍ଡୀ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.