ETV Bharat / bharat

EC ଅଧିକାରୀଙ୍କ ବିରୋଧରେ ରୁଜୁ ହେବା ଦରକାର ହତ୍ୟା ମାମଲା: ହାଇକୋର୍ଟ - Madras HC

ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଛନ୍ତି ମାଡ୍ରାସ ହାଇକୋର୍ଟ । ଆୟୋଗ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ଦରକାର ବୋଲି ଶୁଣାଣି ସମୟରେ କହିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ । ଅଧିକ ପଢନ୍ତୁ...

EC ଅଧିକାରୀଙ୍କ ବିରୋଧରେ ରୁଜୁ ହେବା ଦରକାର ହତ୍ୟା ମାମଲା: ହାଇକୋର୍ଟ

author img

By

Published : Apr 26, 2021, 3:41 PM IST

ଚେନ୍ନାଇ: ମହାମାରୀ କୋରୋନାର ଦ୍ବିତୀୟ ଲହରୀ ସମୟରେ ପ୍ରଚାର ରାଲିକୁ ଅନୁମତି ଦେବା ନେଇ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଛନ୍ତି ମାଡ୍ରାସ ହାଇକୋର୍ଟ । ନିର୍ବାଚନ ଆୟୋଗ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ଦରକାର ବୋଲି ଶୁଣାଣି ସମୟରେ କହିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ।

ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଭାରତର ନିର୍ବାଚନ ଆୟୋଗଙ୍କୁ କହିଛନ୍ତି, ଆପଣଙ୍କ ସଂସ୍ଥା କୋରୋନାର ଦ୍ବିତୀୟ ଲହରୀ ପାଇଁ ଦାୟୀ । ମାଡ୍ରାସ ହାଇକୋର୍ଟ ଚେତାବନୀ ଦେଇଛନ୍ତି କି ମେ 2 ପାଇଁ ନିର୍ବାଚନ ଆୟୋଗ ଯଦି କୋଭିଡ ପ୍ରୋଟୋକଲର ପାଳନ ସୁନିଶ୍ଚିତ କରିବା ପାଇଁ ଉଚିତ ଯୋଜନା ପ୍ରସ୍ତୁତ ନକରେ, ତାହେଲେ ମତଗଣନା ଉପରେ ରୋକ ଲଗାଇ ଦିଆଯିବ ।

ହାଇକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି, ଜନସାଧାରଣଙ୍କ ଜୀବନ ଓ ସ୍ବାସ୍ଥ୍ୟ ସବୁଠୁ ଗୁରୁତ୍ବପୂର୍ଣ୍ଣ । ଏହା ଚିନ୍ତାଜନକ ଯେ ଏଭଳି କଥାକୁ ସମ୍ବିଧାନିକ ପଦରେ ବସିଥିବା ଅଧିକାରୀଙ୍କୁ ବୁଝାଇବାକୁ ପଡୁଛି । ଯଦି କେହି ଜୀବୀତ ରହିବେ, ତେବେ ସେମାନେ ଗଣତନ୍ତ୍ରିକ ଅଧିକାରର ଲାଭ ଉଠାଇପାରିବେ ବୋଲି କହିଛନ୍ତି ମୁଖ୍ୟ ବିଚାରପତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.