ETV Bharat / bharat

‘କ୍ଷମତାରେ ଥିବା ଦଳ ପାଇଁ କାର୍ଯ୍ୟ କରୁଛି ନିର୍ବାଚନ ଆୟୋଗ’ - ଶିବସେନା ଚିହ୍ନ ବିବାଦ

ଦଳୀୟ ଚିହ୍ନ ପ୍ରସଙ୍ଗରେ ପୁଣି ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ଉଦ୍ଧବ ଠାକରେ । କହିଲେ କ୍ଷମତାରେ ଥିବା ଦଳ ପାଇଁ କାର୍ଯ୍ୟ କରୁଛି ନିର୍ବାଚନ ଆୟୋଗ । ଅଧିକ ପଢନ୍ତୁ

‘କ୍ଷମତାରେ ଥିବା ଦଳ ପାଇଁ କାର୍ଯ୍ୟ କରୁଛି ନିର୍ବାଚନ ଆୟୋଗ’

author img

By

Published : Mar 5, 2023, 11:00 PM IST

ମୁମ୍ବାଇ: କିଛି ଦିନର ବ୍ୟବଧାନ ପରେ ଆଜି(ରବିବାର) ପୁଣି ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଉଦ୍ଧବ କହିଛନ୍ତି, ନିର୍ବାଚନ କମିଶନ କ୍ଷମତାରେ ଥିବା ଦଳ ପାଇଁ କାର୍ଯ୍ୟ କରୁଛି । ଯିିଏ କ୍ଷମତାରେ ରହିବ ନିର୍ବାଚନ ଆୟୋଗ ସେହି ଦଳ ଦ୍ବାରା ପରିଚାଳିତ ହେବ । ଶିବସେନାର ନିର୍ବାଚନୀ ଚିହ୍ନ ଓ ନାମ ବିଦ୍ରୋହୀ ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଦେବା ପ୍ରସଙ୍ଗରେ ଏପରି କହିଛନ୍ତି ଉଦ୍ଧବ ।

ଚିହ୍ନ ହରାଇବାର ପ୍ରାୟ ସପ୍ତାହରୁ ଅଧିକ ସମୟ ପରେ ପୁଣି ଥରେ ଉଦ୍ଧବ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି । ଚିହ୍ନ ବିବାଦ ପ୍ରସଙ୍ଗ ନିର୍ବାଚନ ଆୟୋଗଙ୍କ ନିକଟରେ ବିଚାରାଧୀନ ଥିଲା । ତେବେ ଉଭୟ ଗୋଷ୍ଠୀ ନିଜକୁ ମୁଳ ଶିବସେନା କହିବା ସହ ଚିହ୍ନ ଓ ନାମ ବ୍ୟବହାର ପାଇଁ ଦାବି କରି ଆସୁଥିଲେ । ନିକଟରେ ନିର୍ବାଚନ କମିଶନ ଏହି ମୂଳ ଚିହ୍ନ ‘ଧନୁ ତୀର’କୁ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ପ୍ରଦାନ କରିବା ସହ ଶିବେସନା ଦଳ ଭାବେ ମଧ୍ୟ ମାନ୍ୟତା ପ୍ରଦାନ କରିଥିଲେ । ଯାହାକୁ ନେଇ ଉଦ୍ଧବଙ୍କ ଗୋଷ୍ଠୀ କ୍ଷୁବ୍ଧ ହେବା ସହ ସର୍ବୋଚ୍ଚ କୋର୍ଟରେ ମାମଲା ମଧ୍ୟ ଦାଏର କରିଥିଲା । ହେଲେ ସେଠାରୁ ମଧ୍ୟ ଉଦ୍ଧବ କ୍ୟାମ୍ପକୁ ନିରାଶ ହେବାକୁ ଫେରିଥିଲା ।

ଶେଷରେ ନିର୍ବାଚନ ଆୟୋଗ ସରକାରୀ ଦଳର ଇଙ୍ଗୀତରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲା ଉଦ୍ଧବ ଗୋଷ୍ଠୀ । ଏହି ଚିହ୍ନ ପ୍ରଦାନ ଡିଲ୍‌ରେ କୋଟିକୋଟି ଟଙ୍କାର କାରବାର ହୋଇଥିବା ଉଦ୍ଧବ ଗୋଷ୍ଠୀର ଅନ୍ୟତମ ବରିଷ୍ଠ ନେତା ତଥା ନିକଟରେ ଜେଲରୁ ଫେରିଥିବା ସଞ୍ଜୟ ରାଉତ କହିଥିଲେ । ସେହିପରି ସେ ଖୁବ ଶୀଘ୍ର ଏହି ଡିଲ୍‌ ସମ୍ପର୍କିତ ସୂଚନା ମଧ୍ୟ ସାର୍ବଜନୀନ କରିବା ନେଇ ଘୋଷଣା କରିଥିଲେ ।

ଉଦ୍ଧବ ଠାକରେ ନିର୍ବାଚନ ଆୟୋଗଙ୍କ ଏପରି ନିଷ୍ପତ୍ତିକୁ ଅସାମ୍ବିଧାନିକ କହିଥିଲେ । ବିଜେପି ପ୍ରରୋଚନାରେ ଏପରି ହୋଇଥିବା କହିବା ସହ ସେ ଅମିତ ଶାହଙ୍କ ଉଦ୍ଦେଶ୍ୟରେ ‘ମୋଗେମ୍ବୋ ଖୁସ ହୁଆ’ ବୋଲି ମଧ୍ୟ କହିଥିଲେ । କିଛି ଦିନର ନିରବତା ପରେ ପୁଣି ସେ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଛନ୍ତି । ବିଜେପି ସହଯୋଗରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ରହିଛନ୍ତି । ସେହି ବିଜେପି କେନ୍ଦ୍ରରେ ମଧ୍ୟ ସରକାରରେ ବସିଛି । ବିଜେପି ଇଙ୍ଗୀତରେ ନିର୍ବାଚନ ଆୟୋଗ କାର୍ଯ୍ୟ କରୁଥିବା ଉଦ୍ଧବ ଠାକରେ କହିଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.