ETV Bharat / bharat

ନୂଆଦିଲ୍ଲୀରେ ବିଜେପିର ଗ୍ରାଣ୍ଡ ସେଲିବ୍ରେସନ, ଇଶାରାରେ ଇଣ୍ଡିଆ ମେଣ୍ଟକୁ କଟାକ୍ଷ କଲେ ମୋଦି

3 ରାଜ୍ୟରେ ବିଜେପିର ଜୋରଦାର ବିଜୟ ପରେ ଜାତୀୟ ରାଜଧାନୀରେ ଗ୍ରାଣ୍ଡ ସେଲିବ୍ରେସନ ହୋଇଛି । ଏକା ବିରାଟ ସଭାକୁ ସମ୍ବୋଧିତ କରି ପୁଣି କଂଗ୍ରେସକୁ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Dec 3, 2023, 10:08 PM IST

Etv Bharat
Etv Bharat

ନୂଆଦିଲ୍ଲୀ: ତିନି ରାଜ୍ୟରେ ଜବରଦସ୍ତ ବିଜୟ ହାସଲ ପରେ ନୂଆଦିଲ୍ଲୀ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଜେପି କର୍ମୀଙ୍କୁ ସମ୍ବୋଧିତ କରଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଛତିଶଗଡ଼ରେ ଦଳ ପୁଣି ଜଲୱା ଦେଖାଇ କ୍ଷମତାକୁ ଫେରିବାକୁ ବସିଥିବା ବେଳେ ମଧ୍ୟ ପ୍ରଦେଶରେ ଗଡ଼ ବଞ୍ଚାଇବାରେ ସକ୍ଷମ ହୋଇଛି ବିଜେପି । ସେହିଭଳି ରାଜସ୍ଥାନରେ ପୁଣି ପୂର୍ଣ୍ଣ ବହୁମତ ହାସଲ କରିଛି ବିଜେପି । ଏହାକୁ ନେଇ ପ୍ରଧାନମନ୍ତ୍ରୀ କର୍ମୀ ନିଷ୍ଠାକୁ ପ୍ରଶଂସା କରିଛନ୍ତି ।

ନୂଆଦିଲ୍ଲୀ ସ୍ଥିତ ଦଳୀୟ କାର୍ଯ୍ୟାଳୟ କର୍ମୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଆଜିର ବିଜୟ ଐତିହାସିକ । ଆଜି ସବ୍‌କା ସାଥ୍‌ ସବ୍‌କା ବିକାଶର ବିଜୟ ହୋଇଛି । ଆଜି ଆତ୍ମ ନିର୍ଭର ଭାରତର ବିଜୟ ହୋଇଛି । ସୁଶାସନ, ସ୍ୱଚ୍ଛ ସରକାରର ବିଜୟ ହୋଇଛି । ମୋ ପାଇଁ ଭାରତରେ କେବଳ 4ଟି ଜାତି ରହିଛନ୍ତି, ମହିଳା, ଯୁବଗୋଷ୍ଠୀ, ଚାଷୀ ଏବଂ ଗରିବ। ଏମାନଙ୍କୁ ଶକ୍ତିଶାଳୀ କଲେ ହିଁ ଦେଶର ବିକାଶ ସମ୍ଭବ ହୋଇ ପାରିବ । ପ୍ରତ୍ୟେକ ଦେଶବାସୀ ଏହି ବିଜୟକୁ ଏକ ସଫଳତା ଭାବରେ ଦେଖୁଛି । ଏହି ଅବସରରେ ମୁଁ ଦେଶର ପ୍ରତ୍ୟେକ ମହିଳାଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଆଶୀର୍ବାଦ କାମନା କରୁଛି । ବିଜେପି ପକ୍ଷରୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରାଯିବ। ଏହା ହେଉଛି ମୋଦି ଗାରେଣ୍ଟି।"

"ଯୁବଗୋଷ୍ଠୀଙ୍କ ଦ୍ୱାରା ହିଁ ଦେଶର ବିକାଶ ସମ୍ଭବ । ଯେକେହିବି ସେମାନଙ୍କ ସ୍ବାର୍ଥକୁ ଦୃଷ୍ଟି ନଦେଇ କାମ କରିଛି ସେମାନେ ପ୍ରତ୍ୟାକ୍ଷିତ ହୋଇଛନ୍ତି । ପେପର ଲିକ୍‌, ନିଯୁକ୍ତି ଦୁର୍ନୀତି ନେଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ଆକ୍ରୋଶ ରହିଥିଲା। ଏଥିପାଇଁ ଲୋକେ କଂଗ୍ରେସକୁ ତିନି ରାଜ୍ୟରେ ପ୍ରତ୍ୟାଖ୍ୟାନ କରିଛନ୍ତି ।" କର୍ମୀଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟବାସୀଙ୍କ ବିକାଶ ପାଇଁ ବିଜେପି ସମସ୍ତ ପ୍ରକାର ପ୍ରଚେଷ୍ଟା କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଦେଶବାସୀ ଏବେ ଦୁର୍ନୀତି ବିରୋଧୀ ଅଭିଯାନକୁ ପସନ୍ଦ କରୁଛନ୍ତି । ଏକାସାଙ୍ଗ ଛିଡ଼ା ହୋଇ ଷ୍ଟେଜ୍‌ ଭଲ ଉଠାଇ ମିଡିଆ ହେଡଲାଇନ୍‌ରେ ରହିଲେ କାମ ହୁଏ ନାହିଁ, ଏହାଦ୍ବାରା ଲୋକଙ୍କ ବିଶ୍ବାସ ଜିତିବା ସମ୍ଭବପର ନୁହେଁ । ଲୋକଙ୍କ ପାଇଁ କାମ ନକଲେ ସେମାନେ କେବେ ବି ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖାଲି ସେତିକି ନୁହେଁ କେନ୍ଦ୍ର ସରକାର ଲୋକଙ୍କ ପାଇଁ ପ୍ରଣୟନ କରିଥିବା ଯୋଜନାଗୁଡ଼ିକ ବିଷୟରେ ମଧ୍ୟ ମୋଦି ଆଲୋଚନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.