ETV Bharat / bharat

5 ରାଜ୍ୟରେ କେବେ ବିଧାନସଭା ନିର୍ବାବନ, ଆଜି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ

author img

By ETV Bharat Odisha Team

Published : Oct 9, 2023, 9:31 AM IST

Updated : Oct 9, 2023, 9:54 AM IST

ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ମିଜୋରାମରେ ଚଳିତବର୍ଷ ବିଧାନସଭା ନିର୍ବାଚନ ହେବ । ଏ ନେଇ ଆଜି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଅଧିକ ପଢନ୍ତୁ

5 ରାଜ୍ୟରେ ବିଧାନସଭା ନିର୍ବାବନ
5 ରାଜ୍ୟରେ ବିଧାନସଭା ନିର୍ବାବନ

ନୂଆଦିଲ୍ଲୀ: ଦେଶରେ 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏ ନେଇ ବାଜିବ ବିଗୁଲ । ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ମିଜୋରାମରେ ଚଳିତବର୍ଷ ବିଧାନସଭା ନିର୍ବାଚନ ହେବ । 5 ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ଦିଲ୍ଲୀରେ ପ୍ରେସ କନଫରେନ୍ସ କରିବେ ନିର୍ବାଚନ କମିଶନ । ଆଜି ନିର୍ବାଚନ ତାରିଖ ଘୋଷଣା ହେବ ନିର୍ବାଚନ କିମିଶନର ରାଜୀବ କୁମାର । ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା 5 ରାଜ୍ୟ ମଧ୍ୟରୁ ତେଲେଙ୍ଗାନାରେ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବାଧୀନ ବିଆରଏସ ସରକାର ଚାଲୁଥିବାବେଳେ ମଧ୍ୟପ୍ରଦେଶରେ ବିଜେପି, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ସରକାର ଥିବାବେଳେ ମିଜୋରାମରେ ଏମଏନଏଫ କ୍ଷମତାରେ ରହିଛି । 5 ରାଜ୍ୟରେ ମତଦାନ ତାରିଖ ଅଲଗା ଅଲଗା ହୋଇପାରେ । ଭୋଟ ଗଣନା ଗୋଟିଏ ଦିନରେ ହେବ ବୋଲି ସୂଚନା ମିଳିଛି ।

  • Election Commission of India to hold a press conference in Delhi today. The election schedule of the general election to legislative Assemblies of Mizoram, Chhattisgarh, Madhya Pradesh, Rajasthan and Telangana to be announced. pic.twitter.com/Xni6RJDise

    — ANI (@ANI) October 9, 2023 " class="align-text-top noRightClick twitterSection" data=" ">

ମଧ୍ୟପ୍ରଦେଶ ପୂର୍ବ ଫଳାଫଳ: ଏମପିରେ 230 ଆସନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବଥର ପରି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇପାରେ । ରାଜ୍ୟ ବିଧାନସଭା କାର୍ଯ୍ୟକାଳ 2024 ଜାନୁଆରୀ 6ରେ ଶେଷ ହେବ । ରାଜ୍ୟରେ 2018ରେ ନିର୍ବାଚନରେ କଂଗ୍ରେସ ବାଜି ମାରି କମଳନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମାତ୍ର 2020ରେ 22 କଂଗ୍ରେସ ବିଧାୟକ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । ଏହାପରେ ରାଜ୍ୟରେ ସରକାର କଂଗ୍ରେସ ସରକାର ଭାଙ୍ଗିଥିଲା । ଏହାପରେ ରାଜ୍ୟରେ ବିଜେପି ସରକାର ଗଠନ ହୋଇଥିଲା ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ରାଜସ୍ଥାନରେ ଜାନୁଆରୀ 14ରେ ଶେଷ ହେବ କାର୍ଯ୍ୟକାଳ: କଂଗ୍ରେସ ଶାସନଧୀନ ରାଜସ୍ଥାନରେ 2024 ଜାନୁଆରୀ 14 ତାରିଖରେ ବିଧାନସଭା କାର୍ଯ୍ୟକାଳ ଶେଷ ହେବ । ରାଜ୍ୟରେ 200ଟି ଆସନରେ ମତଦାନ ହେବ । 2018 ନିର୍ବାଚନେ କଂଗ୍ରେସ ବାଜି ମାରି ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଏହା ବି ପଢନ୍ତୁ...Rajasthan Assembly Poll: 'କାମ କିୟା ଦିଲ ସେ, କଂଗ୍ରେସ ଫିର ସେ' ସ୍ଲୋଗାନରେ କମ୍ପିବ ମୈଦାନ

ଛତିଶଗଡରେ 90 ଆସନରେ ହେବ ଭୋଟ: ଛତିଶଗଡରେ 90ଟି ଆସନରେ ଚଳିତ ବର୍ଷର ଏହା ଶେଷ ନିର୍ବାଚନ ହେବାକୁ ଯାଉଛି । ରାଜ୍ୟ ବିଧାନସଭା କାର୍ଯ୍ୟକାଳ 2024 ଜାନୁଆରୀ 3 ତାରିଖରେ ଶେଷ ହେବ । 2018 ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜି ମାରି ଭୂପେଶ ବାଘେଲ ସରକାର ଗଠନ କରିଥିଲେ । ରାଜ୍ୟରେ 2ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇପାରେ ।

ତେଲେଙ୍ଗାନାରେ ବର୍ଷର ଏହା ଶେଷ ନିର୍ବାଚନ: 2024 ଜାନୁଆରୀ 16ରେ ତେଲେଙ୍ଗାନା ବିଧାନସଭାନ କାର୍ଯ୍ୟକାଳ ଶେଷ ହେବ । 119 ଆସନରେ ତେଲେଙ୍ଗାନାରେ 2018 ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ସେବେର ଟିଆରଏସ ତଥା ଏବେର ବିଆରଏସ ସରକାର ଗଠନ କରିଥିଲା । କେ ଚନ୍ଦ୍ରଶେଖର ରାଓ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ମିଜୋରାମରେ 40 ଆସନରେ ହେବ ମତଦାନ: 40 ଆସନରେ ମିଜୋରାମରେ ଏହା ଚଳିତ ବର୍ଷର ଶେଷ ନିର୍ବାଚନ । ମିଜୋରାମ ବିଧାନସଭା କାର୍ଯ୍ୟକାଳ 2023 ଡିସେମ୍ବର 17ରେ ଶେଷ ହେବ । ଗତ 2018 ବିଧାନସଭା ନିର୍ବାଚନରେ ରାଜ୍ୟରେ ମିଜୋ ନ୍ୟାସନାଲ ଫଣ୍ଟ ବାଜି ମାରି ସରକାର ଗଠନ କରିଥିଲା । ଜାରମଥାଙ୍ଗ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପୂର୍ବତ୍ତୋର ରାଜ୍ୟରେ ଏମଏନଏଫ କ୍ଷମତାରେ ରହିଛି ।

ଏହା ପୂର୍ବରୁ ଗତ ଅକ୍ଟୋବର 6 ତାରିଖରେ ବିଧାନସଭା ନିର୍ବାଚନ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା ପୂର୍ବରୁ ନିର୍ବାଚନ ଆୟୋଗର ବୈଠକ ଅନୁଷ୍ଠିତ ହୋଇଥିଲା । ସେଠାରେ ନିର୍ବାଚନ କମିଶନର ରାଜୀବ କୁମାର ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଥିଲେ । ଅର୍ଥବଳ ଓ ବାହୁବଳ ଦ୍ବାରା ଭୋଟରମାନଙ୍କ ଯେପରି ପ୍ରଭାବିତ କରାନଯାଏ ସେ ଦିଗରେ ଗୁରୁତ୍ବ ଦେବାକୁ ହେବ ବୋଲି କହିଥିଲେ ନିର୍ବାଚନ କମିଶନର ରାଜୀବ କୁମାର । ହିଂସାମୁକ୍ତ ସ୍ବଚ୍ଛ ନିର୍ବାଚନ ପ୍ରକ୍ରିୟା କରିବା ଉପରେ ଗୁରୁତ୍ବ ଦେବାକୁ କହିଥିଲେ ।

Last Updated : Oct 9, 2023, 9:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.