ETV Bharat / bharat

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପଦ ଛାଡିଲେ ପ୍ରଶାନ୍ତ କିଶୋର

author img

By

Published : Aug 5, 2021, 2:40 PM IST

କ୍ୟାପଟେନଙ୍କୁ ଲେଖିଥିବା ଚିଠିରେ ପ୍ରଶାନ୍ତ କିଶୋର ଦର୍ଶାଇଛନ୍ତି କି , ସେ ବର୍ତ୍ତମାନ ପବ୍ଲିକ ଲାଇଭରୁ ବ୍ରେକ ନେବା ପାଇଁ ଚାହୁଁଛନ୍ତି । ବର୍ତ୍ତମାନ ପାଇଁ ସାର୍ବଜନୀନ ଜୀବନରେ ସକ୍ରିୟ ଭାବେ ରହି ପାରିବେନାହିଁ । ଅଧିକ ପଢନ୍ତୁ...

kishor
kishor

ନୂଆଦିଲ୍ଲୀ: ଦେଶର ଅନ୍ୟତମ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ଛାଡିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମିନ୍ଦର ସିଂଙ୍କ ପ୍ରମୁଖ ପରାମର୍ଶଦାତା ପଦ । ଆଜି ନିଜେ ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କୁ ଚିଠି ଲେଖି ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରଶାନ୍ତ କିଶୋରଙ୍କୁ ନିଜର ପ୍ରମୁଖ ପରାମର୍ଶଦାତା ଭାବେ ଗତ ମାର୍ଚ୍ଚ ୨ ରେ ନିଯୁକ୍ତି ଦେଇଥିଲେ କ୍ୟାପଟେନ ।

କ୍ୟାପଟେନଙ୍କୁ ଲେଖିଥିବା ଚିଠିରେ ପ୍ରଶାନ୍ତ କିଶୋର ଦର୍ଶାଇଛନ୍ତି କି , ସେ ବର୍ତ୍ତମାନ ପବ୍ଲିକ ଲାଇଭରୁ ବ୍ରେକ ନେବା ପାଇଁ ଚାହୁଁଛନ୍ତି । ବର୍ତ୍ତମାନ ପାଇଁ ସାର୍ବଜନୀନ ଜୀବନରେ ସକ୍ରିୟ ଭାବେ ରହି ପାରିବେନାହିଁ । ଏପରି ସ୍ଥିତିରେ ଆପଣଙ୍କ ପରାମର୍ଶଦାତା ଭାବେ ମୁଁ କାମ କରିବା ସମ୍ଭବ ନୁହେଁ । ଏବେ ମତେ ଭବିଷ୍ୟତ କାର୍ଯ୍ୟକ୍ରମ ପାଇଁ ନିଷ୍ପତି ନେବାର ଅଛି। ଦୟାକରି ମୋର ଅନୁରୋଧ ରଖିବେ ଓ ମତେ ମୋ ଦାୟିତ୍ବରୁ ମୁକ୍ତ କରିବେ ବୋଲି ଆଶା କରୁଛି । ଆପଣଙ୍କ ପରାମର୍ଶଦାତା ଭାବେ ମତେ ଚୟନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ ବୋଲି ପ୍ରଶାନ୍ତ ଲେଖିଛନ୍ତି ।

ପ୍ରଶାନ୍ତ କିଶୋରଙ୍କ ରାଜନୈତିକ ଜୀବନ...

୨୦୧୪ ସାଧାରଣ ନିର୍ବାଚନରେ ପ୍ରଶାନ୍ତ କିଶୋର ବିଜେପିର ନିର୍ବାଚନୀ ପ୍ରଚାର ଭାର ସମ୍ଭାଳିଥିଲେ । ଆଉ ବିଜେପି ସ୍ପଷ୍ଟ ବହୁମତ ପାଇବାରେ ମଧ୍ୟ ବଡ ଭୂମିକା ନେଇଥିଲେ। ସେହିଦିନ ଠାରୁ ପ୍ରଶାନ୍ତ କିଶୋର ଜଣେ ରାଜନୈତିକ ରଣନୀତିକାର ଭାବେ କାମ ଆରମ୍ଭ କରିଥିଲେ । ଏହା ପୂର୍ବରୁ ପ୍ରଶାନ୍ତ କିଶୋର UNICEF ରେ ୮ ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ । ପରେ ୨୦୧୫ ରେ ବିହାର ବିଧାନସଭା ନିର୍ବାଚନରେ ପ୍ରଶାନ୍ତ ମହାଗଠବନ୍ଧନ ପାଇଁ କାମ କରିଥିଲେ । ପରେ ସେ ଜେଡିୟୁରେ ସାମିଲ ହୋଇଥିଲେ । ଜେଡିୟୁର ଉପ-ସଭାପତି ଭାବେ ମଧ୍ୟ କାମ କରିଥିଲେ । ବିବାଦୀୟ ସ୍ଥିତିରେ ଜେଡିୟୁରୁ ବହିଷ୍କୃତ ହେବାପରେ ପ୍ରଶାନ୍ତ ବିହାର ଛାଡି ପଶ୍ଚିମନବଙ୍ଗ ଆସି ଟିଏମସି ପାଇଁ କାମ କରିଥିଲେ । ଆଉ ମମତା ବାନାର୍ଜୀ ପ୍ରଚଣ୍ଡ ବହୁମତରେ କ୍ଷମତା ବଜାୟ ରଖିବାରେ ପ୍ରଶାନ୍ତଙ୍କ ରଣନୀତି ଥିଲା ।

କଂଗ୍ରେସରେ ହେବେ ସାମିଲ...

ଗତ କିଛି ଦିନ ହେଲା ପ୍ରଶାନ୍ତ ଜାତୀୟ ରାଜନୀତି ଉପରେ ଆଖି ପକାଇଛନ୍ତି । ସେ ଜାତୀୟସ୍ତରର ବିଭିନ୍ନ ନେତାଙ୍କୁ ସାକ୍ଷାତ କରିବାରେ ଲାଗିଛନ୍ତି । ଆଉ ଏହାରି ମଧ୍ୟରେ ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହେଉଥିବା ଚର୍ଚ୍ଚା ଯୋର ଧରିଛି । ଆଉ ଏହା ମଧ୍ୟ ହୋଇପାରେ । କାରଣ ପ୍ରଶାନ୍ତଙ୍କ କିଛି କାର୍ଯ୍ୟକଳାପ ଦେଖିଲେ ସେ କଂଗ୍ରେସ ଯାଉଥିବା ଅନୁମାନ କରାଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.