ETV Bharat / bharat

Karnataka polls: ବିଜେପି- କଂଗ୍ରେସକୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଆୟୋଗ

author img

By

Published : May 9, 2023, 9:47 AM IST

ପ୍ରଚାର ସମୟରେ ଆଚରଣ ସଂହିତା ଉଲ୍ଲଂଘନ କରିଥିବାରୁ ବିଜେପି ଓ କଂଗ୍ରେସକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ନିର୍ବାଚନ ଆୟୋଗ । ଅଧିକ ପଢନ୍ତୁ

Etv Bharat
Etv Bharat

ବେଙ୍ଗାଲୁରୁ: ରାତି ପାଲିଲେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ବିଜେପି ଓ କଂଗ୍ରେସକୁ ନୋଟିସ ଜାରି କରିଛି ନିର୍ବାଚନ ଆୟୋଗ। ଶେଷ ଦିନ ପ୍ରଚାରରେ ଦୁଇ ଦଳ ଆଚରଣ ସଂହିତା ଉଲ୍ଲଂଘନ କରିଥିବା ନେଇ ବିଜେପି ଓ କଂଗ୍ରେସକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ନିର୍ବାଚନ ଆୟୋଗ।

ବିଜେପି ଦୁର୍ନୀତି କରିଥିବା ନେଇ କଂଗ୍ରେସ ପ୍ରତିନିଧି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା । ଏହାପରେ ବିଜେପି ରାଜ୍ୟ ସଭାପତି ନଲିନ କୁମାର କେଟେଲଙ୍କୁ ନିର୍ବାଚନ ଆୟୋଗ ନୋଟିସ ଜାରି କରିଛନ୍ତି । ସେହିପରି ସୋନିଆ ଗାନ୍ଧୀ ବିଚ୍ଛିନ୍ନତାବାଦୀଙ୍କୁ ସମର୍ଥନ କରୁଥିବା ନେଇ ବିଜେପି ଅଭିଯୋଗ କରିଥିବା ବେଳେ ରାଜ୍ୟ କଂଗ୍ରେସ ମୁଖ୍ୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଆୟୋଗ ।

ଏହା ମଧ୍ୟ ପଢନ୍ତୁ-ଆଜି ନୀତିଶ-ନବୀନ ଭେଟଘାଟ; ବିରୋଧୀ ମେଣ୍ଟରେ ସାମିଲ ହେବାକୁ ଦେବେ ପ୍ରସ୍ତାବ !

ବିଜେପି ବିରୋଧରେ ଲାଞ୍ଚ କାରବାର ଅଭିଯୋଗ ଆଣି ବିଜ୍ଞାପନ ଜାରି କରିଥିଲା କଂଗ୍ରେସ। ବିନା ପ୍ରାମଣରେ କଂଗ୍ରେସ ଲାଞ୍ଚ କାରବାର ଅଭିଯୋଗ ଆଣିଥିବାରୁ ରାଜ୍ୟ ବିଜେପି ପ୍ରତିନିଧି ଦଳ କଂଗ୍ରେସ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗ କେପିସିସି ସଭାପତି ଡି.କେ ଶିବକୁମାରଙ୍କୁ ନୋଟିସ ଜାରି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Harekrishna Heritage Tower: ଠିଆ ହେବ 400 ଫୁଟର ଟାଓ୍ୱାର, ଭିତ୍ତିପ୍ରସ୍ତର ସ୍ଥାପନ କଲେ KCR

ବିଜେପି ମଧ୍ୟ କଂଗ୍ରେସ କାର୍ଯ୍ୟକାଳ ସମୟରେ ଦୁର୍ନୀତି ନେଇ ବିଜ୍ଞାପନ କରିଥିଲା । ଏହା ବିରୋଧରେ କଂଗ୍ରେସ ପ୍ରତିନିଧି ଦଳ ବିଜେପି ରାଜ୍ୟ ସଭାପତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗ ରାଜ୍ୟ ବିଜେପି ସଭାପତି ନଲିନ କୁମାର କେଟେଲଙ୍କୁ ନୋଟିସ ଜାରି କରିଛନ୍ତି । ଆଜି ରାତି 8ଟା ସୁଦ୍ଧା କାରଣ ଦର୍ଶାଇବାକୁ ନୋଟିସ ଜାରି କରିଛନ୍ତି ନିର୍ବାଚନ ଆୟୋଗ ।

ଏହା ପୂର୍ବରୁ ପ୍ରଚାର ସମୟରେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ କର୍ଣ୍ଣାଟକବାସୀଙ୍କୁ ରାଜ୍ୟର ପ୍ରତିଷ୍ଠା, ଅଖଣ୍ଡତା ଓ ସାର୍ବଭୌମତ୍ବ ନଷ୍ଟ କରିବା ପାଇଁ କଂଗ୍ରେସ କାହାକୁ ଅନୁମତି ଦେବ ନାହିଁ ବୋଲି କହିଥିଲେ । ଏନେଇ କଂଗ୍ରେସ ଟ୍ବିଟ୍‌ କରିବା ପରେ ସାର୍ବଭୌମତ୍ବ ଶବ୍ଦକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏ ସମ୍ପର୍କରେ ବିଜେପି ପ୍ରତିନିଧି ଦଳ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ । କର୍ଣ୍ଣାଟକରେ ବିଚ୍ଛିନ୍ନତାବାଦକୁ ଆହ୍ୱାନ ଦେଇଥିବା ବିବୃତ୍ତି ବିରୋଧରେ ଅଭିଯୋଗ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗ ରାଜ୍ୟ କଂଗ୍ରେସ ମୁଖ୍ୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.