ETV Bharat / bharat

ଶିବସେନାର ଦଳୀୟ ଚିହ୍ନ ଧନୁତୀର ଫ୍ରିଜ, ଶିବସେନା ଉପରେ ବି ଲାଗିଲା ରୋକ - ଉଦ୍ଧବ ଠାକରେ

ଆଜି (ଶନିବାର) ଭାରତୀୟ ନିର୍ବାଚନ ଆୟୋଗ (Election Commissions) ଶିବସେନାର ଦଳୀୟ ଚିହ୍ନ ‘ଧନୁତୀର’କୁ(freeze Shiv Sena symbol) ଜବତ କରିଦେଇଛନ୍ତି । ଏହାର ଅର୍ଥ ଆଗାମୀ ନଭେମ୍ବର 3 ରେ ହେବାକୁ ଥିବା ମୁମ୍ବାଇ ଅନ୍ଧେରୀ ବିଧାନସଭା ଉପନିର୍ବାଚନ (Andheri bypoll ) ରେ ଉଦ୍ଧବ ଠାକରେ (Uddhav Thackeray) ଙ୍କ ଗୋଷ୍ଠୀ ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ (Eknath Shinde) ଙ୍କ ଗୋଷ୍ଠୀ ଧନୁତୀର ଚିହ୍ନ ନିର୍ବାଚନରେ ବ୍ୟବହାର କରିପାରିବେ ନାହିଁ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Oct 8, 2022, 10:45 PM IST

ନୂଆଦିଲ୍ଲୀ: ଆଜି (ଶନିବାର) ଭାରତୀୟ ନିର୍ବାଚନ ଆୟୋଗ (Election Commissions) ଶିବସେନାର ଦଳୀୟ ଚିହ୍ନ ‘ଧନୁତୀର’କୁ(freeze Shiv Sena symbol) ଜବତ କରିଦେଇଛନ୍ତି । ଏହାର ଅର୍ଥ ଆଗାମୀ ନଭେମ୍ବର 3 ରେ ହେବାକୁ ଥିବା ମୁମ୍ବାଇ ଅନ୍ଧେରୀ ବିଧାନସଭା ଉପନିର୍ବାଚନ (Andheri bypoll ) ରେ ଉଦ୍ଧବ ଠାକରେ (Uddhav Thackeray) ଙ୍କ ଗୋଷ୍ଠୀ ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ (Eknath Shinde) ଙ୍କ ଗୋଷ୍ଠୀ ଧନୁତୀର ଚିହ୍ନ ନିର୍ବାଚନରେ ବ୍ୟବହାର କରିପାରିବେ ନାହିଁ । ଉଭୟ ଗୋଷ୍ଠୀ ନିର୍ବାଚନ ଲଢିବାକୁ ହେଲେ ନୂଆ ଚିହ୍ନରେ ଲଢିବେ । ଗତ ଜୁନ ମାସରେ ଶିବସେନାରୁ ବିଦ୍ରୋହ କରି ଅଲଗା ହୋଇଥିବା ଏକନାଥ ସିନ୍ଧେଙ୍କ ଗୋଷ୍ଠୀ ଶିବସେନା ଦଳ ସହ ଚିହ୍ନ ଉପରେ ଦାବି କରିଥିଲା । ଏହାର ଜବାବ ଦେବା ପାଇଁ ଆଜି( ଶନିବାର) ଅପରାହ୍ନ ପର୍ଯ୍ୟନ୍ତ ଉଦ୍ଧବ ଗୋଷ୍ଠୀଙ୍କୁ ସମୟ ଦେଇଥିଲେ ନିର୍ବାଚନ ଆୟୋଗ । ଉଦ୍ଧବ ଗୋଷ୍ଠୀ ଜବାବ ଦେବା ପରେ ଆଜି ଶିବସେନାର ଦଳୀୟ ଚିହ୍ନ ଥିବା ଧନୁତୀରକୁ ଜବତ(ଫ୍ରିଜ) କରିଛନ୍ତି ନିର୍ବାଚନ ଆୟୋଗ । ଏଥିସହ ଉଭୟ ଗୋଷ୍ଠୀଙ୍କୁ ଉପନିର୍ବାଚନ ପାଇଁ ନୂଆ ଚିହ୍ନ ଦେବାକୁ 10 ତାରିଖ ଯାଏଁ ସମୟ ଦେଇଛନ୍ତି ।

ଏହାବି ପଢନ୍ତୁ- ଖୋଲୁଛି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର, ହଲଚଲ ପାଓ୍ବାର କରିଡର

ନଭେମ୍ବର 3 ରେ ହେବାକୁ ଥିବା ମୁମ୍ବାଇ ଅନ୍ଧେରୀ ବିଧାନସଭା ଉପନିର୍ବାଚନ (Andheri bypoll ) ପାଇଁ ଉଦ୍ଧବ ଗୋଷ୍ଠୀ ଦିଂବଗତ ବିଧାୟକ ରମେଶ ଲଟକଙ୍କ ପତ୍ନୀ ତ୍ରିତୁକା ଲଟକଙ୍କୁ ଟିକେଟ ଦେଇଥିବା ବେଳେ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଗୋଷ୍ଠୀ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି । ଏହି ଆସନ ପାଇଁ ବିଜେପି ମୁରଜୀ ପଟେଲଙ୍କୁ ଟିକେଟ ଦେଇଛି । ଆଜି ଦଳୀୟ ଚିହ୍ନ ଉପରେ ନିର୍ବାଚନ ଆୟୋଗଙ୍କୁ ଜବାବ ଦେଇ ଉଦ୍ଧବ ଗୋଷ୍ଠୀ କହିଥିଲେ ଯେତେବେଳେ ସିନ୍ଧେ ଗୋଷ୍ଠୀ ନିର୍ବାଚନ ପାଇଁ ନିଜ ପ୍ରାର୍ଥୀ ଦେଇ ପାରୁନାହାଁନ୍ତି, ସେତେବେଳେ କାହିଁକି ଦଳୀୟ ଚିହ୍ନ ଉପରେ ଶୀଘ୍ର ରାୟ ଶୁଣାଇବା ପାଇଁ ଦାବି କରୁଛନ୍ତି ? ଯେ ପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇନାହିଁ ସେ ପର୍ଯ୍ୟନ୍ତ ଦଳୀୟ ଚିହ୍ନ ଉଦ୍ଧବ ଗୋଷ୍ଠୀଙ୍କୁ ବ୍ୟବହାର ପାଇଁ ଅନୁମତି ଦିଆଯାଉ ବୋଲି ଦାବି କରିଥିଲେ । ହେଲେ ନିର୍ବାଚନ ଆୟୋଗ ପୁରା ଚିହ୍ନକୁ ଜବତ କରିଦେଇଛନ୍ତି ।

ଏହାବି ପଢନ୍ତୁ-ଡିପିଆଇଆଇଟି ପକ୍ଷରୁ ଷ୍ଟାର୍ଟଅପ ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା ବିଜ୍ଞପ୍ତି ପ୍ରକାଶ

ନିର୍ବାଚନ ଆୟୋଗ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କି ଯେପର୍ଯ୍ୟନ୍ତ ଆୟୋଗ କୌଣସି ନିଷ୍ପତି ନେଇନାହାଁନ୍ତି, ସେ ପର୍ଯ୍ୟନ୍ତ ଦଳ ତଥା ଶିବସେନା’ର ନା କୁ ମଧ୍ୟ କୌଣସି ଗୋଷ୍ଠୀ ବ୍ୟବହାର କରିପାରିବେ ନାହିଁ । ଏହାର ଅର୍ଥ ନିର୍ବାଚନରେ କେହି ମଧ୍ୟ ନିଜକୁ ଅସଲୀ ଶିବସେନା ନେତା ବୋଲି କହିପାରିବେ ନାହିଁ । ଉଦ୍ଧବ ଗୋଷ୍ଠୀ ଓ ଏକନାଥ ସିନ୍ଧେ ଗୋଷ୍ଠୀ ଭାବେ ନିର୍ବାଚନରେ ଲୋକଙ୍କ ପାଖକୁ ଯିବେ । ନିର୍ବାଚନ ଆୟୋଗଙ୍କ ଏହି ନିର୍ଦ୍ଦେଶ ପରେ ଏବେ ଶିବସେନାକୁ ନେଇ ଉଭୟ ଗୋଷ୍ଠୀ ଭୋଟ ମାଗିପାରିବେ ନାହିଁ । ଯାହା ଉଦ୍ଧବ ଠାକରେଙ୍କ ପାଇଁ ଏକ ବଡ ଝଟକା ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.